ସ୍ଵରାଷ୍ଟ୍ର ବ୍ୟାପାର ମନ୍ତ୍ରଣାଳୟ
azadi ka amrit mahotsav

ମାକ୍ସ ସ୍ମାର୍ଟ ସୁପର ସ୍ପେଶାଲିଟି ହସ୍ପିଟାଲର ନୂତନ ଭବନ ଉଦଘାଟନ କଲେ ଶ୍ରୀ ଅମିତ ଶାହ


ମାନବସେବାର ୨୫ ବର୍ଷର ଗୌରବମୟ ଯାତ୍ରାରେ ଆଉ ଏକ ମାଇଲଖୁଣ୍ଟ

ଏହି ନୂତନ ଅଧ୍ୟାୟ ସେବାକୁ ଆହୁରି ବିସ୍ତାର କରିବା ସହ ଅଧିକରୁ ଅଧିକ ଲୋକଙ୍କୁ ଉପକୃତ କରିବ

ପୋଷ୍ଟ କରାଯିବା ଦିନାଙ୍କ: 03 SEP 2026 6:03PM by PIB Bhubaneswar

କେନ୍ଦ୍ର ଗୃହ ତଥା ସମବାୟ ମନ୍ତ୍ରୀ ଶ୍ରୀ ଅମିତ ଶାହ ଆଜି ଦିଲ୍ଲୀର ସାକେତସ୍ଥିତ ମ୍ୟାକ୍ସ ସ୍ମାର୍ଟ ସୁପର ସ୍ପେଶାଲିଟି ହସ୍ପିଟାଲର ନୂତନ ଭବନକୁ ଉଦ୍‌ଘାଟନ କରିଛନ୍ତି।

‘ଏକ୍ସ’ର ଏକ ପୋଷ୍ଟରେ କେନ୍ଦ୍ର ଗୃହମନ୍ତ୍ରୀ ଶ୍ରୀ ଅମିତ ଶାହା କହିଛନ୍ତି, "ଦିଲ୍ଲୀର ସାକେତରେ ମ୍ୟାକ୍ସ ସ୍ମାର୍ଟ ସୁପର ସ୍ପେଶାଲିଟି ହସ୍ପିଟାଲର ନୂତନ ସୌଧର ଉଦଘାଟନ କଲି। ଏହି ନୂତନ ସୁବିଧା ଡାକ୍ତରଖାନା ଶୃଙ୍ଖଳାର ୨୫ ବର୍ଷର ସେବା ଯାତ୍ରାରେ ଆଉ ଏକ ମାଇଲଖୁଣ୍ଟ ଚିହ୍ନିତ କରେ, ଯେଉଁଥିରେ ଏହା କେବଳ ଗତ ବର୍ଷ ୩.୬୦ ଲକ୍ଷ ଲୋକଙ୍କୁ ୨୪୪ କୋଟି ମୂଲ୍ୟର ଅତ୍ୟାଧୁନିକ ମାଗଣା ଚିକିତ୍ସା ସେବା ପ୍ରଦାନ କରିଥିଲା। ଏହି ନୂତନ ଯୋଗଦାନ ଏହି ସେବାଗୁଡ଼ିକୁ ଆହୁରି ବିସ୍ତାର କରିବ, ଅଧିକ ଲୋକଙ୍କୁ ଉପକୃତ କରିବ ।’’

HS

 

 


(ରିଲିଜ ଆଡି: 2306596) ପରିଦର୍ଶକ କାଉଣ୍ଟର : 4
ଏହି ରିଲିଜ ପଢନ୍ତୁ : English , Urdu , हिन्दी , Assamese , Gujarati