ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ମିଆଁମାର ରାଷ୍ଟ୍ରପତି ୟୁ ମିନ୍ ଅଙ୍ଗ୍ ହ୍ଲାଇଙ୍ଗଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଆଲୋଚନା
प्रविष्टि तिथि:
01 JUN 2026 8:09PM by PIB Bhubaneswar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ମିଆଁମାର ରାଷ୍ଟ୍ରପତି ୟୁ ମିନ୍ ମିଙ୍ଗ୍ ହ୍ଲାଇଙ୍ଗଙ୍କ ସହ ଫଳପ୍ରଦ ଆଲୋଚନା କରିଛନ୍ତି ।
ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଛନ୍ତି ଯେ ରାଷ୍ଟ୍ରପତି ୟୁ ମିନ୍ ମିଙ୍ଗ୍ ହ୍ଲାଇଙ୍ଗ ରାଷ୍ଟ୍ରପତି ଭାବରେ ତାଙ୍କ ପ୍ରଥମ ଗସ୍ତ ପାଇଁ ଭାରତକୁ ବାଛିଥିବାରୁ ଭାରତ ସମ୍ମାନିତ ବୋଧ କରୁଛି । ସେ ଏହା ମଧ୍ୟ ଖୁସି ପ୍ରକାଶ କରିଛନ୍ତି ଯେ ରାଷ୍ଟ୍ରପତି ଭଗବାନ ବୁଦ୍ଧଙ୍କ ଆଶୀର୍ବାଦରେ ବୋଧଗୟାରୁ ଭାରତରେ ତାଙ୍କର କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ ।
ଆଲୋଚନା ସମୟରେ ଦୁଇ ନେତା ଭାରତ-ମିଆଁମାର ସମ୍ପର୍କର ପୂର୍ଣ୍ଣ ପରିସର ସମୀକ୍ଷା କରିଥିଲେ ଏବଂ ଦ୍ୱିପାକ୍ଷିକ ସହଯୋଗକୁ ଆହୁରି ମଜବୁତ କରିବାର ଉପାୟ ଉପରେ ଆଲୋଚନା କରିଥିଲେ ।
ଆଲୋଚନାରେ ବାଣିଜ୍ୟ, ରେୟାର ଅର୍ଥ, ସ୍ୱାସ୍ଥ୍ୟସେବା, ସଂଯୋଗୀକରଣ, ଐତିହ୍ୟ ପୁନରୁଦ୍ଧାର ଏବଂ କ୍ଷମତା ନିର୍ମାଣରେ ସହଯୋଗକୁ ଆହୁରି ଗଭୀର କରିବାର ଉପାୟ ଉପରେ ଆଲୋଚନା କରାଯାଇଥିଲା । ଉଭୟ ପକ୍ଷ ସାମୁଦି୍ରକ ସୁରକ୍ଷା, ସାଇବର ସୁରକ୍ଷା ଏବଂ ପାରସ୍ପରିକ ସ୍ୱାର୍ଥର ଅନ୍ୟାନ୍ୟ କ୍ଷେତ୍ରରେ ଘନିଷ୍ଠ ଭାବରେ କାର୍ଯ୍ୟ କରିବାକୁ ମଧ୍ୟ ରାଜି ହୋଇଥିଲେ ।
ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ ଯେ ମିଆଁମାର ଭାରତର ‘ପଡ଼ୋଶୀ ପ୍ରଥମ’ ‘ଆକ୍ଟ ଇଷ୍ଟ’ ଏବଂ ଭାରତ-ପ୍ରଶାନ୍ତ ମହାସାଗର ନୀତି ପାଇଁ ଗୁରୁତ୍ୱପୂର୍ଣ୍ଣ, ଭାରତ-ମିଆଁମାର ସହିତ ସମ୍ପର୍କକୁ ଗୁରୁତ୍ୱ ଦେଉଛି ।
ପ୍ରଧାନମନ୍ତ୍ରୀ ଏକ୍ସ ରେ ଲେଖିଛନ୍ତି;
“ମିଆଁମାରର ରାଷ୍ଟ୍ରପତି ୟୁ ମିନ୍ ଅଙ୍ଗ୍ ହ୍ଲାଇଙ୍ଗଙ୍କ ସହ ଏକ ଫଳପ୍ରଦ ସାକ୍ଷାତ ହୋଇଥିଲା । ରାଷ୍ଟ୍ରପତି ଭାବରେ ତାଙ୍କର ପ୍ରଥମ ବିଦେଶ ଗସ୍ତ ପାଇଁ ସେ ଭାରତକୁ ବାଛିଥିବାରୁ ଆମେ ସମ୍ମାନିତ ବୋଧ କରୁଛୁ । ସମାନ ଭାବରେ ଖୁସି ଯେ ସେ ଭଗବାନ ବୁଦ୍ଧଙ୍କ ଆଶୀର୍ବାଦରେ ବୋଧଗୟାରୁ ଏହି ଗସ୍ତ ଆରମ୍ଭ କରିଥିଲେ । ଆମେ ଭାରତ ମିଆଁମାର ସମ୍ପର୍କର ସମ୍ପୂର୍ଣ୍ଣ ପରିସର ସମୀକ୍ଷା କରିଥିଲୁ । ‘ପଡ଼ୋଶୀ ପ୍ରଥମ’, ‘ଆକ୍ଟ ଇଷ୍ଟ’ ଏବଂ ଭାରତ ପ୍ରଶାନ୍ତ ମହାସାଗର ନୀତି ପାଇଁ ମିଆଁମାର ଗୁରୁତ୍ୱପୂର୍ଣ୍ଣ ।”
“ଆମର ଆଲୋଚନା ବାଣିଜ୍ୟ, ରେୟାର ଆର୍ଥ, ସ୍ୱାସ୍ଥ୍ୟସେବା, ସଂଯୋଗୀକରଣ, ଐତିହ୍ୟ ପୁନରୁଦ୍ଧାର ଏବଂ କ୍ଷମତା ନିର୍ମାଣରେ ସହଯୋଗକୁ ଆହୁରି ଗଭୀର କରିବା ପାଇଁ ଉପାୟ ଗୁଡ଼ିକ ଉପରେ ଆଧାରିତ ଥିଲା । ଆମେ ସାମୁଦ୍ରିକ ସୁରକ୍ଷା, ସାଇବର ସୁରକ୍ଷା ଏବଂ ଅନ୍ୟାନ୍ୟ କ୍ଷେତ୍ରରେ ଘନିଷ୍ଠ ଭାବରେ କାମ କରିବାକୁ ମଧ୍ୟ ରାଜି ହୋଇଥିଲୁ ।”
SR
(रिलीज़ आईडी: 2267999)
आगंतुक पटल : 9
इस विज्ञप्ति को इन भाषाओं में पढ़ें:
English
,
Urdu
,
Marathi
,
हिन्दी
,
Manipuri
,
Assamese
,
Bengali
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam