PIB Backgrounder
ସଶକ୍ତ ନାରୀ, ସଶକ୍ତ ଭାରତ
प्रविष्टि तिथि:
14 AUG 2026 3:56PM by PIB Bhubaneswar
ଭାରତର ବିକାଶ ଯାତ୍ରାରେ ନାରୀମାନଙ୍କ ପ୍ରମୁଖ ଭୂମିକା
ମହିଳାମାନେ ଏବେ ଭାରତର ବିକାଶ ଯାତ୍ରାର କେବଳ ହିତାଧିକାରୀ ହୋଇ ରହି ନାହାନ୍ତି,ସେମାନେ ଏବେ ବିକାଶକୁ ଆଗେଇ ନେବାରେ ସକ୍ରିୟ ସହଯୋଗୀ ହେଲେଣି। ଜୀବନର ଅଲଗା ଅଲଗା ପର୍ଯ୍ୟାୟରେ ଏବେ ଯେଉଁ ପ୍ରଚେଷ୍ଟା କରାଯାଉଛି, ସେଥିରେ କନ୍ୟା ସନ୍ତାନ, ସ୍ବାସ୍ଥ୍ୟ, ପୋଷଣ, କୌଶଳ, ଉଦ୍ଯମିତା ଓ ନେତୃତ୍ବକୁ ସାମିଲ କରାଯାଇଛି। ସ୍ବୟଂ ସହାୟକ ଗୋଷ୍ଠୀ, ଉଦ୍ୟମିତା ଓ ଡିଜିଟାଲ ଅନ୍ତର୍ଭୁକ୍ତି ଜରିଆରେ ଆର୍ଥିକ ଅନ୍ତର୍ଭୁକ୍ତି ଓ ନେତୃତ୍ବର ସୁଯୋଗ ବଢ଼ିଛି। ପରିମଳ, ଗୃହ, ସ୍ବଚ୍ଛ ଇନ୍ଧନ ଓ ଟ୍ୟାପ୍ ପାଣିର ସୁବିଧା ମହିଳାମାନଙ୍କ ସମ୍ମାନ ଓ ସୁରକ୍ଷା ବୃଦ୍ଧି କରିଛି। ଶାସନ ପ୍ରଶାସନରେ ମହିଳାଙ୍କ ଅଂଶଗ୍ରହଣ ଦିନକୁ ଦିନ ବଢୁଛି। ଦେଶ ଗଠନରେ ସେମାନଙ୍କ ଭୂମିକା କେମିତି ଦିନକୁ ଦିନ ବଢୁଛି, ଏଥିରୁ ପ୍ରତିଫଳିତ ହେଉଛି।
ଆରମ୍ଭର ସୁରକ୍ଷା, ଭବିଷ୍ୟତର ପ୍ରତିପାଳନ
ସ୍ୱାସ୍ଥ୍ୟ ସେବା, ପୁଷ୍ଟିକର ଖାଦ୍ୟ ପ୍ରଦାନ ଓ ଡାକ୍ତରଖାନାରେ ପ୍ରସବ ଜରିଆରେ ମାଆ ଓ ଶିଶୁର ପ୍ରାରମ୍ଭିକ ସେବା ଯତ୍ନକୁ ଆହୁରି ମଜଭୁତ କରାଯାଇଛି।
ବେଟି ବଚାଓ ବେଟି ପଢ଼ାଓ (ବିବିବିପି))
- ଶିଶୁ ଲିଙ୍ଗ ଅନୁପାତ (ସିଏସ୍ଆର୍) ହ୍ରାସ ଓ ଜୀବନ ଚକ୍ରରେ ମହିଳା ସଶକ୍ତିକରଣ ସଂପର୍କିତ ସମସ୍ୟାର ସମାଧାନ କରିଥାଏ ଏହି ଯୋଜନା।
- ଡାକ୍ତରଖାନାରେ ପ୍ରସବ, ମାଧ୍ୟମିକ ସ୍କୁଲରେ ଝିଅମାନଙ୍କ ନାମଲେଖା, ଅଧାରୁ ପାଠପଢ଼ା ଛାଡ଼ିବାର ସମସ୍ୟା ଓ ପ୍ରସବ ପୂର୍ବର ସେବା ପାଇଁ ପଂଜୀକରଣ ଉପରେ ଏହା ଗୁରୁତ୍ବ ଦେଇଥାଏ।
- ଏନ୍ଏଫ୍ଏଚ୍ଏସ୍ -୫ (୨୦୧୯-୨୧) ରିପୋର୍ଟ ଅନୁସାରେ ପ୍ରତି ୧୦୦୦ ପୁରୁଷରେ ୧୦୨୦ ଜଣ ମହିଳା ଅଛନ୍ତି। ୨୦୧୧ ଜନଗଣନା ରିପୋର୍ଟ ଅନୁସାରେ ପ୍ରତି ହଜାରେ ପୁରୁଷରେ କେବଳ ୯୪୩ ମହିଳା ଥିଲେ।
ପ୍ରଧାନମନ୍ତ୍ରୀ ମାତୃ ବନ୍ଦନା ଯୋଜନା (ପିଏମ୍ଏମ୍ଭିୱାଇ)
- ଗର୍ଭବତୀ ଓ ଶିଶୁକୁ କ୍ଷୀର ପାନ କରାଉଥିବା ମହିଳାଙ୍କୁ ସିଧା ସେମାନଙ୍କ ବ୍ୟାଙ୍କ ଖାତାରେ ସହାୟତା ପ୍ରଦାନ
- ବଞ୍ଚିଥିବା ପ୍ରଥମ ଶିଶୁ ପାଇଁ ମହିଳାଙ୍କୁ ୨ଟି କିସ୍ତିରେ ପ୍ରଦାନ କରାଯାଏ ୫ ହଜାର ଟଙ୍କା। ଦ୍ବିତୀୟ ସନ୍ତାନଟି ଯଦି ଝିଅ ହୁଏ, ତେବେ ୬ ହଜାର ଟଙ୍କାର ସହାୟତା ପ୍ରଦାନ କରାଯାଏ।
