ପୋଷ୍ଟ କରାଯିବା ଦିନାଙ୍କ:
17 JUL 2026 6:40PM by PIB Bhubaneswar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ହରିୟାଣାର ଜିନ୍ଦରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସର ଝଲକ ସେୟାର କରିଛନ୍ତି। କାର୍ଯ୍ୟକ୍ରମ ସ୍ଥଳରେ ପହଞ୍ଚି ଗଭୀର ଆନନ୍ଦ ବ୍ୟକ୍ତ କରିବା ସହ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଶକ୍ତିପୀଠ ମାତା ଜୟନ୍ତୀଙ୍କ ଆଶୀର୍ବାଦରେ ଧନ୍ୟ ଏହି ଅଞ୍ଚଳ ଐତିହାସିକ, ବୀରତ୍ୱ ଓ ଆଧ୍ୟାତ୍ମିକ ପରମ୍ପରାରେ ସମୃଦ୍ଧ।
‘ଏକ୍ସ’ରେ କ୍ରମାଗତ ପୋଷ୍ଟ ସେୟାର କରି ଶ୍ରୀ ମୋଦୀ କହିଛନ୍ତି:
“ସବୁଜ ପରିବହନ କ୍ଷେତ୍ରରେ ଭାରତ ଆଉ ଏକ ବଡ଼ ପଦକ୍ଷେପ ନେଇଛି।
ଜିନ୍ଦରୁ ସୋନିପତ ମଧ୍ୟରେ ଭାରତର ପ୍ରଥମ ସ୍ୱଦେଶୀ ହାଇଡ୍ରୋଜେନ୍ ଚାଳିତ ଟ୍ରେନ୍ର ଶୁଭାରମ୍ଭ କରାଯାଇଛି।
ଏହି ଉଲ୍ଲେଖନୀୟ ସଫଳତା ଭାରତୀୟ ରେଳବାଇ ଦଳର ନବସୃଜନ କ୍ଷମତା ଓ ନିଷ୍ଠାର ପ୍ରତିଫଳନ। ଏହା ଆତ୍ମନିର୍ଭର ଭାରତର ଏକ ଗର୍ବର ପ୍ରତୀକ ଏବଂ ପରିବେଶ ଅନୁକୂଳ, ଭବିଷ୍ୟତମୁଖୀ ପରିବହନ ବ୍ୟବସ୍ଥା ପ୍ରତି ଆମର ଦୃଢ଼ ସଂକଳ୍ପର ପ୍ରମାଣ।”
*****
MT