ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଉତ୍ତରପ୍ରଦେଶର ବାରାଣସୀରେ ମହିଳା ସମ୍ମିଳନୀର ଝଲକ ସେୟାର କରିଛନ୍ତି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ

प्रविष्टि तिथि: 28 APR 2026 9:41PM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ବାରାଣସୀରେ ମହିଳା ସମ୍ମିଳନୀର ଝଲକ ସେୟାର କରି ମହିଳା ସଶକ୍ତିକରଣ, ନାରୀ ଶକ୍ତିର ପ୍ରେରଣାଦାୟୀ ଅଂଶଗ୍ରହଣ ଏବଂ କାଶୀର ନିରନ୍ତର ବିକାଶ ପ୍ରତି ସରକାରଙ୍କ ଅତୁଟ ପ୍ରତିବଦ୍ଧତା ଉପରେ ଗୁରୁତ୍ୱାରୋପ କରିଛନ୍ତି

'ଏକ୍ସଉପରେ ଏକାଧିକ ପୋଷ୍ଟରେ ପ୍ରଧାନମନ୍ତ୍ରୀ ଲେଖିଛନ୍ତି:

‘‘ବାରାଣସୀରେ ମହିଳା ସମ୍ମିଳନୀରେ ଆମର ନାରୀ ଶକ୍ତିର ଅଂଶଗ୍ରହଣ ଅତ୍ୟନ୍ତ ପ୍ରେରଣାଦାୟୀ ଥିଲା ।’’

"ଭଉଣୀ ଏବଂ ଝିଅମାନଙ୍କୁ ଆମ ସରକାରଙ୍କ ନୀତିର କେନ୍ଦ୍ରରେ ରଖାଯାଇଛି କାଶୀରେ ମହିଳା ସମ୍ମିଳନୀର ଅବସର ମଧ୍ୟ ନାରୀ ଶକ୍ତିର ଅଭିବାଦନ ଏବଂ ବିକାଶର ଏକ ଉତ୍ସବ ।’’

"ଉତ୍ତରପ୍ରଦେଶର ବନାସ ଡାଏରୀ ସହିତ ଜଡ଼ିତ ଲକ୍ଷ ଭଉଣୀ ବହୁତ ଭଲ କାମ କରୁଛନ୍ତି ଆଜି ଏହି ଭଉଣୀମାନେ ସିଧାସଳଖ ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟରେ ବୋନସ ପାଇଛନ୍ତି ମୁଁ ଏହି ସମସ୍ତ ଭଉଣୀମାନଙ୍କୁ ବହୁତ ଅଭିନନ୍ଦନ ଜଣାଉଛି । "

"ଦେଶର ଭଉଣୀ ଏବଂ ଝିଅମାନେ ମହିଳା ସଂରକ୍ଷଣ ଉପରେ ପ୍ରତିବନ୍ଧକ ଲଗାଇବା ପାଇଁ ବଂଶବାଦ ଏବଂ ତୁଷ୍ଟିକରଣ-ଗ୍ରସ୍ତ ଦଳଗୁଡ଼ିକର କୁଟିଳ ଉଦ୍ଦେଶ୍ୟ ଜାଣିବାକୁ ପାଇଛନ୍ତି ଆସାମ, କେରଳ, ପୁଡୁଚେରୀ, ବଙ୍ଗଳା ଏବଂ ତାମିଲନାଡ଼ୁରେ ରେକର୍ଡ ମତଦାନ କେବଳ ସେମାନଙ୍କୁ ଦଣ୍ଡ ଦେବା ପାଇଁ ହୋଇଛି ।’’

‘‘ ସଂଯୋଗ ବ୍ୟବସ୍ଥା ହେଉ, ସ୍ୱାସ୍ଥ୍ୟସେବା ଇକୋସିଷ୍ଟମ ହେଉ କିମ୍ବା କାଶୀର ଐତିହ୍ୟର ସଂରକ୍ଷଣ ହେଉ, ଆମେ ଏଠାକାର ଲୋକଙ୍କ ଜୀବନକୁ ସହଜ କରିବା ପାଇଁ କୌଣସି ପ୍ରୟାସ ଛାଡ଼ୁନାହୁଁ ।’’

HS


(रिलीज़ आईडी: 2257094) आगंतुक पटल : 26
इस विज्ञप्ति को इन भाषाओं में पढ़ें: English , Urdu , Marathi , हिन्दी , Manipuri , Bengali , Assamese , Punjabi , Gujarati , Telugu , Kannada , Malayalam