- ୩୧ ଜୁଲାଇ ୨୦୨୬ ସୁଦ୍ଧା ଏହି ଯୋଜନାରେ ୫.୧୩ କୋଟି ହିତାଧିକାରୀଙ୍କ ପଂଜୀକରଣ ହୋଇଛି। ସେମାନଙ୍କ ମଧ୍ଯରୁ ୪.୩୭ କୋଟି ହିତାଧିକାରୀ ସହାୟତା ପାଇଛନ୍ତି। ମୋଟ ୨୦, ୫୭୧ କୋଟି ଟଙ୍କା ପ୍ରଦାନ କରାଯାଇଛି।
ପ୍ରଧାନମନ୍ତ୍ରୀ ସୁରକ୍ଷିତ ମାତୃତ୍ବ ଅଭିଯାନ (ପିଏମ୍ଏସ୍ଏମ୍ଏ)
- ଯେଉଁ ଗର୍ଭବତୀଙ୍କ ସମସ୍ୟା ରହିଥାଏ, ପ୍ରତି ମାସ ୯ ତାରିଖରେ ସେହି ମହିଳାଙ୍କୁ ସରକାରୀ ଡାକ୍ତରଖାନାରେ ମାଗଣାରେ ପ୍ରସବ ପୂର୍ବର ଚିକିତ୍ସା ସେବା ଯୋଗାଇ ଦିଆଯାଏ।
- ୧୩ ଅଗଷ୍ଟ ୨୦୨୬ ସୁଦ୍ଧା ଏହି ଯୋଜନାରେ ୭. ୫୦ କୋଟି ଗର୍ଭବତୀଙ୍କ ସ୍ବାସ୍ଥ୍ଯ ପରୀକ୍ଷା କରାଯାଇଛି। ୮୮୧୨, ସ୍ବେଚ୍ଛସେବୀଙ୍କ ପଂଜୀକରଣ ହୋଇଛି ଓ ସାରା ଦେଶର ୨୨୦୦୦ରୁ ଅଧିକ ସ୍ଥାନରେ ଏହି ପିଏମ୍ଏସ୍ଏମ୍ଏ ସୁବିଧା ଉପଲବ୍ଧ।
- ୬.୮୫ କୋଟିରୁ ଅଧିକ ପ୍ରାକ୍ ପ୍ରସବ ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଛି। ଡିଜିଟାଲ ଟ୍ରାକିଂ ପାଇଁ ୧.୦୩ କୋଟି ଜଟିଳ ସ୍ବାସ୍ଥ୍ୟ ସମସ୍ୟା ଥିବା ଗର୍ଭବତୀଙ୍କୁ ଚିହ୍ନଟ କରାଯାଇଛି।
ଜନନୀ ଶିଶୁ ସୁରକ୍ଷା କାର୍ଯ୍ୟକ୍ରମ (ଜେଏସ୍ଏସ୍କେ)
- ଜେଏସ୍ଏସ୍କେ ଯୋଜନାରେ ସରକାରୀ ଡାକ୍ତରଖାନାରେ ପ୍ରତ୍ୟେକ ଗର୍ଭବତୀ ମହିଳାଙ୍କ ମାଗଣାରେ ପ୍ରସବ କରାଯାଏ। ଏପରିକି ସିଜରିଏନ୍ ପ୍ରସବ ମଧ୍ଯ ମାଗଣାରେ ଏହି ଯୋଜନାରେ କରାଯାଇଥାଏ। ତା ସହିତ ମାଗଣାରେ ଡାକ୍ତରଖାନାକୁ ନେବା ଆଣିବା ସହିତ ଔଷଧ, ରକ୍ତ ଓ ଖାଦ୍ୟ ପ୍ରଦାନର ବ୍ଯବସ୍ଥା ରହିଛି ଏହି ଯୋଜନାରେ ।
- ୨୦୨୪-୨୫ ଆର୍ଥିକ ବର୍ଷରେ ୧.୯୯ କୋଟିରୁ ଅଧିକ ଗର୍ଭବତୀ ମହିଳା ଓ ୧୬.୮୫ ଲକ୍ଷରୁ ଅଧିକ ରୋଗାକ୍ରାନ୍ତ ଶିଶୁ ଏହି ଯୋଜନାରେ ସହାୟତା ପାଇଛନ୍ତି।
- ୨୦୧୪-୧୫ରୁ ଏହି ଯୋଜନାରେ ୧୮.୦୫ କୋଟି ହିତାଧିକାରୀ ଲାଭ ପାଇଛନ୍ତି।
ପରିଣାମ
- ପ୍ରାକ୍ ପ୍ରସବ କ୍ଷେତ୍ରରେ ପ୍ରଥମ ତିନି ମାସ ଭିତରେ ଏନ୍ଏଫ୍ଏଚ୍ଏସ୍ – ୪ (୨୦୧୫-୧୬) ରେ ୫୮.୬ ପ୍ରତିଶତ ଏହି ଯୋଜନାର ଲାଭ ପାଇଛନ୍ତି। ସେହି ତୁଳନାରେ ଏନ୍ଏଫ୍ଏଚ୍ଏସ୍ – ୬(୨୦୨୩-୨୪) ରେ ଏହି ସଂଖ୍ୟା ୭୬.୨ ପ୍ରତିଶତକୁ ବୃଦ୍ଧି ପାଇଛି।
- ୪ କିମ୍ବା ତାଠାରୁ ଅଧିକ ଥର ଏପରି ଚିକିତ୍ସା ସେବାର ଲାଭ ନେଇଥିବା ମହିଳାଙ୍କ ସଂଖ୍ୟାରେ ମଧ୍ୟ ବୃଦ୍ଧି ହୋଇଛି। ଏନ୍ଏଫ୍ଏଚ୍ଏସ୍ -୪ (୨୦୧୫-୧୬ )ରେ ଏହି ସଂଖ୍ୟା ୫୧.୨ ପ୍ରତିଶତ ଥିବା ବେଳେ ଏନ୍ଏଫ୍ଏଚ୍ଏସ୍ -୬ (୨୦୨୩-୨୪)ରେ ଏହି ସଂଖ୍ୟା ୬୫.୨ ପ୍ରତିଶତରେ ପହଞ୍ଚିଛି।
