ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ଜି-୭ ଶିଖର ସମ୍ମିଳନୀ ଅବସରରେ ବ୍ରିଟେନର ପ୍ରଧାନମନ୍ତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଦ୍ୱିପାକ୍ଷିକ ବୈଠକ
प्रविष्टि तिथि:
17 JUN 2026 12:36AM by PIB Bhubaneswar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଫ୍ରାନ୍ସର ଏଭିଆନ୍ରେ ଆୟୋଜିତ ଜି-୭ ଶିଖର ସମ୍ମିଳନୀ ଅବସରରେ ବ୍ରିଟେନର ପ୍ରଧାନମନ୍ତ୍ରୀ ମହାମହିମ ସାର୍ କିର୍ ଷ୍ଟାର୍ମରଙ୍କ ସହ ଦ୍ୱିପାକ୍ଷିକ ବୈଠକ କରିଥିଲେ।
ଉଭୟ ନେତା ଗତ ବର୍ଷ ପରସ୍ପରଙ୍କ ଦେଶ ଗସ୍ତ ପରଠାରୁ ଭାରତ–ବ୍ରିଟେନ ସମ୍ପର୍କରେ ଆସିଥିବା ସକାରାତ୍ମକ ଗତିର ସମୀକ୍ଷା କରିଥିଲେ ଏବଂ ଭିଜନ୍ ୨୦୩୫ର ସମସ୍ତ ପ୍ରମୁଖ ସ୍ତମ୍ଭରେ ହୋଇଥିବା ପ୍ରଗତିକୁ ସ୍ୱାଗତ କରିଥିଲେ। ଏଥିରେ ବାଣିଜ୍ୟ ଓ ଆର୍ଥିକ ଅଭିବୃଦ୍ଧି, ପ୍ରତିରକ୍ଷା ଓ ସୁରକ୍ଷା, ଜଳବାୟୁ କାର୍ଯ୍ୟାନୁଷ୍ଠାନ ଓ ସବୁଜ ଶକ୍ତି, ପ୍ରଯୁକ୍ତି ଓ ନବସୃଜନ ଏବଂ ଶିକ୍ଷା ଓ ଜନସାଧାରଣଙ୍କ ମଧ୍ୟରେ ସମ୍ପର୍କ ସାମିଲ ରହିଛି। ଉଭୟ ନେତା ବ୍ୟାପକ ଆର୍ଥିକ ଓ ବାଣିଜ୍ୟ ଚୁକ୍ତି ଶୀଘ୍ର କାର୍ଯ୍ୟକାରୀ ହେବା ନେଇ ଆଶା ପ୍ରକାଶ କରିଥିଲେ।
ଶିକ୍ଷା କ୍ଷେତ୍ରରେ ଦୃଢ଼ ସହଯୋଗକୁ ନେଇ ଉଭୟ ନେତା ସନ୍ତୋଷ ପ୍ରକାଶ କରିଥିଲେ। ବେଙ୍ଗାଲୁରୁରେ ନିଜର କ୍ୟାମ୍ପସ ସ୍ଥାପନ ପାଇଁ ୟୁନିଭର୍ସିଟି ଅଫ୍ ଲିଭରପୁଲ୍ ଏବଂ ମୁମ୍ବାଇରେ କ୍ୟାମ୍ପସ ସ୍ଥାପନ ପାଇଁ ୟୁନିଭର୍ସିଟି ଅଫ୍ ୟର୍କ ଓ ୟୁନିଭର୍ସିଟି ଅଫ୍ ବ୍ରିଷ୍ଟଲ୍ ପକ୍ଷରୁ ହୋଇଥିବା ସାମ୍ପ୍ରତିକ ଅଗ୍ରଗତିକୁ ସେମାନେ ଉଲ୍ଲେଖ କରିଥିଲେ।
ଚଳିତ ବର୍ଷ ଆରମ୍ଭରେ ନୂଆଦିଲ୍ଲୀରେ ଆୟୋଜିତ ଏଆଇ ଇମ୍ପାକ୍ଟ ସମ୍ମିଳନୀରେ ବ୍ରିଟେନର ଦୃଢ଼ ପ୍ରତିନିଧିତ୍ୱ ପାଇଁ ପ୍ରଧାନମନ୍ତ୍ରୀ ମୋଦୀ, ପ୍ରଧାନମନ୍ତ୍ରୀ ଷ୍ଟାର୍ମରଙ୍କୁ ଧନ୍ୟବାଦ ଜଣାଇଥିଲେ। ସେହିପରି, ପ୍ରଯୁକ୍ତି ସୁରକ୍ଷା ପଦକ୍ଷେପ ଅଧୀନରେ ହୋଇଥିବା ନିରନ୍ତର ପ୍ରଗତିକୁ ସ୍ୱାଗତ କରିଥିଲେ, ଯେଉଁଥିରେ ନିକଟରେ ଆରମ୍ଭ ହୋଇଥିବା ‘ଭାରତ–ବ୍ରିଟେନ ଗୁରୁତ୍ୱପୂର୍ଣ୍ଣ ଖଣିଜ ବୈଶ୍ୱିକ ଯୋଗାଣ ଶୃଙ୍ଖଳା ପର୍ଯ୍ୟବେକ୍ଷଣ କେନ୍ଦ୍ର’ ଅନ୍ତର୍ଭୁକ୍ତ।
ଉଭୟ ନେତା ପଶ୍ଚିମ ଏସିଆ ଓ ୟୁକ୍ରେନ୍ ସମେତ ପାରସ୍ପରିକ ସ୍ୱାର୍ଥ ସମ୍ବନ୍ଧୀୟ ଆଞ୍ଚଳିକ ଓ ବିଶ୍ୱସ୍ତରୀୟ ପ୍ରସଙ୍ଗ ଉପରେ ମଧ୍ୟ ମତବିନିମୟ କରିଥିଲେ। ଭାରତ–ବ୍ରିଟେନ ବ୍ୟାପକ ରଣନୀତିକ ସହଭାଗିତାକୁ ଆହୁରି ସୁଦୃଢ଼ କରିବା ପାଇଁ ଉଭୟ ନେତା ସେମାନଙ୍କର ସାମୂହିକ ପ୍ରତିବଦ୍ଧତାକୁ ପୁନ ଦୋହରାଇ ଥିଲେ।
*****
MT
(रिलीज़ आईडी: 2283179)
आगंतुक पटल : 15
इस विज्ञप्ति को इन भाषाओं में पढ़ें:
Gujarati
,
English
,
Urdu
,
Marathi
,
हिन्दी
,
Bengali
,
Bengali-TR
,
Assamese
,
Manipuri
,
Punjabi
,
Tamil
,
Telugu
,
Kannada
,
Malayalam