ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ହରିୟାଣାର ଜିନ୍ଦରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କାର୍ଯ୍ୟକ୍ରମର ଝଲକ ସେୟାର କଲେ ପ୍ରଧାନମନ୍ତ୍ରୀ

ପୋଷ୍ଟ କରାଯିବା ଦିନାଙ୍କ: 17 JUL 2026 6:40PM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ହରିୟାଣାର ଜିନ୍ଦରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସର ଝଲକ ସେୟାର କରିଛନ୍ତି। କାର୍ଯ୍ୟକ୍ରମ ସ୍ଥଳରେ ପହଞ୍ଚି ଗଭୀର ଆନନ୍ଦ ବ୍ୟକ୍ତ କରିବା ସହ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଶକ୍ତିପୀଠ ମାତା ଜୟନ୍ତୀଙ୍କ ଆଶୀର୍ବାଦରେ ଧନ୍ୟ ଏହି ଅଞ୍ଚଳ ଐତିହାସିକ, ବୀରତ୍ୱ ଓ ଆଧ୍ୟାତ୍ମିକ ପରମ୍ପରାରେ ସମୃଦ୍ଧ।

 

‘ଏକ୍ସ’ରେ କ୍ରମାଗତ ପୋଷ୍ଟ ସେୟାର କରି ଶ୍ରୀ ମୋଦୀ କହିଛନ୍ତି:

 

“ସବୁଜ ପରିବହନ କ୍ଷେତ୍ରରେ ଭାରତ ଆଉ ଏକ ବଡ଼ ପଦକ୍ଷେପ ନେଇଛି।

 

ଜିନ୍ଦରୁ ସୋନିପତ ମଧ୍ୟରେ ଭାରତର ପ୍ରଥମ ସ୍ୱଦେଶୀ ହାଇଡ୍ରୋଜେନ୍‌ ଚାଳିତ ଟ୍ରେନ୍‌ର ଶୁଭାରମ୍ଭ କରାଯାଇଛି।

 

ଏହି ଉଲ୍ଲେଖନୀୟ ସଫଳତା ଭାରତୀୟ ରେଳବାଇ ଦଳର ନବସୃଜନ କ୍ଷମତା ଓ ନିଷ୍ଠାର ପ୍ରତିଫଳନ। ଏହା ଆତ୍ମନିର୍ଭର ଭାରତର ଏକ ଗର୍ବର ପ୍ରତୀକ ଏବଂ ପରିବେଶ ଅନୁକୂଳ, ଭବିଷ୍ୟତମୁଖୀ ପରିବହନ ବ୍ୟବସ୍ଥା ପ୍ରତି ଆମର ଦୃଢ଼ ସଂକଳ୍ପର ପ୍ରମାଣ।”

 

*****

MT

 


(ରିଲିଜ ଆଡି: 2293865) ପରିଦର୍ଶକ କାଉଣ୍ଟର : 20