ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ସୁଶାସନ ଏବଂ ଜନସାଧାରଣଙ୍କ ବିଶ୍ୱାସ ଉପରେ ଏକ ପ୍ରବନ୍ଧ ସେୟାର କରିଛନ୍ତି ପ୍ରଧାନମନ୍ତ୍ରୀ

प्रविष्टि तिथि: 22 JUN 2026 2:22PM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କେନ୍ଦ୍ର ମନ୍ତ୍ରୀ ଶ୍ରୀ ପୀୟୁଷ ଗୋୟଲଙ୍କ ଦ୍ୱାରା ଲିଖିତ ଏକ ନିବନ୍ଧ ସେୟାର କରିଛନ୍ତି।

ଏହି ପ୍ରବନ୍ଧରେ ଦର୍ଶାଯାଇଛି ଯେ ଜନସାଧାରଣଙ୍କ ବିଶ୍ୱାସ ହେଉଛି ସୁଶାସନର ସବୁଠାରୁ ବଡ଼ ପୁଞ୍ଜି। ଏଥିରେ ଉଲ୍ଲେଖ କରାଯାଇଛି ଯେ ଗତ ୧୨ ବର୍ଷ ମଧ୍ୟରେ ହୋଇଥିବା ପରିବର୍ତ୍ତନ କେବଳ ଶାସନ ଏବଂ ପ୍ରଶାସନ ଉପରେ ଲୋକଙ୍କ ବିଶ୍ୱାସକୁ ମଜବୁତ କରିନାହିଁ, ବରଂ ବିଭିନ୍ନ କଲ୍ୟାଣମୂଳକ ପଦକ୍ଷେପ ମାଧ୍ୟମରେ କୋଟି କୋଟି ନାଗରିକଙ୍କ ଜୀବନକୁ ଅଧିକ ସୁବିଧାଜନକ, ସୁରକ୍ଷିତ ଏବଂ ସମ୍ମାନଜନକ କରିବାରେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। ଏହି ପ୍ରବନ୍ଧରେ ଏହି ବିକାଶ ଏବଂ ନାଗରିକଙ୍କ ଉପରେ ଏହାର ପ୍ରଭାବ ବିଷୟରେ ବିସ୍ତୃତ ଭାବେ ବର୍ଣ୍ଣନା କରାଯାଇଛି।

ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଏକ୍ସ ରେ ଲେଖିଛି ;

"ଜନସାଧାରଣଙ୍କ ବିଶ୍ୱାସ ହେଉଛି ସୁଶାସନର ସବୁଠାରୁ ବଡ଼ ସମ୍ପଦ। ଗତ ୧୨ ବର୍ଷ ମଧ୍ୟରେ ହୋଇଥିବା ପରିବର୍ତ୍ତନ କେବଳ ଶାସନ ଉପରେ ଜନସାଧାରଣଙ୍କ ବିଶ୍ୱାସକୁ ସୁଦୃଢ଼ କରିବାରେ ସଫଳ ହୋଇନାହିଁ, ବରଂ ଜନ କଲ୍ୟାଣ ଯୋଜନା ମାଧ୍ୟମରେ କୋଟି କୋଟି ନାଗରିକଙ୍କ ଜୀବନକୁ ଅଧିକ ଆରାମଦାୟକ, ସୁରକ୍ଷିତ ଏବଂ ସମ୍ମାନଜନକ କରିବାରେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। ଏହି ପରିପ୍ରେକ୍ଷୀରେ, କେନ୍ଦ୍ର ମନ୍ତ୍ରୀ ପୀୟୁଷ ଗୋୟଲ ଜୀ ଏହି ନିବନ୍ଧରେ ବିସ୍ତୃତ ଭାବେ ନିଜର ମତ ବ୍ୟକ୍ତ କରିଛନ୍ତି। ’’

HS


(रिलीज़ आईडी: 2276946) आगंतुक पटल : 6
इस विज्ञप्ति को इन भाषाओं में पढ़ें: English , Urdu , Marathi , हिन्दी , Manipuri , Bengali , Bengali-TR , Assamese , Punjabi , Gujarati , Tamil , Telugu , Kannada , Malayalam