ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ବ୍ରିକ୍ସ ସମ୍ମିଳନୀ ଅବସରରେ ମାଲେସିଆର ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ
ପୋଷ୍ଟ କରାଯିବା ଦିନାଙ୍କ:
12 SEP 2026 11:32AM by PIB Bhubaneswar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୧୨ ସେପ୍ଟେମ୍ବର ୨୦୨୬ରେ ନୂଆଦିଲ୍ଲୀରେ ଅନୁଷ୍ଠିତ ୧୮ତମ ବ୍ରିକ୍ସ ଶିଖର ସମ୍ମିଳନୀ ଅବସରରେ ମାଲେସିଆର ପ୍ରଧାନମନ୍ତ୍ରୀ ମହାମହିମ ଦାତୋ ସେରୀ ଅନୱାର ବିନ୍ ଇବ୍ରାହିମଙ୍କ ସହ ଦ୍ୱିପାକ୍ଷିକ ବୈଠକ କରିଥିଲେ।
ପ୍ରଧାନମନ୍ତ୍ରୀ ମୋଦୀ ମାଲେସିଆ ପ୍ରଧାନମନ୍ତ୍ରୀ ଇବ୍ରାହିମଙ୍କୁ ଭାରତକୁ ସ୍ୱାଗତ କରିବା ସହ ବ୍ରିକ୍ସର ସହଭାଗୀ ଦେଶ ଭାବେ ମାଲେସିଆର ଅଂଶଗ୍ରହଣକୁ ପ୍ରଶଂସା କରିଥିଲେ।
ଫେବୃଆରୀ ୨୦୨୬ରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ମାଲେସିଆ ଗସ୍ତର ଫଳାଫଳ ସମ୍ପର୍କରେ ଦୁଇ ନେତା ଆଲୋଚନା କରିବା ସହ ଦ୍ୱିପାକ୍ଷିକ ସହଯୋଗର ବିଭିନ୍ନ କ୍ଷେତ୍ରରେ ହୋଇଥିବା ଅଗ୍ରଗତିର ସମୀକ୍ଷା କରିଥିଲେ। ଏଥିରେ ବାଣିଜ୍ୟ ଓ ନିବେଶ, ପ୍ରତିରକ୍ଷା ଓ ସୁରକ୍ଷା, ସେମିକଣ୍ଡକ୍ଟର, ଭିତ୍ତିଭୂମି, ଡିଜିଟାଲ ଅର୍ଥନୀତି, ଶକ୍ତି, ଫିନଟେକ୍, ଶିକ୍ଷା, ପର୍ଯ୍ୟଟନ ଏବଂ ଦୁଇ ଦେଶର ଲୋକମାନଙ୍କ ମଧ୍ୟରେ ସମ୍ପର୍କ ଭଳି କ୍ଷେତ୍ର ସାମିଲ ଥିଲା।
ମାଲେସିଆର ପ୍ରଧାନମନ୍ତ୍ରୀ ଅନୱାର ଇବ୍ରାହିମ ସାବାହର କୋଟା କିନାବାଲୁରେ ଭାରତର ଏକ କନସୁଲେଟ୍ ଜେନେରାଲ୍ (ବାଣିଜ୍ୟ ଦୂତାବାସ) ପ୍ରତିଷ୍ଠା ପାଇଁ ମାଲେସିଆର ସହମତି ଜଣାଇଥିଲେ।
ଆସିଆନ୍-ଭାରତ ସମ୍ପର୍କକୁ ସୁଦୃଢ଼ କରିବାରେ ମାଲେସିଆର ନିରନ୍ତର ସମର୍ଥନ ପାଇଁ ପ୍ରଧାନମନ୍ତ୍ରୀ ମୋଦୀ ପ୍ରଶଂସା କରିଥିଲେ। ଏହାସହ ଦୁଇ ନେତା ପାରସ୍ପରିକ ସ୍ୱାର୍ଥ ସମ୍ପର୍କିତ ପ୍ରମୁଖ ଆଞ୍ଚଳିକ ଓ ବିଶ୍ୱସ୍ତରୀୟ ପ୍ରସଙ୍ଗ ଉପରେ ମତ ବିନିମୟ କରିଥିଲେ।
ଭାରତ-ମାଲେସିଆ ବ୍ୟାପକ ରଣନୈତିକ ସହଭାଗିତାକୁ ଆହୁରି ଆଗକୁ ବଢ଼ାଇବା ପାଇଁ ଉଭୟ ନେତା ନିଜର ନିରନ୍ତର ପ୍ରତିବଦ୍ଧତା ପ୍ରକାଶ କରିଥିଲେ।
***
TKM
(ରିଲିଜ ଆଡି: 2309584)
ପରିଦର୍ଶକ କାଉଣ୍ଟର : 10
ଏହି ରିଲିଜ ପଢନ୍ତୁ :
English
,
Urdu
,
हिन्दी
,
Marathi
,
Bengali
,
Assamese
,
Manipuri
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam