ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

୮୦ତମ ସ୍ୱାଧୀନତା ଦିବସର ପୂର୍ବ ସନ୍ଧ୍ୟାରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ଦେଶର ଶକ୍ତିକୁ ପ୍ରତିଫଳିତ କରିବା ସହିତ ବିକଶିତ ଭାରତ ପାଇଁ ନୂତନ ସଂକଳ୍ପକୁ ପ୍ରେରଣା ଦେଇଛି: ପ୍ରଧାନମନ୍ତ୍ରୀ

ପୋଷ୍ଟ କରାଯିବା ଦିନାଙ୍କ: 03 SEP 2026 10:25AM by PIB Bhubaneswar

 

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ୮୦ତମ ସ୍ୱାଧୀନତା ଦିବସ ପୂର୍ବସନ୍ଧ୍ୟାରେ ଭାରତର ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଦେଇଥିବା ଅଭିଭାଷଣକୁ ପ୍ରଶଂସା କରିଛନ୍ତି। ସେ ଏହାକୁ ପ୍ରେରଣାଦାୟୀ ଓ ଚିନ୍ତନଶୀଳ ବୋଲି ଉଲ୍ଲେଖ କରିଛନ୍ତି।

 

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ରାଷ୍ଟ୍ରପତିଙ୍କ ଚିନ୍ତାଧାରା ଆମ ଦେଶର ଶକ୍ତି ଏବଂ ପ୍ରତ୍ୟେକ ଭାରତୀୟଙ୍କ ଆକାଂକ୍ଷାକୁ ପ୍ରତିଫଳିତ କରେ। ବିକଶିତ ଭାରତ ଗଠନ ପାଇଁ ନୂଆ ସଂକଳ୍ପ ସହ କାର୍ଯ୍ୟ କରିବାକୁ ତାଙ୍କ ବାର୍ତ୍ତା ଆମ ସମସ୍ତଙ୍କୁ ପ୍ରେରଣା ଦେଉଛି ବୋଲି ସେ କହିଛନ୍ତି।

 

‘ଏକ୍ସ’ରେ ଏକ ପୋଷ୍ଟରେ ପ୍ରଧାନମନ୍ତ୍ରୀ ଲେଖିଛନ୍ତି:

 

 

“ସ୍ୱାଧୀନତା ଦିବସ ପୂର୍ବସନ୍ଧ୍ୟାରେ ରାଷ୍ଟ୍ରପତି ଜୀଙ୍କ ପ୍ରେରଣାଦାୟୀ ଓ ଚିନ୍ତନଶୀଳ ଅଭିଭାଷଣ।

ତାଙ୍କ ଚିନ୍ତାଧାରା ଆମ ଦେଶର ଶକ୍ତି ଏବଂ ପ୍ରତ୍ୟେକ ଭାରତୀୟଙ୍କ ଆକାଂକ୍ଷାକୁ ପ୍ରତିଫଳିତ କରେ।

ବିକଶିତ ଭାରତ ପାଇଁ ନୂଆ ସଂକଳ୍ପ ସହ କାର୍ଯ୍ୟ କରିବାକୁ ତାଙ୍କ ବାର୍ତ୍ତା ଆମ ସମସ୍ତଙ୍କୁ ପ୍ରେରଣା ଦେଉଛି।

 

@rashtrapatibhvn”

 

*****

MT

 


(ରିଲିଜ ଆଡି: 2306188) ପରିଦର୍ଶକ କାଉଣ୍ଟର : 20