ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

୨୦୨୬ ରାଜ୍ୟଗୋଷ୍ଠୀ କ୍ରୀଡ଼ା ପଦକ ବିଜେତାଙ୍କୁ ଆତିଥ୍ୟତା ପ୍ରଦାନ କରିଛନ୍ତି ପ୍ରଧାନମନ୍ତ୍ରୀ

ପୋଷ୍ଟ କରାଯିବା ଦିନାଙ୍କ: 31 AUG 2026 12:52PM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ୭ ଲୋକ କଲ୍ୟାଣ ମାର୍ଗରେ ୨୦୨୬ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତର ଉଲ୍ଲେଖନୀୟ ପଦକ ବିଜେତାଙ୍କୁ ଆତିଥ୍ୟ ପ୍ରଦାନ କରିଛନ୍ତି। ଶ୍ରୀ ମୋଦୀ କ୍ରୀଡ଼ାବିତମାନଙ୍କ ସହ ଭାବ ବିନିମୟ କରିଥିଲେ ଏବଂ ସେମାନଙ୍କ ଅଭିଜ୍ଞତା ବିଷୟରେ ଶୁଣିଥିଲେ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ କ୍ରୀଡ଼ାବିତମାନଙ୍କ ସଫଳତା ସମଗ୍ର ଦେଶ ପାଇଁ ଅତ୍ୟନ୍ତ ଗର୍ବର ଉତ୍ସ ଏବଂ ଏହା ଅନେକ ଯୁବପିଢ଼ିଙ୍କୁ କ୍ରୀଡ଼ା ପ୍ରତି ଆକୃଷ୍ଟ କରିବ।

ଶ୍ରୀ ମୋଦୀ 'ଏକ୍ସ ’ ରେ ପୋଷ୍ଟ କରିଛନ୍ତି:

୭, ଲୋକ କଲ୍ୟାଣ ମାର୍ଗରେ ୨୦୨୬ ରାଜ୍ୟଗୋଷ୍ଠୀ କ୍ରୀଡ଼ାର ଆମର ଉଲ୍ଲେଖନୀୟ ପଦକ ବିଜେତାଙ୍କୁ ଆତିଥ୍ୟ ଦେଇ ଆନନ୍ଦିତ। ଖେଳରୁ ସେମାନଙ୍କର ଅଭିଜ୍ଞତା ବିଷୟରେ ଶୁଣିଲି।

ସେମାନଙ୍କ ମଧ୍ୟରୁ ପ୍ରତ୍ୟେକ ନିଜର ଅସାଧାରଣ ପ୍ରଦର୍ଶନ ଦ୍ୱାରା ଆମ ଦେଶକୁ ଗର୍ବିତ କରିଛନ୍ତି। ସେମାନଙ୍କର ସଫଳତା ଅନେକ ଯୁବକମାନଙ୍କୁ ପ୍ରେରଣା ଯୋଗାଇବ।

HS


(ରିଲିଜ ଆଡି: 2304871) ପରିଦର୍ଶକ କାଉଣ୍ଟର : 24