କାର୍ମିକ, ସାଧାରଣ ଅଭିଯୋଗ ଓ ପେନସନ ମନ୍ତ୍ରଣାଳୟ
ଉଚ୍ଚସ୍ତରୀୟ ଟାସ୍କଫୋର୍ସ ପକ୍ଷରୁ ସରକାରୀ ପରୀକ୍ଷା ସଂସ୍କାର ପାଇଁ ପରାମର୍ଶ ଆହ୍ୱାନ
ପୋଷ୍ଟ କରାଯିବା ଦିନାଙ୍କ:
28 AUG 2026 4:03PM by PIB Bhubaneswar
ନୂଆଦିଲ୍ଲୀ: ଜାତୀୟ ପରୀକ୍ଷା ଏଜେନ୍ସି (ଏନଟିଏ) ଦ୍ୱାରା ପରିଚାଳିତ ପରୀକ୍ଷା ସମେତ ସରକାରୀ ପରୀକ୍ଷାର ପରିଚାଳନା, ସୁରକ୍ଷା, ରୂପରେଖ (ଡିଜାଇନ୍) ଏବଂ ପ୍ରଶାସନିକ ବ୍ୟବସ୍ଥାରେ ବ୍ୟାପକ ସଂସ୍କାର ଆଣିବା ପାଇଁ ଅନୁଧ୍ୟାନ ଓ ସୁପାରିଶ କରିବା ନିମନ୍ତେ ଭାରତ ସରକାର ଶ୍ରୀ ନନ୍ଦନ ନିଲେକଣିଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ଟାସ୍କଫୋର୍ସ (ଏଚପିଟିଏଫ୍) ଗଠନ କରିଛନ୍ତି।
ଏହି ଟାସ୍କ ଫୋର୍ସ ଆନୁଷ୍ଠାନିକ ବ୍ୟବସ୍ଥା ଓ ପ୍ରକ୍ରିୟାକୁ ସୁଦୃଢ଼ କରିବା, ପରୀକ୍ଷାର ସ୍ୱଚ୍ଛତା ଓ ସୁରକ୍ଷା ନିଶ୍ଚିତ କରିବା, ଉପଯୁକ୍ତ ପ୍ରଯୁକ୍ତିବିଦ୍ୟାର ବ୍ୟବହାର, ପରୀକ୍ଷା ଆବଶ୍ୟକୀୟ ଭିତ୍ତିଭୂମିର ବିକାଶ, ସୁଗମତା ଓ ସାମିଲ ପ୍ରକ୍ରିୟାକୁ ପ୍ରୋତ୍ସାହିତ କରିବା ଏବଂ ଛାତ୍ରଛାତ୍ରୀଙ୍କ କଲ୍ୟାଣ ସୁରକ୍ଷିତ କରିବା ପାଇଁ ପଦକ୍ଷେପଗୁଡ଼ିକର ସମୀକ୍ଷା କରୁଛନ୍ତି। ଏହାର ଉଦ୍ଦେଶ୍ୟ ହେଉଛି ଏକ ସୁଦୃଢ଼, ସୁରକ୍ଷିତ, ସ୍ୱଚ୍ଛ, ନ୍ୟାୟସଙ୍ଗତ ଏବଂ ଭବିଷ୍ୟତ-ଉପଯୋଗୀ ସରକାରୀ ପରୀକ୍ଷା ବ୍ୟବସ୍ଥା ବିକଶିତ କରିବା।
ଏହି ପ୍ରକ୍ରିୟାର ଏକ ଅଂଶ ଭାବରେ, ଟାସ୍କଫୋର୍ସ ସମସ୍ତ ଅଂଶୀଦାରମାନଙ୍କ ଅନୁଭବ, ଜ୍ଞାନ ଏବଂ ଦୃଷ୍ଟିକୋଣରୁ ଲାଭବାନ ହେବା ଅତ୍ୟନ୍ତ ଉପଯୋଗୀ ବୋଲି ମନେକରନ୍ତି। ତେଣୁ ନିମ୍ନଲିଖିତ ଅଂଶୀଦାରମାନଙ୍କଠାରୁ ପରାମର୍ଶ ଆହ୍ୱାନ କରାଯାଉଛି:
● ଛାତ୍ରଛାତ୍ରୀ ଏବଂ ପରୀକ୍ଷାର୍ଥୀ;
● ଅଭିଭାବକ;
● ଶିକ୍ଷକ ଏବଂ ଶିକ୍ଷାନୁଷ୍ଠାନ;
● ପରୀକ୍ଷା-ପରିଚାଳନା ଏବଂ ଟେଷ୍ଟ-ଇଣ୍ଡେଣ୍ଟିଂ ସଂସ୍ଥା;
● ବିଷୟ ବିଶେଷଜ୍ଞ ଏବଂ ପ୍ରଯୁକ୍ତିବିଦ୍ୟା ପେଶାଦାର;
● ଶିଳ୍ପ ସଂସ୍ଥା/ସଂଗଠନ;
● ସାମାଜିକ ସଂଗଠନ (ସିଭିଲ ସୋସାଇଟି); ଏବଂ
● ଅନ୍ୟାନ୍ୟ ଆଗ୍ରହୀ ଅଂଶୀଦାର।
ନିମ୍ନଲିଖିତ ପ୍ରସ୍ତାବିତ କ୍ଷେତ୍ରଗୁଡ଼ିକ ସମ୍ବନ୍ଧରେ ପରାମର୍ଶ ଦିଆଯାଇପାରେ:
