ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଜରୁରୀକାଳୀନ ପରିସ୍ଥିତି ସମୟରେ ଯେଉଁମାନେ ଗଣତନ୍ତ୍ରକୁ ରକ୍ଷା କରିଥିଲେ ସେମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ପ୍ରଧାନମନ୍ତ୍ରୀ


ଗଣତନ୍ତ୍ର, ସମ୍ବିଧାନ ଏବଂ ନାଗରିକଙ୍କ ଅଧିକାରର ସୁରକ୍ଷା ପ୍ରତି ପ୍ରତିବଦ୍ଧତାକୁ ଦୋହରାଇ ପ୍ରଧାନମନ୍ତ୍ରୀ ଏକ ସଂସ୍କୃତ ସୁଭାଶିତମକୁ ସେୟାର କରିଛନ୍ତି

प्रविष्टि तिथि: 25 JUN 2026 10:53AM by PIB Bhubaneswar

 

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜରୁରୀକାଳୀନ ପରିସ୍ଥିତି ସମୟରେ ଗଣତାନ୍ତ୍ରିକ ମୂଲ୍ୟବୋଧକୁ ଦୃଢତାର ସହ ରକ୍ଷା କରିଥିବା ସମସ୍ତଙ୍କୁ ଆଜି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ଏବଂ ଏହାକୁ ଭାରତର ଇତିହାସର ଏକ ଅନ୍ଧକାରମୟ ଅଧ୍ୟାୟ ବୋଲି ବର୍ଣ୍ଣନା କରିଛନ୍ତି। ସେ ଉଲ୍ଲେଖ କରିଥିଲେ ଯେ ଏହି ସମୟ ଅସଂଖ୍ୟ ନାଗରିକଙ୍କ ଅସାଧାରଣ ସାହସ ଏବଂ ନମନୀୟତାକୁ ମଧ୍ୟ ପ୍ରଦର୍ଶିତ କରିଥିଲା ଯେଉଁମାନେ ନୀରବ ରହିବାକୁ ମନା କରିଦେଇଥିଲେ ଏବଂ ସମ୍ବିଧାନରେ ପ୍ରତିଷ୍ଠିତ ଆଦର୍ଶକୁ ବଜାୟ ରଖିଥିଲେ। 

ସାମ୍ବିଧାନିକ ମୂଲ୍ୟବୋଧ ପ୍ରତି ଦେଶର ପ୍ରତିବଦ୍ଧତାକୁ ଦୋହରାଇ ପ୍ରଧାନମନ୍ତ୍ରୀ କହିଥିଲେ, "ସମ୍ବିଧାନ ୧୪୦ କୋଟି ଭାରତୀୟଙ୍କ ଆକାଂକ୍ଷା, ଅଧିକାର ଏବଂ କର୍ତ୍ତବ୍ୟକୁ ପ୍ରତିଫଳିତ କରିଥାଏ। ନିଜର ଭାବନା ଦ୍ୱାରା ପରିଚାଳିତ ହୋଇ ଭାରତ ନିଜର ଗଣତାନ୍ତ୍ରିକ ମୂଳଦୁଆକୁ ସୁଦୃଢ଼ କରିବା ଜାରି ରଖିବ ଏବଂ ନ୍ୟାୟ, ସ୍ୱାଧୀନତା, ସମାନତା ଏବଂ ଭ୍ରାତୃତ୍ୱର ଆଦର୍ଶ ପ୍ରତି ପ୍ରତିବଦ୍ଧ ରହିବ। 

ଶ୍ରୀ ମୋଦୀ ଗଣତନ୍ତ୍ର, ସମ୍ବିଧାନ ଏବଂ ନାଗରିକଙ୍କ ଅଧିକାରର ସୁରକ୍ଷା ପାଇଁ ପ୍ରତିବଦ୍ଧତାକୁ ଦୋହରାଇ ସଂସ୍କୃତ ସୁଭାଶିତମକୁ ମଧ୍ୟ ସେୟାର କରିଥିଲେ :-

‘‘ସ୍ବାତନ୍ତାତ୍‍ ସୁଖମାପ୍ରେତି ସ୍ବାତନାଲଭ୍ୟତେ ପରମ୍‍ ।

ସ୍ବାତନ୍ତ୍ରାତିବୃତ୍ତିଂ ଗଚ୍ଛେତ୍‍ ସ୍ବାତନ୍ତ୍ରାତ୍‍ ପରମଂ ପଦମ୍‍ ।।’’

ଶ୍ରୀ ମୋଦୀ 'ଏକ୍ସ ’ରେ ପୋଷ୍ଟ କରିଛନ୍ତି: 

ଆଜି, ଆମେ ସେହି ସମସ୍ତଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛୁ ଯେଉଁମାନେ ଭାରତର ଇତିହାସର ଏକ ଅନ୍ଧକାରମୟ ଅଧ୍ୟାୟ, ଜରୁରୀକାଳୀନ ପରିସ୍ଥିତି ସମୟରେ ଗଣତାନ୍ତ୍ରିକ ମୂଲ୍ୟବୋଧକୁ ଦୃଢ ଭାବରେ ରକ୍ଷା କରିଥିଲେ। 

