ପରିସଂଖ୍ୟାନ ଓ କାର୍ଯ୍ୟକ୍ରମ ରୂପାୟନ ମନ୍ତ୍ରଣାଳୟ
azadi ka amrit mahotsav

୨୦୨୬-୨୭ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସରେ ୭.୮% ରହିଲା ବାସ୍ତବ ଜିଡିପି ଅଭିବୃଦ୍ଧି ହାର



୨୦୨୬-୨୭ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସରେ ନାମମାତ୍ର ଜିଡିପି ୧୦.୩% ଅଭିବୃଦ୍ଧି ହାସଲ କରିଛି

ବିଶ୍ୱ ବଜାରରେ ପ୍ରତିକୂଳ ପରିସ୍ଥିତି ସତ୍ତ୍ୱେ ଭାରତୀୟ ଅର୍ଥବ୍ୟବସ୍ଥା ଅଭିବୃଦ୍ଧି ଗତିକୁ ବଜାୟ ରଖିଛି

ପୋଷ୍ଟ କରାଯିବା ଦିନାଙ୍କ: 31 AUG 2026 4:00PM by PIB Bhubaneswar

କେନ୍ଦ୍ର ପରିସଂଖ୍ୟାନ କାର୍ଯ୍ୟକ୍ରମ ରୂପାୟନ ମନ୍ତ୍ରଣାଳୟ ପକ୍ଷରୁ ୨୦୨୬-୨୭ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସ (ଏପ୍ରିଲରୁ ଜୁନ୍‌) ପାଇଁ ସକଳ ଘରୋଇ ଉତ୍ପାଦ (ଜିଡିପି) ଆକଳନ ପ୍ରକାଶ କରିଛି। ୨୦୨୨-୨୩କୁ ଆଧାର ବର୍ଷ ଭାବେ ନେଇ ମନ୍ତ୍ରଣାଳୟ ପକ୍ଷରୁ ଜିଡିପି ତଥ୍ୟ ପ୍ରକାଶ ପାଇଛି । ସ୍ଥିର ମୂଲ୍ୟରେ ୨୦୨୬-୨୭ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସରେ ମୋଟ୍‌ ଜିଡିପି ପରିମାଣ ୮୧.୩୬ ଲକ୍ଷ କୋଟି ଟଙ୍କା ରହିଛି । ୨୦୨୫-୨୬ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସରେ ଏହା ୭୫.୪୬ ଲକ୍ଷ କୋଟି ଟଙ୍କା ଥିଲା । ତେଣୁ ଚଳିତ ବର୍ଷ ଅଭିବୃଦ୍ଧି ହାର ୭.୮% ରହିଛି । ଅନ୍ୟପକ୍ଷରେ ୨୦୨୬-୨୭ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସରେ ନାମମାତ୍ର ଜିଡିପି ବା ଚଳନ୍ତି ମୂଲ୍ୟରେ ଜିଡିପି ପରିମାଣ ୮୮.୨୭ ଲକ୍ଷ କୋଟି ଟଙ୍କା ରହିଛି ଯାହାକି ପୂର୍ବ ବର୍ଷର ସମାନ ଅବଧିରେ ୮୦ ଲକ୍ଷ କୋଟି ଟଙ୍କା ଥିଲା । ଏଥିରେ ୧୦.୩% ଅଭିବୃଦ୍ଧି ପରିଲକ୍ଷିତ ହୋଇଛି ।

ବିଶ୍ୱ ବଜାରରେ ପ୍ରତିକୂଳ ପରିସ୍ଥିତି ସତ୍ତ୍ୱେ ଭାରତୀୟ ଅର୍ଥବ୍ୟବସ୍ଥା ସ୍ଥିର ଏବଂ କ୍ରମାଗତ ଅଭିବୃଦ୍ଧି ବଜାୟ ରଖିବାରେ ସକ୍ଷମ ହୋଇଛି । ଚଳିତ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସରେ ବାସ୍ତବ ସକଳ ମୂଲ୍ୟବୃଦ୍ଧି ବା ଜିଭିଏ ଆନୁମାନିକ ୮.୨% ଅଭିବୃଦ୍ଧି ହାସଲ କରିଛି । ସେହିପରି ନାମମାତ୍ର ଜିଭିଏ ୧୧.୦୫% ଅଭିବୃଦ୍ଧି ହୋଇଛି । ଅର୍ଥ, ରିଅଲ ଇଷ୍ଟେଟ୍‌, ଆଇଟି, ବୃତ୍ତିଗତ ସେବା କ୍ଷେତ୍ରରେ ୧୨.୧% ଅଭିବୃଦ୍ଧି ଦେଖିବାକୁ ମିଳିଛି । ଏହାର ପ୍ରଭାବ ଟର୍ସିୟାରୀ ବା ତୃତୀୟକ କ୍ଷେତ୍ରରେ ଦେଖିବାକୁ ମିଳିଛି । ଏହି କ୍ଷେତ୍ର ୧୦% ଅଭିବୃଦ୍ଧି ହାସଲ କରି ଅର୍ଥବ୍ୟବସ୍ଥାର ଦୃଢ଼ତାରେ ଉଲ୍ଲେଖନୀୟ ଯୋଗଦାନ ଦେଇଛି । ମାଧ୍ୟମିକ କ୍ଷେତ୍ରରେ ୮.୬% ଏବଂ ପ୍ରାଥମିକ କ୍ଷେତ୍ରରେ ୨.୯% ଅଭିବୃଦ୍ଧି ହୋଇଛି । କୃଷି ଓ ଆନୁସଙ୍ଗିକ କ୍ଷେତ୍ରରେ ୩.୬% ଅଭିବୃଦ୍ଧି ରେକର୍ଡ କରାଯାଇଛି । ସେହିପରି ପୁଞ୍ଜି ବ୍ୟୟ କ୍ଷେତ୍ରରେ ଜିଏଫସିଏଫରେ ୧୧.୯% ଅଭିବୃଦ୍ଧି ଦେଖିବାକୁ ମିଳିଛି । ଘରୋଇ ଅନ୍ତିମ ବ୍ୟବହାର ଖର୍ଚ୍ଚ ପିଏଫସିଇରେ ୭.୧% ବୃଦ୍ଧି ପାଇଛି ।

 

******

PS


(ରିଲିଜ ଆଡି: 2305171) ପରିଦର୍ଶକ କାଉଣ୍ଟର : 7
ଏହି ରିଲିଜ ପଢନ୍ତୁ : Tamil , Kannada , English