- ଜାତୀୟ ସ୍ତରରେ ଡାକ୍ତରଖାନାରେ ପ୍ରସବ ସଂଖ୍ୟା ଏନ୍ଏଫ୍ଏଚ୍ଏସ୍ – ୪ (୨୦୧୫-୧୬) ରେ ୭୮.୯ % ରୁ ବୃଦ୍ଧି ପାଇ ଏନ୍ଏଫ୍ଏଚ୍ଏସ୍ -୬ (୨୦୨୩-୨୪) ରେ ୯୦.୬ % ବୃଦ୍ଧି ପାଇଛି।
ଶିକ୍ଷା, କୌଶଳ ଓ ଅଧିକ ଅଭିବୃଦ୍ଧିର ଆଶା
ଏନ୍ଇପି ୨୦୨୦ ଅନୁସାରେ କନ୍ୟା ସନ୍ତାନ ଶିକ୍ଷା ଏବେ କେବଳ ସ୍କୁଲ ଯିବାରୁ ଆଗକୁ ବଢ଼ି ଶିକ୍ଷା ଜାରି ରଖିବା, ପ୍ରଗତି ଓ ନିର୍ଦ୍ଦିଷ୍ଟ ଧାର୍ଯ୍ଯ ଲକ୍ଷ୍ୟ ହାସଲ କରିବାରେ ପହଞ୍ଚିଛି ।
- ଲିଙ୍ଗ ଅନ୍ତର୍ଭୁକ୍ତି ପାଣ୍ଠି : ଏହି ଯୋଜନାରେ ସ୍କୁଲ ବ୍ୟବସ୍ଥାରେ ଗରିବ ଓ ଅବହେଳିତ ବାଳିକାଙ୍କୁ ସହାୟତା ପ୍ରଦାନ କରିଥାଏ।
- ସୁଲଭ ଉପାୟ : ପୂରା ସମଗ୍ର ସ୍କୁଲ ଓ କଲେଜ ସ୍ତରରେ ଅଧାରୁ ପାଠ ଛାଡୁଥିବା ପିଲାଙ୍କ ସଂଖ୍ୟାକୁ ଏହା ହ୍ରାସ କରିଥାଏ ଓ ସେମାନଙ୍କୁ ଲଗାତର ସହାୟତା ପ୍ରଦାନ କରିଥାଏ।
- ବହୁମୁଖୀ ବିକଳ୍ପ : ଗୋଟିଏ ଢାଞ୍ଚାରେ ବିଭିନ୍ନ ପ୍ରକାର ପାଠ ପଢିବା ପାଇଁ ଏହା ଝିଅମାନଙ୍କୁ ସହାୟତା କରିଥାଏ।
ସମଗ୍ର ଶିକ୍ଷା ଓ କସ୍ତୁରୱା ଗାନ୍ଧି ବାଳିକା ବିଦ୍ୟାଳୟ (କେଜିବିଭି)
- ଭାରତର ସ୍କୁଲ ଶିକ୍ଷା ବ୍ୟବସ୍ଥା (୨୦୨୫-୨୬) : ସାରା ଦେଶରେ ୧୪.୬୭ ଲକ୍ଷ ସ୍କୁଲ, ୧.୦୨ କୋଟି ଶିକ୍ଷକ ଓ ୨୪.୭୨ କୋଟି ଛାତ୍ରଛାତ୍ରୀ
- ସ୍କୁଲରେ ଝିଅମାନଙ୍କ ନାମଲେଖା : ୨୦୨୫-୨୬ରେ ସ୍କୁଲରେ ୧୧.୯୬ କୋଟି ଝିଅଙ୍କ ନାମଲେଖା
- କେଜିବିଭି : ୨୦୨୦-୨୧ ସ୍କୁଲରେ ୬.୦୭ ଲକ୍ଷ ଝିଅ ନାମ ଲେଖାଇ ଥିବା ବେଳେ ୨୦୨୫-୨୬ରେ ଏହା ୭.୫୮ ଲକ୍ଷକୁ ବୃଦ୍ଧି ପାଇଛି।
ଛାତ୍ର ବୃତ୍ତି ଓ ଆର୍ଥିକ ସହାୟତା ପ୍ରଦାନ
- କେନ୍ଦ୍ରୀୟ କ୍ଷେତ୍ର ଛାତ୍ରବୃତ୍ତି : ଆର୍ଥିକ ଅନଗ୍ରସର ପରିବାରର ମେଧାବୀ ଝିଅଙ୍କ ପାଇଁ ୫୦ ପ୍ରତିଶତ ସଂରକ୍ଷଣ
- ଜାତୀୟ ପିଜି ଛାତ୍ରବୃତ୍ତି – ଏହି ଯୋଜନାରେ ବାର୍ଷିକ ୧.୫ ଲକ୍ଷ ଛାତ୍ରଛାତ୍ରୀଙ୍କୁ ଛାତ୍ରବୃତ୍ତି ପ୍ରଦାନ କରାଯାଏ। ସେମାନଙ୍କ ମଧ୍ୟରେ ୩ ହଜାର ଝିଅ ରହିଥାନ୍ତି।
- ଏଆଇସିଟିଇ ପ୍ରଗତି ଛାତ୍ରବୃତ୍ତି : ୨୦୧୪-୧୫ରୁ ପ୍ରତିବର୍ଷ ୧୦, ୦୦୦ ଛାତ୍ରବୃତ୍ତି ପ୍ରଦାନ କରାଯାଉଛି। ୨୦୨୪-୨୫ ସୁଦ୍ଧା ୩୬, ୦୦୦ ଝିଅ ଲାଭ ପାଇଛନ୍ତି
- ପରିଣାମ : ଉଚ୍ଚଶିକ୍ଷାରେ ଝିଅଙ୍କ ନାମଲେଖା ବଢ଼ିଛି। ୨୦୨୧-୨୨ ଉଚ୍ଚଶିକ୍ଷାରେ ୨.୦୭ କୋଟି ଝିଅ ନାମଲେଖାଇଥିବା ବେଳେ ୨୦୨୨-୨୩ରେ ୨.୧୮ କୋଟି ଝିଅ ନାମଲେଖାଇଛନ୍ତି। ୨୦୧୪-୧୫ ରେ ୧.୫୭ ଝିଅ ନାମ ଲେଖାଇଥିବା ବେଳେ ଏଥିରେ ୩୮.୪ ପ୍ରତିଶତ ବୃଦ୍ଧି ହୋଇ ଅଧିକ ୬୦.୩୨ ଲକ୍ଷ ଝିଅ ନାମ ଲେଖାଇଛନ୍ତି। .
