ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ସାଧାରଣତନ୍ତ୍ର ଶିଖର ସମ୍ମିଳନୀ ୨୦୨୬ ରେ ପ୍ରଧାନମନ୍ତ୍ରୀ ତାଙ୍କ ଅଭିଭାଷଣର ମୁଖ୍ୟାଂଶ ସେୟାର କରିଛନ୍ତି
प्रविष्टि तिथि:
22 JUN 2026 10:51PM by PIB Bhubaneswar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ନୂଆଦିଲ୍ଲୀରେ ଆୟୋଜିତ ୨୦୨୬ ସାଧାରଣତନ୍ତ୍ର ଶିଖର ସମ୍ମିଳନୀରେ ତାଙ୍କ ଅଭିଭାଷଣର ମୁଖ୍ୟାଂଶ ବାଣ୍ଟିଛନ୍ତି।
ଏକାଧିକ ଏକ୍ସ ପୋଷ୍ଟରେ ଶ୍ରୀ ମୋଦୀ କହିଛନ୍ତି;
"ଯେଉଁ ନକ୍ସଲ ପ୍ରଭାବିତ ଅଞ୍ଚଳରେ ଲୋକମାନେ ଦିନରେ ମଧ୍ୟ ଯିବାକୁ ଭୟ କରୁଥିଲେ, ଆମେ 'ରାଷ୍ଟ୍ର ପ୍ରଥମେ’ ଭାବନା ସହିତ ବିକାଶର ସଂକଳ୍ପ ନେଇ ଆଗକୁ ବଢ଼ିଛୁ। ଏହାର ପରିଣାମ ସ୍ୱରୂପ ଆଜି ଦେଶରେ ମାଓବାଦୀ ଆତଙ୍କ ଶେଷ ନିଃଶ୍ୱାସ ପ୍ରଶ୍ୱାସ ନେଉଛି।
#RepublicSummit2026”
"ଗତ ୧୨ ବର୍ଷର ସେବା ଆମ ପାଇଁ ଆଉ ଏକ ପ୍ରମୁଖ ଉପଲବ୍ଧି-ନିରାଶାରୁ ବାହାରି ଆଶା ଏବଂ ଆକାଂକ୍ଷାରେ ପରିପୂର୍ଣ୍ଣ ଭାରତ ଗଠନ!
#RepublicSummit2026”
"ମଧ୍ୟବିତ୍ତ ବର୍ଗ ସର୍ବଦା ଆମର ପ୍ରମୁଖ ପ୍ରାଥମିକତା ହୋଇ ରହିଛନ୍ତି। ସହଜ ଜୀବନଧାରଣ ପାଇଁ ସରକାର ପ୍ରତ୍ୟେକ ସ୍ତରରେ କାର୍ଯ୍ୟ କରିଛନ୍ତି।
#RepublicSummit2026”
ତେଣୁ ଭାରତର ବିକାଶର ଏହି ଗୁରୁତ୍ୱପୂର୍ଣ୍ଣ ସମୟରେ ଉପଦ୍ରବ ସୃଷ୍ଟିକାରୀଙ୍କ ବିରୋଧରେ ସତର୍କ ରହିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।
#RepublicSummit2026”
HS
(रिलीज़ आईडी: 2281594)
आगंतुक पटल : 17
इस विज्ञप्ति को इन भाषाओं में पढ़ें:
Malayalam
,
English
,
Urdu
,
Marathi
,
हिन्दी
,
Manipuri
,
Bengali
,
Assamese
,
Punjabi
,
Gujarati
,
Telugu
,
Kannada