ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ କମିଟି
ପଶ୍ଚିମବଙ୍ଗ ଏବଂ ଝାଡ଼ଖଣ୍ଡର ୫ଟି ଜିଲ୍ଲାକୁ କଭର କରୁଥିବା ଦୁଇଟି ମଲ୍ଟିଟ୍ରାକିଂ ପ୍ରକଳ୍ପକୁ କ୍ୟାବିନେଟ ମଞ୍ଜୁରୀ, ଯାହାଦ୍ୱାରା ଭାରତୀୟ ରେଳବାଇର ବର୍ତ୍ତମାନ ନେଟୱର୍କ ପ୍ରାୟ ୧୯୨ କିଲୋମିଟର ବଢିବ
ପ୍ରକଳ୍ପଗୁଡ଼ିକର ମୋଟ ଆନୁମାନିକ ମୂଲ୍ୟ ୪,୪୭୪ କୋଟି ଟଙ୍କା ଏବଂ ଏହା ୨୦୩୦-୩୧ ସୁଦ୍ଧା ସମାପ୍ତ ହେବ
ପୋଷ୍ଟ କରାଯିବା ଦିନାଙ୍କ:
10 MAR 2026 4:19PM by PIB Bhubaneswar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଅର୍ଥନୈତିକ ବ୍ୟାପାର କ୍ୟାବିନେଟ କମିଟି ଆଜି ରେଳ ମନ୍ତ୍ରଣାଳୟର ୨ଟି ପ୍ରକଳ୍ପକୁ ଅନୁମୋଦନ କରିଛି, ଯାହାର ମୋଟ ମୂଲ୍ୟ ପ୍ରାୟ ୪,୪୭୪ କୋଟି ଟଙ୍କା। ଏହି ପ୍ରକଳ୍ପଗୁଡ଼ିକ ହେଲା:
* ସୈନ୍ଥିଆ – ପାକୁର ୪ର୍ଥ ଲାଇନ୍
* ସନ୍ତ୍ରାଗାଚ୍ଛି – ଖଡ଼ଗପୁର ୪ର୍ଥ ଲାଇନ୍
ଏହି ଲାଇନ୍ କ୍ଷମତା ବୃଦ୍ଧି ଦ୍ୱାରା ଭାରତୀୟ ରେଳର ଚଳାଚଳ ଏବଂ ସେବାର ବିଶ୍ୱସନୀୟତା ଗୁରୁତ୍ୱପୂର୍ଣ୍ଣ ଭାବେ ବଢ଼ିବ। ଏହି ମଲ୍ଟି-ଟ୍ରାକିଂ ପ୍ରସ୍ତାବଗୁଡ଼ିକ କାର୍ଯ୍ୟକୁ ସୁବ୍ୟବସ୍ଥିତ କରିବା ଏବଂ ଭିଡ଼ ହ୍ରାସ କରିବା ପାଇଁ ପ୍ରସ୍ତୁତ। ଏହି ପ୍ରକଳ୍ପଗୁଡ଼ିକ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ‘ନୂତନ ଭାରତ’ର ଦୃଷ୍ଟିକୋଣ ସହିତ ଜଡିତ, ଯାହା ଏହି ଅଞ୍ଚଳର ଲୋକମାନଙ୍କୁ ଏହି କ୍ଷେତ୍ରରେ ବ୍ୟାପକ ବିକାଶ ଦ୍ୱାରା "ଆତ୍ମନିର୍ଭର" କରିବାରେ ସାହାଯ୍ୟ କରିବ ଓ ସେମାନଙ୍କର ସ୍ୱନିଯୁକ୍ତି ସୁଯୋଗ ବୃଦ୍ଧି କରିବ।