ଏସ୍ଟିଇଏମ୍ ଓ ଉଚ୍ଚଶିକ୍ଷାରେ ମହିଳା
- ଡିସେମ୍ବର ୨୦୧୯ରୁ ବିଜ୍ଞାନ ଜ୍ୟୋତି ଯୋଜନା : ମାର୍ଚ୍ଚ ୨୦୨୬ ସୁଦ୍ଧା ୩୦୦ ଜିଲ୍ଲାରେ ନବମରୁ ଦ୍ବାଦଶ ଶ୍ରେଣୀର ୧.୧୨ ଲକ୍ଷରୁ ଅଧିକ ଝିଅ ଉପକୃତ ହୋଇଛନ୍ତି।
- ଆଇଆଇଟି ଓ ଏନ୍ଆଇଟିରେ ସୁପରନୁମେରାରାଲି ସିଟ୍ ସଂଖ୍ୟାରେ ବୃଦ୍ଧି ହୋଇଛି। ଆଗରୁ ଏହା ୧୦ ପ୍ରତିଶତରୁ କମ୍ ଥିବା ବେଳେ ଏବେ ୨୦ ପ୍ରତିଶତ ଉପରେ ରହିଛି।
- ୨୦୨୪-୨୫ ରେ ୟୁଜିସି ନେଟ-ଜେଆରଏଫ୍ ର ଏସ୍ଟିଇଏମ୍ ବିଷୟରେ ମହିଳାଙ୍କ ସଂଖ୍ୟା ୫୩ ପ୍ରତିଶତରୁ ଅଧିକ ରହିଛି ।
କୌଶଳ ଓ ଡିଜିଟାଲ ଅନ୍ତର୍ଭୁକ୍ତି
ପ୍ରଧାନମନ୍ତ୍ରୀ କୌଶଳ ବିକାଶ ଯୋଜନା (ପିଏମ୍କେଭିୱାଇ)
ପିଏମ୍କେଭିୱାଇ ସ୍ବଳ୍ପ ମିଆଦୀ, ନିର୍ଦ୍ଦିଷ୍ଟ ଶିଳ୍ପ କ୍ଷେତ୍ର ସଂପର୍କିତ ଟ୍ରେନିଂ ପ୍ରଦାନ କରିଥାଏ। ହିତାଧିକାରୀଙ୍କ ମଧ୍ୟରୁ ୪୫ ପ୍ରତିଶତ ହେଉଛନ୍ତି ମହିଳା।
- ପିଏମ୍କେଭିୱାଇ ୧.୦ : ୧୯.୮୫ ଲକ୍ଷ ପ୍ରାର୍ଥୀଙ୍କୁ ଟ୍ରେନିଂ ଦିଆଯାଇଥିଲା
- ପିଏମ୍କେଭିୱାଇ ୨.୦ : ୧.୧୦ କୋଟି ପ୍ରାର୍ଥୀଙ୍କୁ ଟ୍ରେନିଂ ପ୍ରଦାନ ଏବଂ ଓରିଏଣ୍ଟେସନ
- ପିଏମ୍କେଭିୱାଇ ୩.୦ : ୭.୩୭ ଲକ୍ଷ ପ୍ରାର୍ଥୀଙ୍କୁ ଟ୍ରେନିଂ ପ୍ରଦାନ
- ପିଏମ୍କେଭିୱାଇ୪.୦ : ୨୮ ଲକ୍ଷରୁ ଅଧିକ ପ୍ରାର୍ଥୀଙ୍କୁ ଟ୍ରେନିଂ ପ୍ରଦାନ, ୧୯.୩୬ ଲକ୍ଷରୁ ଅଧିକ ପ୍ରାର୍ଥୀଙ୍କୁ ସାର୍ଟିଫିକେଟ ପ୍ରଦାନ
ଯୁବ କିଶୋରୀ ଝିଅଙ୍କୁ ଧନ୍ଦାମୂଳକ ଶିକ୍ଷା ଜରିଆରେ ଉଚ୍ଚଭିଳାଷର ଲକ୍ଷ୍ୟ (ଏନଏଭିୱାଇଏ)
- ଏନଏଭିୱାଇଏ (୨୦୨୫): ଡିଜିଟାଲ ମାର୍କେଟିଂ, ସାଇବର ସିକ୍ୟୁରିଟି ଓ ଏଆଇ ଆଧାରିତ ସେବାରେ ୧୯ ରାଜ୍ୟର ୨୭ ଆକାଂକ୍ଷୀ ଓ ଉତ୍ତର-ପୂର୍ବାଞ୍ଚଳ ଜିଲ୍ଲାର ୧୬ରୁ ୧୮ ବର୍ଷର ଝିଅଙ୍କୁ ଟ୍ରେନିଂ ପ୍ରଦାନ।
- ଜୁନ ୨୦୨୬ ସୁଦ୍ଧା ୧୦୬୦ ଝିଅଙ୍କୁ ଟ୍ରେନିଂ ପ୍ରଦାନ
ସ୍ବାସ୍ଥ୍ୟ, ପୋଷଣ ଓ ସମ୍ମାନର ସହିତ କଲ୍ୟାଣ
ଆୟୁଷ୍ମାନ ଭାରତ
- ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା (ଏବି-ପିଏମଜେଏୱାଇ): ଏହା କ୍ୟାସଲେସ୍ ସେକେଣ୍ଡାରି ଓ ଟର୍ସିଆରି ଚିକିତ୍ସା ସେବା ପ୍ରଦାନ କରିଥାଏ। ୧୨ ଅଗଷ୍ଟ ୨୦୨୬ ସୁଦ୍ଧା ୪୫.୫ କୋଟି ଆୟୁଷ୍ମାନ କାର୍ଡ କରାଯାଇଛି। ସେଥି ମଧ୍ୟରୁ ୨୨.୪୮ କୋଟି କାର୍ଡ ମହିଳାଙ୍କୁ ପ୍ରଦାନ କରାଯାଇଛି। ୫. ୨୫ କୋଟିରୁ ଅଧିକ ମହିଳା ହସପିଟାଲରେ ଭର୍ତ୍ତି ହୋଇ ଚିକିତ୍ସିତ ହୋଇଛନ୍ତି।
- ଆୟୁଷ୍ମାନ ଆରୋଗ୍ୟ ମନ୍ଦିର : ୧୨ ଅଗଷ୍ଟ ୨୦୨୬ ସୁଦ୍ଧା ୧.୮୬ ଲକ୍ଷ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର କାର୍ଯ୍ୟକ୍ଷମ ଅଛି। ଏଠାରେ ମାଆ ଓ ମହିଳାମାନଙ୍କୁ ପ୍ରତିଷେଧମୂଳକ ଚିକିତ୍ସା ପ୍ରଦାନ କରାଯାଉଛି।
- ଆୟୁଷ୍ମାନ ଭାରତ ଡିଜିଟାଲ ମିଶନ (ଏବିଡିଏମ୍): ୧୨ ଅଗଷ୍ଟ ୨୦୨୬ ସୁଦ୍ଧା ୧୧୦ କୋଟି ସ୍ବାସ୍ଥ୍ୟ ରେକର୍ଡ ଡିଜିଟାଲି ଲିଙ୍କ୍ ହୋଇଛି। ୧୨ ଅଗଷ୍ଟ ୨୦୨୬ ସୁଦ୍ଧା ଆଭା ଆକାଣ୍ଟର ୪୯.୭୨ ପ୍ରତିଶତ ହେଉଛି ମହିଳାମାନଙ୍କ ଆକାଉଣ୍ଟ ।
ସକ୍ଷମ ଅଙ୍ଗନୱାଡ଼ି ପୋଷଣ ୨.୦
ମିଶନ ସକ୍ଷମ ଅଙ୍ଗନୱାଡ଼ି ଓ ପୋଷଣ ୨.୦ ପୁଷ୍ଟିହୀନତାର ସମାଧାନ ଓ ପ୍ରାରମ୍ଭିକ ଶୈଶବ ଅବସ୍ଥାର ବିକାଶ ଉପରେ ଗୁରୁତ୍ବ ଦେଇଥାଏ। ଏହା ଗୋଟିଏ ସମନ୍ବିତ ଢାଞ୍ଚା ମଧ୍ୟରେ ଅନେକ ପୋଷଣ ଓ ଅଙ୍ଗନୱାଡ଼ି କାମକୁ ରଖିଥାଏ।
- ୩୧ ଜୁଲାଇ ୨୦୨୬ ସୁଦ୍ଧା ୮.୯୪ ହିତାଧିକାରୀ ଏଥିରୁ ଲାଭାନ୍ବିତ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ଅଛନ୍ତି ୬୪.୪୬ ରୁ ଅଧିକ ଗର୍ଭବତୀ, ୪୫.୫୫ ଲକ୍ଷରୁ ଅଧିକ କ୍ଷୀର ଖୁଆଉଥିବା ମହିଳା ଓ ୧୫.୬୮ ଲକ୍ଷ କିଶୋରୀ।
