ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
୨୦୨୬ରାଜ୍ୟଗୋଷ୍ଠୀ କ୍ରୀଡାରେ ମହିଳା ୫୪ କେଜି ବକ୍ସିଂରେ ସ୍ୱର୍ଣ୍ଣ ପଦକ ଜିତିଥିବାରୁ ପ୍ରୀତିଙ୍କୁ ଅଭିନନ୍ଦନ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ
प्रविष्टि तिथि:
02 AUG 2026 12:43AM by PIB Bhubaneswar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୨୦୨୫ ରାଜ୍ୟଗୋଷ୍ଠୀ କ୍ରୀଡାରେ ମହିଳା ୫୪ କେଜି ବକ୍ସିଂ ଇଭେଣ୍ଟରେ ସ୍ୱର୍ଣ୍ଣ ପଦକ ଜିତିଥିବାରୁ ପ୍ରୀତିଙ୍କୁ ଅଭିନନ୍ଦନ ଜଣାଇଛନ୍ତି।
ପ୍ରଧାନମନ୍ତ୍ରୀ କହିଥିଲେ ଯେ ପ୍ରୀତି କ୍ରମାଗତ ଭାବେ ଉଲ୍ଲେଖନୀୟ ପ୍ରଦର୍ଶନ କରିଆସିଛନ୍ତି।
ଶ୍ରୀ ମୋଦୀ ଏହି ସଫଳତା ପାଇଁ ତାଙ୍କୁ ଅଭିନନ୍ଦନ ଜଣାଇଥିଲେ ଏବଂ ଆଗାମୀ ବର୍ଷଗୁଡ଼ିକରେ ତାଙ୍କର ନିରନ୍ତର ସଫଳତା କାମନା କରିଥିଲେ।
ପ୍ରଧାନମନ୍ତ୍ରୀ ଏକ୍ସ ଉପରେ ଲେଖିଛନ୍ତି;
"୫୪ କେଜି ମହିଳା ବକ୍ସିଂ ଇଭେଣ୍ଟରେ ସ୍ୱର୍ଣ୍ଣ ଜିତି ପ୍ରୀତିଙ୍କ ଏକ ଚମତ୍କାର ପ୍ରଦର୍ଶନ। ତାଙ୍କର ପ୍ରଦର୍ଶନ ସ୍ଥିର ରହିଛି। ତାଙ୍କୁ ଅଭିନନ୍ଦନ ଜଣାଉଛି। ଆଗାମୀ ସମୟରେ ତାଙ୍କର ନିରନ୍ତର ସଫଳତା କାମନା କରୁଛି।
#CWG2026”
HS
(रिलीज़ आईडी: 2293556)
आगंतुक पटल : 2
इस विज्ञप्ति को इन भाषाओं में पढ़ें:
Kannada
,
English
,
Urdu
,
हिन्दी
,
Marathi
,
Bengali
,
Assamese
,
Manipuri
,
Gujarati
,
Tamil
,
Telugu
,
Malayalam