ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ପୁରୁଷ ସଟ୍ ପୁଟ୍ ଏଫ୍୫୭ ରେ ସ୍ୱର୍ଣ୍ଣ ଜିତିଥିବାରୁ ସୋମନ ରାଣାଙ୍କୁ ଅଭିନନ୍ଦନ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ

प्रविष्टि तिथि: 02 AUG 2026 12:53AM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗ୍ଲାସଗୋରେ ୨୦୨୬ ରାଜ୍ୟଗୋଷ୍ଠୀ କ୍ରୀଡାରେ ପୁରୁଷ ସଟ୍ ପୁଟ୍ ଏଫ୍୫୭ ଇଭେଣ୍ଟରେ ସ୍ୱର୍ଣ୍ଣ ପଦକ ଜିତିଥିବାରୁ ସୋମନ ରାଣାଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏହି ଅସାଧାରଣ ବିଜୟ ସହିତ ସୋମନ ରାଣା ଏହି ପ୍ରତିଯୋଗିତାରେ ଭାରତର ପ୍ରଥମ ରାଜ୍ୟଗୋଷ୍ଠୀ କ୍ରୀଡ଼ା ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି। 

ଶ୍ରୀ ମୋଦୀ ସମଗ୍ର ପ୍ରତିଯୋଗିତାରେ ତାଙ୍କର ଧ୍ୟାନ ଏବଂ ଅତୁଟ ସଂକଳ୍ପକୁ ପ୍ରଶଂସା କରିଥିଲେ ଏବଂ ତାଙ୍କର ଭବିଷ୍ୟତ ପ୍ରୟାସ ପାଇଁ ଶୁଭେଚ୍ଛା ଜଣାଇଥିଲେ। 

ଏକ୍ସ ଉପରେ ଏକ ପୋଷ୍ଟରେ ଶ୍ରୀ ମୋଦୀ କହିଛନ୍ତି; 

"ସୋମନ୍ ରାଣାଙ୍କ ଦ୍ୱାରା ଇତିହାସ ସୃଷ୍ଟି! 

‘‘ପୁରୁଷ ସଟ୍ ପୁଟ୍ ଏଫ୍୫୭ ଇଭେଣ୍ଟରେ ସ୍ୱର୍ଣ୍ଣ ପଦକ ଜିତିଥିବାରୁ ତାଙ୍କୁ ଅଭିନନ୍ଦନ। ଏହି ଅସାଧାରଣ ବିଜୟ ସହିତ ସେ ଏହି ଇଭେଣ୍ଟରେ ଭାରତର ପ୍ରଥମ ରାଜ୍ୟଗୋଷ୍ଠୀ ସ୍ୱର୍ଣ୍ଣ ହାସଲ କରିଛନ୍ତି। ତାଙ୍କର ଧ୍ୟାନ ଏବଂ ଅତୁଟ ସଂକଳ୍ପ ସମଗ୍ର ପ୍ରତିଯୋଗିତାରେ ସ୍ପଷ୍ଟ ଥିଲା | ଆଗାମୀ ପ୍ରୟାସ ପାଇଁ ଶୁଭେଚ୍ଛା।

#CWG2026”

HS

 

 


(रिलीज़ आईडी: 2293550) आगंतुक पटल : 6
इस विज्ञप्ति को इन भाषाओं में पढ़ें: English , Urdu , हिन्दी , Marathi , Manipuri , Bengali , Bengali-TR , Assamese , Punjabi , Gujarati , Tamil , Telugu , Kannada , Malayalam