ଜରୁରୀକାଳୀନ ପରିସ୍ଥିତି ଆମ ସମ୍ବିଧାନ ଉପରେ ସିଧାସଳଖ ଆକ୍ରମଣ ଥିଲା। ଏହା ନାଗରିକ ସ୍ୱାଧୀନତାର ନିଲମ୍ବନ, ଅଭିବ୍ୟକ୍ତିର ସ୍ୱାଧୀନତା ଉପରେ ପ୍ରତିବନ୍ଧକ, ରାଜନୈତିକ ନେତା, ସାମ୍ବାଦିକ, ସାମାଜିକ କର୍ମୀଙ୍କ ଗିରଫ ଏବଂ ଆମ ଗଣତନ୍ତ୍ରର ଆଧାର ହୋଇଥିବା ଅନୁଷ୍ଠାନ ଉପରେ ଆକ୍ରମଣର ସାକ୍ଷୀ ହୋଇଥିଲା। 

ଏଥି ସହିତ, ଏହା ଅସଂଖ୍ୟ ନାଗରିକଙ୍କ ଅସାଧାରଣ ସାହସକୁ ମଧ୍ୟ ପ୍ରକାଶ କରିଥିଲା ଯେଉଁମାନେ ନୀରବ ରହିବାକୁ ମନା କରିଦେଇଥିଲେ ଏବଂ ଆମ ସମ୍ବିଧାନରେ ପ୍ରତିଷ୍ଠିତ ଆଦର୍ଶକୁ ବଜାୟ ରଖିଥିଲେ। 

ଆମ ସମସ୍ତଙ୍କ ପାଇଁ, ଆମ ସମ୍ବିଧାନ ହେଉଛି ୧୪୦ କୋଟି ଭାରତୀୟଙ୍କ ଆକାଂକ୍ଷା, ଅଧିକାର ଏବଂ କର୍ତ୍ତବ୍ୟର ପ୍ରତିମୂର୍ତ୍ତି। ସାମ୍ବିଧାନିକ ମୂଲ୍ୟବୋଧର ସୁରକ୍ଷା ପାଇଁ ଆମେ ଆମର ସାମୂହିକ ପ୍ରତିବଦ୍ଧତାକୁ ଦୋହରାଇଛୁ। ଆମ ସମ୍ବିଧାନର ଭାବନା ଦ୍ୱାରା ପରିଚାଳିତ ହୋଇ ଆମେ ଏପରି ଏକ ଭାରତ ଗଠନ କରିବୁ ଯାହା ନ୍ୟାୟ, ସ୍ୱାଧୀନତା, ସମାନତା ଏବଂ ଭ୍ରାତୃଭାବ ପ୍ରତି ସର୍ବଦା ପ୍ରତିବଦ୍ଧ ରହିବ।

#SamvidhanHatyaDiwas

ଆଜି ସମ୍ବିଧାନ ହତ୍ୟା ଦିବସ ଆମକୁ ସେହି ଅନ୍ଧକାର ସମୟ କଥା ମନେ ପକାଇ ଦେଉଛି, ଯେତେବେଳେ ଭାରତୀୟ ଗଣତନ୍ତ୍ରକୁ ଶୋଚନୀୟ ଭାବେ ଧ୍ୱଂସ କରାଯାଇଥିଲା। ଏହା ଆମକୁ ଗଣତନ୍ତ୍ର, ସମ୍ବିଧାନ ଏବଂ ନାଗରିକ ସ୍ୱାଧୀନତାର ସୁରକ୍ଷା ପାଇଁ ସର୍ବଦା ପ୍ରତିବଦ୍ଧ ରହିବାକୁ ପ୍ରେରଣା ଦେଇଥାଏ। ଜରୁରୀକାଳୀନ ପରିସ୍ଥିତିକୁ ବିରୋଧ କରିଥିବା ସମସ୍ତ ବ୍ୟକ୍ତିତ୍ୱଙ୍କୁ ଅଭିବାଦନ।

‘‘ସ୍ବାତନ୍ତାତ୍‍ ସୁଖମାପ୍ରେତି ସ୍ବାତନାଲଭ୍ୟତେ ପରମ୍‍ ।

ସ୍ବାତନ୍ତ୍ରାତିବୃତ୍ତିଂ ଗଚ୍ଛେତ୍‍ ସ୍ବାତନ୍ତ୍ରାତ୍‍ ପରମଂ ପଦମ୍‍ ।।’’

#SamvidhanHatyaDiwas

 

HS 


(रिलीज़ आईडी: 2278080) आगंतुक पटल : 7
इस विज्ञप्ति को इन भाषाओं में पढ़ें: Malayalam , English , Urdu , Marathi , हिन्दी , Manipuri , Bengali , Bengali-TR , Assamese , Punjabi , Gujarati , Tamil , Telugu , Kannada