ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ଭେନେଜୁଏଲାର କାର୍ଯ୍ୟକାରୀ ରାଷ୍ଟ୍ରପତି

प्रविष्टि तिथि: 04 JUN 2026 9:35PM by PIB Bhubaneswar

ଭେନେଜୁଏଲାର କାର୍ଯ୍ୟକାରୀ ରାଷ୍ଟ୍ରପତି ସୁଶ୍ରୀ ଡେଲସି ରୋଡ୍ରିଗେଜ ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଛନ୍ତି

ପ୍ରଧାନମନ୍ତ୍ରୀ ଏହି ବୈଠକରେ ଖୁସି ବ୍ୟକ୍ତ କରିଥିଲେ ଏବଂ କହିଥିଲେ ଯେ ଦୁଇ ନେତା ଶକ୍ତି, ଗୁରୁତ୍ୱପୂର୍ଣ୍ଣ ଖଣିଜ ପଦାର୍ଥ, ପ୍ରଯୁକ୍ତିବିଦ୍ୟା, କୃଷି, ସ୍ୱାସ୍ଥ୍ୟ ଏବଂ ଜନ ସମ୍ପର୍କ କ୍ଷେତ୍ରରେ ସହଯୋଗ ବୃଦ୍ଧି ଉପରେ ବ୍ୟାପକ ଆଲୋଚନା କରିଥିଲେ

ଶ୍ରୀ ମୋଦୀ ଉଲ୍ଲେଖ କରିଥିଲେ ଯେ ଲାଟିନ ଆମେରିକାରେ ଭେନେଜୁଏଲା ହେଉଛି ଏକ ମୂଲ୍ୟବାନ ଅଂଶୀଦାର, ଏହି ରାଷ୍ଟ୍ର ସହିତ ଘନିଷ୍ଠ ସହଯୋଗ ବିଶ୍ୱ ଦକ୍ଷିଣ ପାଇଁ ଅତ୍ୟଧିକ ଗୁରୁତ୍ୱ ବହନ କରେ ଉଭୟ ରାଷ୍ଟ୍ରର ଜନସାଧାରଣଙ୍କ ପାରସ୍ପରିକ ଲାଭ ପାଇଁ ଉଭୟ ଦେଶ ମିଳିତ ଭାବେ କାର୍ଯ୍ୟ ଜାରି ରଖିବେ ବୋଲି ପ୍ରଧାନମନ୍ତ୍ରୀ ଦୃଢ଼ୋକ୍ତି ପ୍ରକାଶ କରିଥିଲେ

ପ୍ରଧାନମନ୍ତ୍ରୀ 'ଏକ୍ସରେ ପୋଷ୍ଟ କରିଛନ୍ତି:

"ଭେନେଜୁଏଲାର କାର୍ଯ୍ୟକାରୀ ରାଷ୍ଟ୍ରପତି ସୁଶ୍ରୀ ଡେଲସି ରୋଡ୍ରିଗେଜଙ୍କୁ ଭେଟି ଖୁସି ଲାଗୁଛି ଶକ୍ତି, ଗୁରୁତ୍ୱପୂର୍ଣ୍ଣ ଖଣିଜ ପଦାର୍ଥ, ପ୍ରଯୁକ୍ତିବିଦ୍ୟା, କୃଷି, ସ୍ୱାସ୍ଥ୍ୟ ଏବଂ ଲୋକ ସମ୍ପର୍କ କ୍ଷେତ୍ରରେ ଆମର ସହଯୋଗ ବୃଦ୍ଧି ଉପରେ ଆମେ ବ୍ୟାପକ ଆଲୋଚନା କରିଛୁ

ଲାଟିନ ଆମେରିକାର ଏକ ମୂଲ୍ୟବାନ ଅଂଶୀଦାର ଭାବେ, ଭେନେଜୁଏଲା ସହିତ ଆମର ଘନିଷ୍ଠ ସହଯୋଗ ବିଶ୍ୱ ଦକ୍ଷିଣ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଆମେ ଆମ ରାଷ୍ଟ୍ରର ଲୋକମାନଙ୍କ ପାରସ୍ପରିକ ଲାଭ ପାଇଁ ମିଳିତ ଭାବେ କାର୍ଯ୍ୟ କରିବା ଜାରି ରଖିବୁ ।’’

HS


(रिलीज़ आईडी: 2270535) आगंतुक पटल : 11
इस विज्ञप्ति को इन भाषाओं में पढ़ें: Telugu , English , Urdu , हिन्दी , Marathi , Bengali , Assamese , Manipuri , Punjabi , Gujarati , Tamil , Kannada , Malayalam