- ୫ ବର୍ଷ ଭିତରେ ୧.୨୯ ଲକ୍ଷ ଅଙ୍ଗନୱାଡ଼ିକୁ ସକ୍ଷମ ଅଙ୍ଗନୱାଡ଼ିରେ ପରିଣତ କରାଯାଇଛି।
- ୩୧ ଜୁଲାଇ ୨୦୨୬ ସୁଦ୍ଧା ୧୩.୩୧ ଲକ୍ଷ ଅଙ୍ଗନୱାଡ଼ି କାର୍ଯ୍ୟରତ ଅଛନ୍ତି।
ମିଶନ ଇନ୍ଦ୍ରଧନୁଷ
- ୧୮ ମାର୍ଚ୍ଚ ୨୦୨୬ ସୁଦ୍ଧା ୧୧.୮୭ କୋଟି ଶିଶୁ ଓ ୩.୯୬ କୋଟି ଗର୍ଭବତୀ U-WIN ପୋର୍ଟାଲରେ ପଂଜୀକୃତ ହୋଇଛନ୍ତି। ଏହା ଡିଜିଟାଲ ଭାବେ ଟିକାକରଣର ରେକର୍ଡ ରଖିବା ସହିତ ଟ୍ରାକ ମଧ୍ୟ ରଖିଥାଏ।
- ୫.୪୬ କୋଟି ଶିଶୁ ଓ ୧.୩୨ କୋଟି ଗର୍ଭବତୀଙ୍କୁ ବିଭିନ୍ନ ରୋଗରୁ ରକ୍ଷା କରିବା ପାଇଁ ଟିକା ପ୍ରଦାନ କରାଯାଇଛି।
- ୧୭ ଫେବୃଆରି ୨୦୨୬ ସୁଦ୍ଧା ୮.୭୩ କୋଟି ମହିଳାଙ୍କ ସର୍ଭାଇକାଲ କ୍ୟାନସର ପରୀକ୍ଷା କରାଯାଇଛି।
- ୨୮ ଫେବୃଆରୀ ୨୦୨୬ ରେ ସାରା ଦେଶରେ ଏଚ୍ପିଭି ଟିକାକରଣର ଅଭିଯାନ ଆରମ୍ଭ ହୋଇଥିଲା। ସମସ୍ତ ୩୬ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ୧୪ ବର୍ଷରୁ ଅଧିକ ବୟସର ୧.୨ କୋଟି ଝିଅଙ୍କ ପାଇଁ ଏହି ଅଭିଯାନ କରାଯାଇଛି।
- ୧୫ ଜୁଲାଇ ୨୦୨୬ ସୁଦ୍ଧା ସାରା ଦେଶରେ ୫୨, ୧୦, ୩୦୨ ଝିଅ ଏଚ୍ପିଭି ଟିକା ନେଇଛନ୍ତି।
ଆର୍ଥିକ ଅନ୍ତର୍ଭୁକ୍ତି ଓ ଅର୍ଥନୈତିକ ସଶକ୍ତିକରଣ
ସୁକନ୍ୟା ସମୃଦ୍ଧି ଯୋଜନା

- ଏଥିରେ ସର୍ବନିମ୍ନ ୨୫୦ ଟଙ୍କା ଜମା କରିହେବ ଓ ଆୟକର ନିୟମ ସେକ୍ସନ ୮୦ ସି ଅନୁସାରେ ବର୍ଷକୁ ୮.୨ ପ୍ରତିଶତ ହାରରେ କରମୁକ୍ତ ସୁଧ ପାଇପାରିବ।
- ଉଚ୍ଚଶିକ୍ଷା ଓ ବାହାଘର ପାଇଁ ଆଂଶିକ ଭାବେ ଟଙ୍କା ଉଠାଇ ହେବ ଯାହାକି ପରିବାରର ସଂଚୟକୁ ପ୍ରୋତ୍ସାହନ ମିଳିଥାଏ।
- ଏହା ଆରମ୍ଭ ହେବା ଦିନରୁ ଡିସେମ୍ବର ୨୦୨୫ ସୁଦ୍ଧା ଏଥିରେ ୩.୩୩ ଲକ୍ଷ କୋଟିରୁ ଅଧିକ ଟଙ୍କା ଜମା ହୋଇଛି।
ଡିଏୱାଇ-ଏନ୍ଆର୍ଏଲ୍ଏମ୍ – ସ୍ବୟଂ ସହାୟକ ଗୋଷ୍ଠୀ ବ୍ୟବସ୍ଥା
- ଏସ୍ଏଚ୍ଜିକୁ ଏକ ଜାତୀୟସ୍ତରର ପ୍ଲାଟଫର୍ମ ଭାବରେ ସଂପ୍ରସାରିତ କରିଛି। ଏଥିରେ ସାମିଲ ଅଛନ୍ତି ୭,୬୨୭ ବ୍ଲକର ୧.୫୧ କୋଟି କମ୍ୟୁନିଟି କ୍ୟାଡର ସଭ୍ୟ ।
- ଆରମ୍ଭ ହେବା ଦିନରୁ ୬ ଫେବୃଆରି ୨୦୨୬ ସୁଦ୍ଧା ୫୦, ୫୪୮ରୁ ଅଧିକ ପ୍ରଶିକ୍ଷିତ ବ୍ୟାଙ୍କ ସଖୀ ଜରିଆରେ ଏସ୍ଏଚ୍ଜିଗୁଡ଼ିକ ୧୨.୧୮ ଲକ୍ଷ କୋଟିରୁ ଅଧିକ ଟଙ୍କାର ଋଣ ନେଇଛନ୍ତି।
- ୩୦ ଜୁନ ୨୦୨୬ ସୁଦ୍ଧା ୪.୩୨ ଲକ୍ଷ ଉଦ୍ୟୋଗକୁ ଷ୍ଟାର୍ଟ ଅଫ୍ ଭିଲେଜ ଏଣ୍ଟରପ୍ରିୟୋନରସିଜ୍ ଯୋଜନାରେ (ଏସ୍ଭିଇପି) ରେ ସହାୟତା ପ୍ରଦାନ କରାଯାଇଛି।
ଲକ୍ଷପତି ଦିଦି ଯୋଜନା
-
- ସ୍ବୟଂ ସହାୟକ ଗୋଷ୍ଠୀର ମହିଳାଙ୍କୁ ସ୍ଥାୟୀ ଭାବେ ବାର୍ଷିକ ଅତି କମରେ ଏକ ଲକ୍ଷ ଟଙ୍କା ଆୟ କରିବାରେ ଏହା ସାହାଯ୍ୟ କରିଥାଏ।
- ପରିସର : ୩୧ ମାର୍ଚ୍ଚ ୨୦୨୬ ସୁଦ୍ଧା ୩୪ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ୭୫୭ ଜିଲ୍ଲାର ୯୪.୩୧ ଲକ୍ଷ ଏସ୍ଏଚଜି ଓ ୧୦.୧୪ କୋଟି ଏସଏଚଜି ସଦସ୍ୟା
- ୬୬୧୧ ମାଷ୍ଟର ଟ୍ରେନର୍, ୪.୦୯ ଲକ୍ଷ କମ୍ୟୁନିଟି ରିସୋର୍ସ ପର୍ସନ (ସିଆରପି) ଓ ୩.୮୭ କୋଟି ସମ୍ଭାବ୍ୟ ଲକ୍ଷପତି ଦିଦି (ପିଏଲଡି) ଜରିଆରେ ଏହା କାର୍ଯ୍ୟକାରୀ ହୋଇଥାଏ।
ପ୍ରଧାନମନ୍ତ୍ରୀ ଜନ ଧନ ଯୋଜନା
- ୧୨ ଅଗଷ୍ଟ ୨୦୨୬ ସୁଦ୍ଧା ମୋଟ ୫୮.୯୦ ଜନ ଧନ ଯୋଜନା ଆକାଉଣ୍ଟ ଖୋଲା ଯାଇଛି।
- ୧ ଜୁଲାଇ ୨୦୨୬ ସୁଦ୍ଧା ୩୨.୬୮ କୋଟି ମହିଳାଙ୍କର ଜନଧନ ଆକାଉଣ୍ଟ ଅଛି।
ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନା (ପିଏମ୍ଏମ୍ୱାଇ)
