ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଏସୀୟ କ୍ରୀଡ଼ାରେ ରୌପ୍ୟ ପଦକ ଜିତିଥିବା ବନ୍ଧୁକଚାଳକ ସୋନମ ଉତ୍ତମ ମାସ୍କର, ଇଲାଭେନିଲ ଭାଲାରିଭାନ ଏବଂ ବିଦର୍ସା କେ ବିନୋଦଙ୍କୁ ଅଭିନନ୍ଦନ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ

ପୋଷ୍ଟ କରାଯିବା ଦିନାଙ୍କ: 20 SEP 2026 5:06PM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏସୀୟ କ୍ରୀଡା ୨୦୨୬ ରେ ମହିଳା ୧୦ ମିଟର ଏୟାର ରାଇଫଲ ଇଭେଣ୍ଟରେ ରୌପ୍ୟ ପଦକ ଜିତିଥିବାରୁ ସୋନମ ଉତ୍ତମ ମାସ୍କର, ଇଲାଭେନିଲ ଭାଲାରିଭାନ ଏବଂ ବିଦର୍ସା କେ ବିନୋଦଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଶ୍ରୀ ମୋଦୀ କହିଥିଲେ ଯେ ସେମାନଙ୍କ ସଫଳତା ଆଗାମୀ ସମୟରେ ଅନେକ କ୍ରୀଡ଼ାବିତଙ୍କୁ ପ୍ରେରଣା ଯୋଗାଇବ।

ଶ୍ରୀ ମୋଦୀ 'ଏକ୍ସ ’ ରେ ପୋଷ୍ଟ କରିଛନ୍ତି:

କଠିନ ପରିଶ୍ରମ ଏବଂ ଦଳଗତ କାର୍ଯ୍ୟ ଏକ ଚମତ୍କାର ଫଳାଫଳ ଆଣିଥାଏ!

ଏସୀୟ କ୍ରୀଡା ୨୦୨୬ ରେ ମହିଳା ୧୦ ମିଟର ଏୟାର ରାଇଫଲ ଇଭେଣ୍ଟରେ ରୌପ୍ୟ ପଦକ ଜିତିଥିବାରୁ ସୋନମ ଉତ୍ତମ ମାସ୍କର, ଇଲାଭେନିଲ ଭାଲାରିଭାନ ଏବଂ ବିଦର୍ସା କେ ବିନୋଦଙ୍କୁ ନେଇ ଗର୍ବିତ।

ସେମାନଙ୍କ ସଫଳତା ଆଗାମୀ ସମୟରେ ଅନେକ କ୍ରୀଡ଼ାବିତଙ୍କୁ ଅନୁପ୍ରାଣିତ କରିବ: ପ୍ରଧାନମନ୍ତ୍ରୀ

HS


(ରିଲିଜ ଆଡି: 2312812) ପରିଦର୍ଶକ କାଉଣ୍ଟର : 3