ଏହି ପ୍ରକଳ୍ପଗୁଡ଼ିକ ପ୍ରଧାନମନ୍ତ୍ରୀ-ଗତି ଶକ୍ତି ଜାତୀୟ ମାଷ୍ଟର ପ୍ଲାନ ଉପରେ ଯୋଜନା କରାଯାଇଛି, ଯେଉଁଥିରେ ମଲ୍ଟି-ମୋଡାଲ ସଂଯୋଗତା ଓ ଲଜିଷ୍ଟିକ୍ସ କ୍ଷମତା ବୃଦ୍ଧି ଉପରେ ଗୁରୁତ୍ୱ ଦିଆଯାଇଛି। ଏହା ଲୋକ, ପଣ୍ୟ ଏବଂ ସେବାର ସରଳ ଗତିଶୀଳତାକୁ ସୁନିଶ୍ଚିତ କରିବ।
ପଶ୍ଚିମବଙ୍ଗ ଓ ଝାଡ଼ଖଣ୍ଡ ରାଜ୍ୟର ୫ଟି ଜିଲ୍ଲାକୁ କଭର କରୁଥିବା ପ୍ରକଳ୍ପ ଦ୍ୱୟ ଭାରତୀୟ ରେଳବାଇର ବିଦ୍ୟମାନ ନେଟୱର୍କକୁ ପ୍ରାୟ ୧୯୨ କିଲୋମିଟର ବୃଦ୍ଧି କରିବ।
ଏହି ପ୍ରକଳ୍ପ ଦ୍ୱାରା ପ୍ରାୟ ୫,୬୫୨ଟି ଗାଁର ସଂଯୋଗତା ବୃଦ୍ଧି ପାଇବ, ଯେଉଁଠାରେ ପ୍ରାୟ ୧୪୭ ଲକ୍ଷ ଲୋକ ବସବାସ କରୁଛନ୍ତି।
ପ୍ରସ୍ତାବିତ କ୍ଷମତା ବୃଦ୍ଧି ଦେଶବ୍ୟାପୀ ଅନେକ ପ୍ରମୁଖ ପର୍ଯ୍ୟଟନସ୍ଥଳୀକୁ ରେଳ ସଂଯୋଗୀକରଣକୁ ଉନ୍ନତ କରିବ, ଯେଉଁଥିରେ ବୋଲପୁର-ଶାନ୍ତିନିକେତନ, ନନ୍ଦିକେଶ୍ୱରୀ ମନ୍ଦିର (ଶକ୍ତିପୀଠ), ତାରାପୀଠ (ଶକ୍ତିପୀଠ), ପାଟଚିତ୍ର ଗ୍ରାମ, ଧାଡିକା ଜଙ୍ଗଲ, ଭୀମବନ୍ଧ ବନ୍ୟପ୍ରାଣୀ ଅଭୟାରଣ୍ୟ, ରାମେଶ୍ୱର କୁଣ୍ଡ ଇତ୍ୟାଦି ଅନ୍ତର୍ଭୁକ୍ତ।
ଅନୁମୋଦିତ ପ୍ରକଳ୍ପଗୁଡ଼ିକ କୋଇଲା, ପଥର, ଡୋଲୋମାଇଟ୍, ସିମେଣ୍ଟ, ସ୍ଲାଗ୍, ଜିପସମ୍, ଲୁହା ଓ ଇସ୍ପାତ, ଖାଦ୍ୟଶସ୍ୟ, ପେଟ୍ରୋଲିୟମ ଉତ୍ପାଦ ଓ କଣ୍ଟେନର ଇତ୍ୟାଦି ପରିବହନ ପାଇଁ ଅତ୍ୟାବଶ୍ୟକ ମାର୍ଗ। କ୍ଷମତା ବୃଦ୍ଧି ଫଳରେ ପ୍ରତିବର୍ଷ ୩୧ ମିଲିୟନ୍ ଟନ୍ (MTPA) ଅତିରିକ୍ତ ମାଲ ଚଳାଚଳ ସମ୍ଭବ ହେବ। ରେଳବାଇ ପରିବେଶ ଅନୁକୂଳ ଏବଂ ପରିବହନର ଶକ୍ତି ସଂରକ୍ଷଣକାରୀ ମାଧ୍ୟମ ହୋଇଥିବାରୁ, ଏହା ଜଳବାୟୁ ଲକ୍ଷ୍ୟ ହାସଲ କରିବାରେ ଏବଂ ଦେଶର ଲଜିଷ୍ଟିକ୍ସ ