ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ପୁରୁଷ ଟ୍ରିପଲ ଜମ୍ପରେ ରୌପ୍ୟ ପଦକ ଜିତିଥିବା ପ୍ରବୀଣ ଚିତ୍ରଭେଲଙ୍କୁ ଅଭିନନ୍ଦନ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ

प्रविष्टि तिथि: 02 AUG 2026 12:47AM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗ୍ଲାସଗୋ ରାଜ୍ୟଗୋଷ୍ଠୀ କ୍ରୀଡ଼ା ୨୦୨୬ ରେ ପୁରୁଷ ଟ୍ରିପଲ ଜମ୍ପ ଇଭେଣ୍ଟରେ ରୌପ୍ୟ ପଦକ ଜିତିଥିବାରୁ ପ୍ରବୀଣ ଚିତ୍ରଭେଲଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

ପ୍ରଧାନମନ୍ତ୍ରୀ ଖୁସି ବ୍ୟକ୍ତ କରିଥିଲେ ଯେ ପ୍ରବୀଣ ଚିତ୍ରଭେଲ ମଧ୍ୟ ତାଙ୍କ କ୍ରୀଡ଼ା କ୍ୟାରିଅରର ସର୍ବଶ୍ରେଷ୍ଠ ଲମ୍ଫ ରେକର୍ଡ କରିଛନ୍ତି। 

ଶ୍ରୀ ମୋଦୀ ଏହି ସଫଳତା ପାଇଁ ତାଙ୍କୁ ଅଭିନନ୍ଦନ ଜଣାଇଥିଲେ ଏବଂ ତାଙ୍କର ଭବିଷ୍ୟତ ପ୍ରୟାସରେ ସମସ୍ତ ସଫଳତା କାମନା କରିଥିଲେ।

ପ୍ରଧାନମନ୍ତ୍ରୀ ଏକ୍ସ ଉପରେ ଲେଖିଛନ୍ତି;

"ଖୁସି ଯେ ପ୍ରବୀଣ ଚିତ୍ରଭେଲ ୨୦୨୬ ରାଜ୍ୟ ଗୋଷ୍ଠି କ୍ରୀଡାରେ ପୁରୁଷ ଟ୍ରିପଲ ଜମ୍ପ ଇଭେଣ୍ଟରେ ରୌପ୍ୟ ପଦକ ଜିତିଛନ୍ତି ଏବଂ ତାଙ୍କ କ୍ରୀଡା ଯାତ୍ରାର ସର୍ବୋତ୍ତମ ଲମ୍ଫ ମଧ୍ୟ ପଞ୍ଜିକୃତ କରିଛନ୍ତି। ତାଙ୍କୁ ଅଭିନନ୍ଦନ ଜଣାଉଛି। ଆଗାମୀ ଯାତ୍ରାରେ ତାଙ୍କୁ ସମସ୍ତ ସଫଳତା କାମନା କରୁଛି।

#CWG2026

HS

 

 


(रिलीज़ आईडी: 2293554) आगंतुक पटल : 3
इस विज्ञप्ति को इन भाषाओं में पढ़ें: English , Urdu , हिन्दी , Marathi , Manipuri , Bengali , Assamese , Gujarati , Tamil , Telugu , Kannada , Malayalam