ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ଶ୍ରୀ ରାମ ବିଲାସ ପାସୱାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ପ୍ରଧାନମନ୍ତ୍ରୀ
प्रविष्टि तिथि:
05 JUL 2026 12:09PM by PIB Bhubaneswar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀ ରାମବିଲାସ ପାସୱାନଙ୍କ ଜୟନ୍ତୀ ଅବସରରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ସମାଜର ବଞ୍ଚିତ ଏବଂ ଦୁର୍ବଳ ବର୍ଗର ଉନ୍ନତି ପାଇଁ ତାଙ୍କର ଉଲ୍ଲେଖନୀୟ ଅବଦାନ ରହିଛି। ଜନସେବା ଏବଂ ରାଷ୍ଟ୍ରସେବା ପ୍ରତି ତାଙ୍କର ସମର୍ପଣ ଭାବ ପାଇଁ ସେ ସର୍ବଦା ସ୍ମରଣୀୟ ହୋଇ ରହିବେ ବୋଲି ଶ୍ରୀ ମୋଦୀ କହିଛନ୍ତି।
ପ୍ରଧାନମନ୍ତ୍ରୀ ‘ଏକ୍ସ’ରେ ପୋଷ୍ଟ କରିଛନ୍ତି:
“ପୂର୍ବତନ କେନ୍ଦ୍ରମନ୍ତ୍ରୀ ରାମବିଲାସ ପାସୱାନଜୀଙ୍କ ଜୟନ୍ତୀ ଅବସରରେ ତାଙ୍କୁ ମୋର ଭାବ ଭରା ଶ୍ରଦ୍ଧାଞ୍ଜଳି। ସମାଜର ବଞ୍ଚିତ ଏବଂ ଦୁର୍ବଳ ବର୍ଗର ଉନ୍ନତି ପାଇଁ ସେ ଗୁରୁତ୍ୱପୂର୍ଣ୍ଣ ଅବଦାନ ରଖିଥିଲେ। ଜନସେବା ଏବଂ ରାଷ୍ଟ୍ରସେବା ପ୍ରତି ତାଙ୍କର ସମର୍ପିତ ଭାବ ପାଇଁ ସେ ସର୍ବଦା ସ୍ମରଣୀୟ ହୋଇ ରହିବେ।”
— ନରେନ୍ଦ୍ର ମୋଦୀ (@narendramodi) ଜୁଲାଇ 5, 2026
*****
MT
(रिलीज़ आईडी: 2285329)
आगंतुक पटल : 18
इस विज्ञप्ति को इन भाषाओं में पढ़ें:
English
,
Urdu
,
Marathi
,
हिन्दी
,
Manipuri
,
Bengali
,
Bengali-TR
,
Assamese
,
Punjabi
,
Gujarati
,
Tamil
,
Tamil
,
Telugu
,
Kannada
,
Malayalam