- ୮ ଏପ୍ରିଲ ୨୦୨୬ ସୁଦ୍ଧା ୪୦.୦୭ ଲକ୍ଷ କୋଟି ଟଙ୍କାର ୫୭.୭୯ କୋଟି ଋଣ ମଂଜୁର କରାଯାଇଛି।
- ମହିଳା ଉଦ୍ୟମୀମାନଙ୍କୁ ପ୍ରଦାନ କରାଯାଇଛି ଏହାର ଦୁଇ-ତୃତୀୟାଂଶ ଋଣ
ପିଏମ୍ ଷ୍ଟ୍ରିଟ ଭେଣ୍ଡର୍ସ ଆତ୍ମନିର୍ଭର ନିଧି (ସ୍ବନିଧି)
- ପରିସର:୧୩ ଅଗଷ୍ଟ ୨୦୨୬ ସୁଦ୍ଧା ଏହି ଯୋଜନରେ ଉପକୃତ ହୋଇଛନ୍ତି ୭, ୮୨୪, ୬୧୧ ଜଣ ବ୍ୟବସାୟୀ ଉପକୃତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୪୬ ପ୍ରତିଶତ ହେଉଛନ୍ତି ମହିଳା।
ନମୋ ଡ୍ରୋନ ଦିଦି ଯୋଜନା
- ବିଲରେ ସାର ଓ କୀଟନାଶକ ପ୍ରୟୋଗ ପାଇଁ ମହିଳାଙ୍କୁ ଡ୍ରୋନ ଚାଳନାର ଟ୍ରେନିଂ ଦିଆଯାଇଥାଏ।
- ୨୦୨୩-୨୪ରୁ ୨୦୨୫-୨୬ ମଧ୍ୟରେ ୧,୨୬୧ କୋଟି ଟଙ୍କାର ବଜେଟ ହୋଇଥିଲା। ଏହାର ଲକ୍ଷ୍ୟ ଥିଲା ମହିଳା ସ୍ବୟଂ ସହାୟକ ଗୋଷ୍ଠୀକୁ ୧୫,୦୦୦ ଡ୍ରୋନ ପ୍ରଦାନ।
- ଯୋଜନା ଆରମ୍ଭ ହେବା ଦିନରୁ ୧,୦୯୪ ଡ୍ରୋନ ମହିଳା ସ୍ବୟଂ ସହାୟକ ଗୋଷ୍ଠୀକୁ ପ୍ରଦାନ କରାଯାଇଛି। ଏଥିରେ ରହିଛି ନମୋ ଡ୍ରୋନ ଦିଦି ଯୋଜନାରେ ୫୦୦ରୁ ଅଧିକ ଡ୍ରୋନ ପ୍ରଦାନ। ଏହା ଦ୍ବାରା କୃଷି ଉତ୍ପାଦନ ଓ ଜୀବୀକା ଉନ୍ନତ ହୋଇଛି।
ଓମାନିୟା (ଜିଇଏମ୍)
- ମହିଳାଙ୍କ ଦ୍ବାରା ପରିଚାଳିତ ହେଉଥିବା ୨.୧ ଲକ୍ଷରୁ ଅଧିକ ଉଦ୍ୟୋଗ ପଂଜୀକୃତ ହୋଇଛି। ଆର୍ଥିକ ବର୍ଷ ୨୦୨୫-୨୬ରେ ୧୩.୭ ଲକ୍ଷ ଅର୍ଡର ମିଳିଛି।
- ମହିଳା ଏମ୍ଏସ୍ଏମ୍ଇକୁ ୨୮୦୦୦ କୋଟିରୁ ଅଧିକ ଟଙ୍କାର ଅର୍ଡର ମିଳିଛି। ଏହା ହେଉଛି ଆର୍ଥିକ ବର୍ଷ ୨୦୨୪-୨୫ ତୁଳନାରେ ୨୭.୬୦ ପ୍ରତିଶତ ଅଧିକ। ଜିଇମ୍ ଅର୍ଡରର ୫.୬ ପ୍ରତିଶତ ଅର୍ଡର ମିଳିଛ।
ସ୍ବୟଂ ସହାୟକ ଉଦ୍ୟମୀ ମାର୍ଟ (ଏସ୍ଏଚ୍ଇ-ମାର୍ଟ)
- ୨୦୨୬-୨୭ ବଜେଟରେ ଏହି ଘୋଷଣା ହୋଇଛି। ୧ କୋଟିରୁ ଅଧିକ ମହିଳା ଉପକୃତ ହେବେ।
- ସ୍ଥାୟୀ ଉଦ୍ୟୋଗର ମାଲିକାନା ହାସଲ କରିବାରେ ଓ ତାକୁ ପରିଚାଳନା କରିବାରେ ଏହା ସହାୟକ ହେବ।
ନିରାପତ୍ତା, ସୁରକ୍ଷା, ସମ୍ମାନ ଓ ଉନ୍ନତ ଜୀବନଯାପନ
ମିଶନ ଶକ୍ତି
- ମହିଳାଙ୍କ ସୁରକ୍ଷା ଓ ସହାୟତା ପାଇଁ ସଂବଳ (ସୁରକ୍ଷା ) ଓ ସାମର୍ଥ୍ଯ (ସଶକ୍ତିକରଣ)ର ମିଶ୍ରଣ।
- ସାରା ଦେଶରେ କାମ କରୁଛି ୧୫.୨ ଲକ୍ଷ ୱାନ ଷ୍ଟପ୍ ସେଣ୍ଟର ଓ ୬୪୨ ନାରୀ ଅଦାଲତ ।
- ୩୧ ଜୁଲାଇ ୨୦୨୬ ସୁଦ୍ଧା ଦିନ ରାତି ୨୪ ଘଣ୍ଟା ୧.୦୫ କୋଟି ମହିଳାଙ୍କୁ ସବୁବେଳେ ସହାୟତା କରୁଛି ମହିଳା ହେଲପଲାଇନ୍ ନମ୍ବର ୧୮୧। ଏହାକୁ ଜରୁରୀକାଳୀନ ନମ୍ବର ୧୧୨ ସହିତ ବି ଯୋଡ଼ା ଯାଇଛି।
- କର୍ମକ୍ଷେତ୍ରରେ ନିର୍ଯାତନା ଅଭିଯୋଗର ତୁରନ୍ତ ସମାଧାନ ପାଇଁSHe-Box ପୋର୍ଟାଲ ଜରିଆରେ ଅନଲାଇନରେ ଅଭିଯୋଗର ପ୍ରାବଧାନ ଅଛି।
ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ପିଏମ୍ଏୱାଇ)
- ପିଏମଏୱାଇ-ସହରାଞ୍ଚଳ (୨୦୧୫) ଓ ପିଏମ୍ଏୱାଇ –ଗ୍ରାମାଞ୍ଚଳ (୨୦୧୬) ଗରିବ ଲୋକଙ୍କୁ ମୌଳିକ ସୁବିଧା ଥାଇ ପକ୍କା ବାସଗୃହ ଯୋଗାଇ ଥାଏ।
- ପିଏମ୍ଏୱାଇ – ଗ୍ରାମାଞ୍ଚଳ : ୧୩ ଅଗଷ୍ଟ ୨୦୨୬ ସୁଦ୍ଧା କେବଳ ମହିଳାଙ୍କୁ ୯୬.୦୬ ଲକ୍ଷ ବା ୨୪.୭୩ % ପକ୍କା ଘର ଆବଣ୍ଟନ କରାଯାଇଛି।
- ପିଏମଏୱାଇ – ୟୁ ୨.୦ : ୯ ଅଗଷ୍ଟ ୨୦୨୬ ସୁଦ୍ଧା ମହିଳାଙ୍କୁ ମଂଜୁର କରାଯାଇଛି ୧.୨୫ କୋଟି ବାସଗୃହ ଓ ୧ କୋଟି ବାସଗୃହ ସେମାନଙ୍କୁ ଆବଣ୍ଟନ କରାଯାଇଛି।
ଅଂଶଗ୍ରହଣ, ପ୍ରତିନିଧିତ୍ବ ଓ ନିଷ୍ପତ୍ତି ଗ୍ରହଣ
- ୮ ଫେବୃଆରି ୨୦୨୬ ସୁଦ୍ଧା ମୋଟ ୯୬.୮୮ କୋଟି ଭୋଟରଙ୍କ ମଧ୍ୟରୁ ମହିଳା ହେଉଛନ୍ତି ୪୭.୧୫ କୋଟି ।
