ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

‘ଇକୋନୋମିକ୍ ଟାଇମ୍ସ ୱାର୍ଲ୍ଡ ଲିଡର୍ସ ଫୋରମ୍ ୨୦୨୬’ ରେ ନିଜ ଅଭିଭାଷଣର ଝଲକ ଶେୟାର କଲେ ପ୍ରଧାନମନ୍ତ୍ରୀ

प्रविष्टि तिथि: 21 AUG 2026 10:33PM by PIB Bhubaneswar

 

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ‘ଇକୋନୋମିକ୍ ଟାଇମ୍ସ ୱାର୍ଲ୍ଡ ଲିଡର୍ସ ଫୋରମ୍ ୨୦୨୬’ରେ ତାଙ୍କ ଅଭିଭାଷଣର କିଛି ଝଲକ ଶେୟାର କରିଛନ୍ତି ।

ଏକ୍ସରେ କରାଯାଇଥିବା ସିରିଜ ପୋଷ୍ଟରେ ଶ୍ରୀ ମୋଦୀ କହିଛନ୍ତି;

“ଭାରତ ପ୍ରଡକ୍ସନ୍ ଲିଙ୍କ୍‌ଡ୍ ପନିଶମେଣ୍ଟ୍‌ରୁ ପ୍ରଡକ୍ସନ୍ ଲିଙ୍କ୍‌ଡ୍ ଇନ୍‌ସେଣ୍ଟିଭ୍ ଆଡକୁ ଗତି କରିଛି ।

ଏକ ସମୟ ଥିଲା, ଯେତେବେଳେ କମ୍ପାନୀଗୁଡିକୁ ନିର୍ଦ୍ଧାରିତ ସୀମାଠାରୁ ଅଧିକ ଉତ୍ପାଦନ ପାଇଁ ଦଣ୍ଡିତ କରାଯାଉଥିଲା! ‘ଲାଇସେନ୍ସ ରାଜ୍‌’ର ସେହି ମାନସିକତା ଉଦ୍ୟୋଗ, ଉତ୍ପାଦନ ଏବଂ ନିଯୁକ୍ତି ସୃଷ୍ଟିର ଭାବନାକୁ ନିରୁତ୍ସାହିତ କରୁଥିଲା ।

ଆଜି, ଏହି ପଦ୍ଧତି ସମ୍ପୂର୍ଣ୍ଣ ଭିନ୍ନ । ଆମେ ଉତ୍ପାଦନକୁ ପ୍ରୋତ୍ସାହିତ କରିବା ସହ ମହତ୍ୱାକାଂକ୍ଷାକୁ ଉତ୍ସାହିତ କରୁ ଏବଂ ଆମର ଉଦ୍ୟୋଗୀମାନଙ୍କୁ ବିଶ୍ୱାସ କରୁ ।

ଭାରତ ଉଦ୍ୟୋଗକୁ ନିୟନ୍ତ୍ରଣ କରିବା ପରିବର୍ତ୍ତେ ଏହାକୁ ସକ୍ଷମ କରିବା ଦିଗରେ ଗତି କରିଛି ।”

 “ଭାରତର ସଂସ୍କାର ଯାତ୍ରାର ମୂଳ ଶାସନ ଦର୍ଶନରେ ପରିବର୍ତ୍ତନ ଆସିଛି ।

ଆମେ ‘ପ୍ରୋହିବିଟେଡ୍ ଅନ୍‌ଲେସ୍ ପର୍‌ମିଟେଡ୍‌’ ରୁ ‘ପର୍‌ମିଟେଡ୍ ଅନ୍‌ଲେସ୍ ପ୍ର୍ରୋହିବିଟେଡ୍‌’ ଆଡକୁ ଗତି କରୁଛୁ । ଜନ ବିଶ୍ୱାସ, ଅପରାଧୀକରଣ ଶ୍ରେଣୀରୁ ବାହାରିବା, ହଜାର ହଜାର ଅନୁପାଳନକୁ ହଟାଇବା ଏବଂ ଅନେକ ପୁରୁଣା ଆଇନ ଉଚ୍ଛେଦ ମାଧ୍ୟମରେ ଆମେ ନାଗରିକ ଏବଂ ଉଦ୍ୟୋଗଗୁଡିକ ଉପରେ ବୋଝ ହ୍ରାସ କରୁଛୁ ।”

 “ନୀତିଗୁଡିକ ଲୋକାଭିମୁଖୀ, ଅଭିବୃଦ୍ଧି ଏବଂ ବିକାଶମୁଖୀ ହେବା ଆବଶ୍ୟକ...”

“ଅନେକ ଅର୍ଥପୂର୍ଣ୍ଣ ସଂସ୍କାର ହେଉଛି ଯାହା ନୀରବରେ ଦୈନନ୍ଦିନ ଜୀବନର ଅଂଶ ହୋଇଯାଏ । ଏହା ହିଁ ପ୍ରକୃତରେ ‘ସହଜ ଜୀବନଯାପନ’...”

SR


(रिलीज़ आईडी: 2302499) आगंतुक पटल : 2
इस विज्ञप्ति को इन भाषाओं में पढ़ें: Telugu , English , Urdu , हिन्दी , Assamese , Manipuri , Bengali , Gujarati , Kannada , Malayalam