ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ସୋନମ ଜୀଙ୍କୁ ଡାକ୍ତରଙ୍କ ପରାମର୍ଶ ମାନିବା ଲାଗି ଅନୁରୋଧ କରିବା ସହ ତାଙ୍କ ସୁସ୍ଥତା ପାଇଁ ପ୍ରାର୍ଥନା କଲେ ପ୍ରଧାନମନ୍ତ୍ରୀ

प्रविष्टि तिथि: 24 JUL 2026 6:10AM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ସୋନମ ଜୀଙ୍କୁ ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ତାଙ୍କର ଦିନଚର୍ଯ୍ୟା ବଜାୟ ରଖିବା ଏବଂ ଯଥାଶୀଘ୍ର ତାଙ୍କର ସ୍ୱାଭାବିକ ଓଜନ ଫେରି ପାଇବାକୁ ଅନୁରୋଧ କରିଛନ୍ତି ।

 

ଶ୍ରୀ ମୋଦୀ କହିଛନ୍ତି ଯେ ସୋନମ ଜୀ ସୁସ୍ଥ ରୁହନ୍ତୁ ବୋଲି ସେ ଭଗବାନଙ୍କ ନିକଟରେ ପ୍ରାର୍ଥନା କରୁଛନ୍ତି।

 

ପ୍ରଧାନମନ୍ତ୍ରୀ ଏକ୍ସରେ ଗୋଟିଏ ପୋଷ୍ଟ ସେୟାର କରି ଲେଖିଛନ୍ତି:

 

‘‘ମୁଁ ସୋନମ ଜୀଙ୍କୁ ଅନୁରୋଧ କରୁଛି ଯେ ସେ ଡାକ୍ତରଙ୍କ ପରାମର୍ଶ ଆଧାରରେ ନିଜ ଦିନଚର୍ଯ୍ୟା ଜାରି ରଖନ୍ତୁ ଏବଂ ତୁରନ୍ତ ନିଜର ସ୍ୱାଭାବିକ ଓଜନ ପୁଣିଥରେ ଫେରି ପାଆନ୍ତୁ ।

ସୋନମ ଜୀ ସୁସ୍ଥ ରୁହନ୍ତୁ ବୋଲି ମୁଁ ଭଗବାନଙ୍କ ନିକଟରେ ପ୍ରାର୍ଥନା କରୁଛି।

 

@Wangchuk66

 

@GitanjaliAngmo’’

 

******

PS

 


(रिलीज़ आईडी: 2288772) आगंतुक पटल : 3
इस विज्ञप्ति को इन भाषाओं में पढ़ें: English , Urdu , Marathi , हिन्दी , Assamese , Manipuri , Bengali-TR , Bengali , Punjabi , Gujarati , Tamil , Telugu , Kannada , Malayalam