- ୧୯ ମାର୍ଚ୍ଚ ୨୦୨୫ ସୁଦ୍ଧା ପଞ୍ଚାୟତିରାଜ ବ୍ୟବସ୍ଥାରେ ୧୪.୫ ଲକ୍ଷ ମହିଳା ଲୋକଙ୍କ ପ୍ରତିନିଧି ଭାବେ ନିର୍ବାଚିତ ହୋଇ କାମ କରୁଛନ୍ତି। ଏହା ହେଉଛି ମୋଟ ଜନ ପ୍ରତିନିଧିର ପ୍ରାୟ ୪୬ ପ୍ରତିଶତ ।
- ନାରୀ ଶକ୍ତି ବନ୍ଦନ ଅଧିନିୟମ, ୨୦୨୩ (୧୦୬ତମ ସମ୍ବିଧାନ ସଂଶୋଧନ) ଲୋକସଭାରେ, ବିଭିନ୍ନ ରାଜ୍ୟର ବିଧାନସଭାରେ ଓ ଦିଲ୍ଲୀ ବିଧାନସଭାରେ ମହିଳାଙ୍କୁ ୩୩ ପ୍ରତିଶତ ସ୍ଥାନ ସଂରକ୍ଷଣ ଦେବ। ଜନଗଣନା ଓ ଲୋକସଭା ସୀମା ପୁନଃନିର୍ଦ୍ଧାରଣ ପରେ ଏହା ଲାଗୁ ହେବ ।
- ୨୦୨୫ ରେ ନ୍ୟାସନାଲ ଡିଫେନ୍ସ ଏକାଡେମୀରୁ ୧୭ ମହିଳା ଅଧିକାରୀଙ୍କ ପ୍ରଥମ ବ୍ୟାଚ ପାସ୍ ଆଉଟ ହୋଇଥିଲେ।
- ୨୦୨୨ରୁ ୨୦୨୬ର ପ୍ରଥମ ଭାଗ ଯାଏ ୧୫୮ ଜଣ ମହିଳା ଅଧିକାରୀ ଏନଡିଏରେ ଯୋଗ ଦେଇଛନ୍ତି।
ବିକଶିତ ଭାରତର ମୂଳଦୁଆ ଭାବେ ନାରୀ ଶକ୍ତି
ମହିଳାମାନଙ୍କ ନେତୃତ୍ବ, ସମ୍ମାନ ଓ ସୁଯୋଗ ପାଇଁ କଲ୍ୟାଣକୁ ଏକ ମଞ୍ଚ ଭାବେ ନୂଆ ରୂପ ଦେଇଛି ସରକାରଙ୍କ ଫୋକସ୍। ୨୦୪୭ ସୁଦ୍ଧା ବିକଶିତ ଭାରତର ଲକ୍ଷ୍ୟ ପାଇଁ ନାରୀମାନେ ହେବେ କର୍ମଜୀବୀ, ଉଦ୍ୟମୀ, ଚାଷୀ ଓ ନେତ୍ରୀ। ଶିକ୍ଷା, ଆୟ ଓ ନିଷ୍ପତ୍ତି ନେବାର ସୁଯୋଗ ପାଇଁ ଲାଭ ପାଉଛନ୍ତି ପରିବାର ଓ ସଂପ୍ରଦାୟ। ଉଦ୍ୟମୀରୁ ତୃଣମୂଳସ୍ତରର ପ୍ରଶାସନରେ ନାରୀ ଶକ୍ତି ଦୃଢ଼ତା ଓ ନିର୍ଦ୍ଦିଷ୍ଟ ଲକ୍ଷ୍ୟ ନେଇ ଆଗକୁ ବଢୁଛି।
References
Ministry of Women and Child Development
MissionShaktiGuidelines.pdf
https://pmmvy.wcd.gov.in/
https://www.poshantracker.in/statistics
https://www.pib.gov.in/PressReleasePage.aspx?PRID=2294872®=48&lang=1
Ministry of Education
https://udiseplus.gov.in/#/en/home
file:///C:/Users/dell/Downloads/UDISE+2025_26_Booklet_nep.pdf (Page 81)
https://newsonair.gov.in/govt-says-over-7-lakh-girls-are-currently-enrolled-in-kasturba-gandhi-balika-vidyalaya/
Ministry of Skill Development and Entrepreneurship
https://www.skillindiadigital.gov.in/pmkvy-dashboard
https://www.pib.gov.in/PressReleasePage.aspx?PRID=2297193®=48&lang=1
Prime Minister's Office
https://www.pib.gov.in/PressReleasePage.aspx?PRID=2227542®=6&lang=1
Ministry of Health and Family Welfare
file:///C:/Users/dell/Downloads/NFHS-5_NRReport_val1__NFHS-5_INDIA_REPORT.pdf
https://sansad.in/getFile/annex/270/AU1218_UuTmW5.pdf?source=pqars
https://www.pib.gov.in/PressReleaseIframePage.aspx?PRID=2118786®=48&lang=2
AU1136_kCnH0M.pdf
https://www.nfhsiips.in/nfhsuser/assets/National%20Family%20Health%20Survey%20(NFHS-6)%202023-2024%20Fact%20Sheets.pdf (Page 4)
https://www.pib.gov.in/PressReleasePage.aspx?PRID=2244518®=3&lang=1
Press Release Page | Press Information Bureau
https://static.pib.gov.in/WriteReadData/specificdocs/documents/2025/jan/doc202513480101.pdf
PMJAY - Dashboard
ABDM-Insights