● ସରକାରୀ ପରୀକ୍ଷାର ପରିଚାଳନା ଏବଂ ସୁରକ୍ଷା;
● ପରୀକ୍ଷା ଡିଜାଇନ୍ ଏବଂ ମୂଲ୍ୟାଙ୍କନ ପଦ୍ଧତି;
● ଶାସନ, ଉତ୍ତରଦାୟିତ୍ୱ ଏବଂ ଆନୁଷ୍ଠାନିକ ବ୍ୟବସ୍ଥା;
● ପରୀକ୍ଷାରେ ଅନିୟମିତତା/ଅସାଧୁ ଉପାୟ ଅବଲମ୍ବନ ରୋକିବା, ଚିହ୍ନଟ ଏବଂ ପ୍ରତିକାର;
● ସୁରକ୍ଷିତ କମ୍ପ୍ୟୁଟର-ଭିତ୍ତିକ ପରୀକ୍ଷା (ସିବିଟି) ସମେତ ପ୍ରଯୁକ୍ତିବିଦ୍ୟାର ବ୍ୟବହାର;
● ପରୀକ୍ଷା ଭିତ୍ତିଭୂମିର ସୃଷ୍ଟି ଏବଂ ବୃଦ୍ଧି;
● ସାମାଜିକ, ଅର୍ଥନୈତିକ, ଆଞ୍ଚଳିକ ଏବଂ ଭାଷାଗତ ଗୋଷ୍ଠୀଗୁଡ଼ିକରେ ଉତ୍ତମ ପହଞ୍ଚ ପାଇଁ ସମାବେଶୀ ପରୀକ୍ଷା ଢାଞ୍ଚା;
● ସ୍ୱଚ୍ଛତା, ଅଭିଯୋଗ ନିବାରଣ ଏବଂ ଅଂଶୀଦାରମାନଙ୍କ ସହ ସଂଯୋଗ;
● ସମ୍ପୂର୍ଣ୍ଣ ପରୀକ୍ଷା ପ୍ରକ୍ରିୟା ମଧ୍ୟରେ ଛାତ୍ରଛାତ୍ରୀଙ୍କ କଲ୍ୟାଣକୁ ପ୍ରୋତ୍ସାହିତ କରିବା ପାଇଁ ପଦକ୍ଷେପ; ଏବଂ
● ପରୀକ୍ଷା ବ୍ୟବସ୍ଥାରେ ମୂଲ୍ୟ ବୃଦ୍ଧି କରିପାରୁଥିବା ଅନ୍ୟ କୌଣସି ପଦକ୍ଷେପ।
ଅଂଶୀଦାରମାନଙ୍କୁ ସେମାନଙ୍କର ପରାମର୍ଶ ୧୩ ସେପ୍ଟେମ୍ବର ୨୦୨୬ ସୁଦ୍ଧା ନିମ୍ନଲିଖିତ ମାଧ୍ୟମରେ ଦାଖଲ କରିବାକୁ ଅନୁରୋଧ କରାଯାଉଛି:
● ୱେବସାଇଟ୍: https://examreforms-taskforce.dopt.gov.in
● ଫୋନ୍: 1800-180-4747
● ୱାଟ୍ସଆପ୍ (WhatsApp): +917827042830 କୁ “hptf” ଲେଖି ପଠାନ୍ତୁ କିମ୍ବା https://wa.me/917827042830?text=hptf ଲିଙ୍କରେ କ୍ଲିକ୍ କରନ୍ତୁ
● ଇମେଲ୍: ExamReformsTaskforce@dopt.gov.in
ଇଂରାଜୀ, ହିନ୍ଦୀ ଏବଂ ଆଞ୍ଚଳିକ ଭାଷାରେ ପରାମର୍ଶ ଦାଖଲ କରାଯାଇପାରିବ।
ଏହି ସାର୍ବଜନୀନ ପରାମର୍ଶ ମାଧ୍ୟମରେ ପ୍ରାପ୍ତ ହୋଇଥିବା ମତାମତ ଉଚ୍ଚସ୍ତରୀୟ ଟାସ୍କ ଫୋର୍ସକୁ ସରକାରଙ୍କୁ ସୁପାରିଶ ପ୍ରଦାନ କରିବାରେ ସାହାଯ୍ୟ କରିବ। ଟାସ୍କଫୋର୍ସ ସମସ୍ତ ଅଂଶୀଦାରଙ୍କଠାରୁ ସକ୍ରିୟ, ରଚନାତ୍ମକ ଏବଂ ବ୍ୟାପକ ଭାଗିଦାରୀ ଆଶା କରୁଛନ୍ତି।
ଅଧିକ ବିବରଣୀ ଏବଂ ପରାମର୍ଶ ଦାଖଲ ପାଇଁ, ଦୟାକରି ଭିଜିଟ୍ କରନ୍ତୁ: https://examreforms-taskforce.dopt.gov.in
ପରାମର୍ଶ ଦାଖଲ କରିବାର ଶେଷ ତାରିଖ: ୧୩ ସେପ୍ଟେମ୍ବର ୨୦୨୬

(ରିଲିଜ ଆଡି: 2304399)
ପରିଦର୍ଶକ କାଉଣ୍ଟର : 7