ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରଣାଳୟ
azadi ka amrit mahotsav

ମାନେସର ଏନଏସଜିରେ ପ୍ରଥମ ମହିଳା କମାଣ୍ଡୋ କୋର୍ସ: ନାରୀ ଶକ୍ତି ପାଇଁ ଗୌରବର ମାଇଲଖୁଣ୍ଟ

ପୋଷ୍ଟ କରାଯିବା ଦିନାଙ୍କ: 27 AUG 2026 7:49PM by PIB Bhubaneswar

କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଶ୍ରୀମତୀ ଅନ୍ନପୂର୍ଣ୍ଣା ଦେବୀ, ମାନେସରସ୍ଥିତ ଏନଏସଜି ଟ୍ରେନିଂ ଏକାଡେମୀଠାରେ ପ୍ରଥମ ମହିଳା କମାଣ୍ଡୋ ରୂପାନ୍ତରଣ ପାଠ୍ୟକ୍ରମର ଶୁଭାରମ୍ଭକୁ ଉଚ୍ଚ ପ୍ରଶଂସା କରିଛନ୍ତି। ଏହି ମହତ୍ତ୍ୱପୂର୍ଣ୍ଣ ପଦକ୍ଷେପକୁ ସେ ନାରୀ ସଶକ୍ତୀକରଣ କ୍ଷେତ୍ରରେ ଆଉ ଏକ ଗୌରବମୟ ମାଇଲଖୁଣ୍ଟ ଭାବେ ଅଭିହିତ କରିଛନ୍ତି।

'ଏକ୍ସ' ଉପରେ ଏକ ପୋଷ୍ଟରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଦୂରଦୃଷ୍ଟିସମ୍ପନ୍ନ ନେତୃତ୍ୱରେ କ୍ଷମତା, ନେତୃତ୍ୱ ଏବଂ ସୁଯୋଗ ମାଧ୍ୟମରେ ନାରୀ ଶକ୍ତିକୁ ପ୍ରକୃତ ଅର୍ଥରେ ସଶକ୍ତ କରାଯାଉଛି। ସେ ସୂଚନା ଦେଇଛନ୍ତି ଯେ ଏହି ପାଠ୍ୟକ୍ରମ ଅଧୀନରେ ରାଜ୍ୟ ପୋଲିସ ବାହିନୀ ଏବଂ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବାହିନୀ (ସିଏପିଏଫ)ର ମହିଳା ଯବାନମାନେ ଅସ୍ତ୍ରଶସ୍ତ୍ର, କୌଶଳଗତ ହସ୍ତକ୍ଷେପ, ପଣବନ୍ଦୀ ଉଦ୍ଧାର ଏବଂ ଆତଙ୍କବାଦ ବିରୋଧୀ ଅପରେସନରେ ସ୍ୱତନ୍ତ୍ର ତାଲିମ ପାଇବେ। 

ସେ କହିଥିଲେ ଯେ ଭାରତର ନାରୀ ଶକ୍ତି ପ୍ରତିବନ୍ଧକକୁ ଅତିକ୍ରମ କରୁଛି ଏବଂ ସମ୍ମୁଖରୁ ନେତୃତ୍ୱ ନେଉଛି। 

Hs

 

 


(ରିଲିଜ ଆଡି: 2304027) ପରିଦର୍ଶକ କାଉଣ୍ଟର : 4
ଏହି ରିଲିଜ ପଢନ୍ତୁ : English , Urdu , Marathi , हिन्दी , Malayalam