Press Release Page | Press Information Bureau
Ministry of Finance
https://www.pib.gov.in/PressReleasePage.aspx?PRID=2287200&lang=1®=3&utm
https://newsonair.gov.in/over-4-crore-53-lakh-bank-accounts-opened-under-sukanya-samriddhi-yojana-says-govt/
https://www.nsiindia.gov.in/(S(bivxnengkkhfls3i1nysmlzq))/internalpage.aspx?Id_Pk=290
https://www.pib.gov.in/PressReleasePage.aspx?PRID=2249915®=3&lang=1
Ministry of Defence
https://www.pib.gov.in/PressReleasePage.aspx?PRID=2132691®=48&lang=2
Ministry of Home Affairs
https://www.pib.gov.in/newsite/PrintRelease.aspx?lang=2®=3&relid=95372&utm
Ministry of Science & Technology
Press Release: Press Information Bureau
Ministry of Rural Development
https://www.pib.gov.in/PressReleasePage.aspx?PRID=2224571®=3&lang=1
https://lakhpatididi.gov.in/insight-hub/
https://she-mart.in/
https://pmayg.gov.in/netiay/PBIDashboard/PMAYGDashboard.aspx
https://www.pib.gov.in/PressReleasePage.aspx?PRID=2297771®=48&lang=2
Ministry of Housing and Urban Affairs
PM SVANidhi
https://www.pib.gov.in/PressReleasePage.aspx?PRID=2296797®=48&lang=1
Cabinet
https://www.pib.gov.in/PressReleasePage.aspx?PRID=2237548®=48&lang=2
Election Commission
Press Release Page | Press Information Bureau
https://www.pib.gov.in/PressReleasePage.aspx?PRID=2088064®=48&lang=2
PIB Backgrounder
https://static.pib.gov.in/WriteReadData/specificdocs/documents/2026/jun/doc202663882201.pdf
https://www.pib.gov.in/PressReleasePage.aspx?PRID=2267960&lang=1®=3&utm
Press Release Page | Press Information Bureau
Press Note Details: Press Information Bureau
https://www.pib.gov.in/PressNoteDetails.aspx?NoteId=154880&ModuleId=3®=48&lang=2
Press Release Page | Press Information Bureau
https://www.pib.gov.in/PressReleasePage.aspx?PRID=2250664®=3&lang=1
https://www.pib.gov.in/PressReleasePage.aspx?PRID=2267102&lang=2®=48&utm
https://static.pib.gov.in/WriteReadData/specificdocs/documents/2026/aug/doc2026813953401.pdf
https://www.pib.gov.in/FactsheetDetails.aspx?id=150688&NoteId=150688&ModuleId=16®=48&lang=1
https://www.pib.gov.in/PressReleasePage.aspx?PRID=2289268®=3&lang=1
https://static.pib.gov.in/WriteReadData/specificdocs/documents/2026/aug/doc2026812952101.pdf
Click here for pdf file
****
PIB Research
BSP
(रिलीज़ आईडी: 2301409)
आगंतुक पटल : 5