ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ପ୍ରଫେସର ଗୋବର୍ଦ୍ଧନ ଦାସଙ୍କୁ ତାଙ୍କ ନିଯୁକ୍ତି ପାଇଁ ଅଭିନନ୍ଦନ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ
प्रविष्टि तिथि:
25 APR 2026 10:47PM by PIB Bhubaneswar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ନୀତି ଆୟୋଗର ସଦସ୍ୟ ଭାବେ ନିଯୁକ୍ତ ପ୍ରଫେସର ଗୋବର୍ଦ୍ଧନ ଦାସଙ୍କୁ ଅଭିନନ୍ଦନ ଜଣାଇବା ସହ ତାଙ୍କର ସଫଳ କାର୍ଯ୍ୟକାଳ ପାଇଁ ଶୁଭେଚ୍ଛା ଜଣାଇଛନ୍ତି। ଶ୍ରୀ ମୋଦୀ କହିଥିଲେ ଯେ ଅକ୍ଳାନ୍ତ ସମର୍ପଣ ଏବଂ ବିନମ୍ରତା ଦ୍ୱାରା ଚିହ୍ନିତ ପ୍ରଫେସର ଦାସଙ୍କ ଯାତ୍ରା ବାସ୍ତବରେ ପ୍ରେରଣାଦାୟୀ। ସେ ଜନସ୍ୱାସ୍ଥ୍ୟ, ବିଜ୍ଞାନ ଏବଂ ନବସୃଜନ କ୍ଷେତ୍ରରେ ପ୍ରଫେସର ଦାସଙ୍କ ଅମୂଲ୍ୟ ଅବଦାନ ଉପରେ ଆଲୋକପାତ କରି କହିଥିଲେ ଯେ ସମଗ୍ର ଦେଶ ତାଙ୍କ ସଫଳତାରେ ଗର୍ବିତ।
ପ୍ରଧାନମନ୍ତ୍ରୀ 'ଏକ୍ସ ’ ରେ ପୋଷ୍ଟ କରିଛନ୍ତି:
ପ୍ରଫେସର ଗୋବର୍ଦ୍ଧନ ଦାସ ଜୀ, ଆପଣଙ୍କୁ ଅନେକ ଶୁଭେଚ୍ଛା!
ଅକ୍ଳାନ୍ତ ପରିଶ୍ରମ ଏବଂ ନମ୍ରତାରେ ପରିପୂର୍ଣ୍ଣ ଆପଣଙ୍କ ଯାତ୍ରା ସମସ୍ତଙ୍କୁ ପ୍ରେରଣା ଦେବ। ଜନସ୍ୱାସ୍ଥ୍ୟ, ବିଜ୍ଞାନ ଏବଂ ନବସୃଜନ କ୍ଷେତ୍ରରେ ଆପଣଙ୍କ ଅମୂଲ୍ୟ ଯୋଗଦାନ ପାଇଁ ସମଗ୍ର ଦେଶ ଗର୍ବିତ। ଆପଣଙ୍କ କାର୍ଯ୍ୟକାଳ ପାଇଁ ମୋର ଶୁଭେଚ୍ଛା । "
HS
(रिलीज़ आईडी: 2256506)
आगंतुक पटल : 22
इस विज्ञप्ति को इन भाषाओं में पढ़ें:
English
,
Urdu
,
हिन्दी
,
Assamese
,
Manipuri
,
Bengali
,
Punjabi
,
Gujarati
,
Telugu
,
Kannada
,
Malayalam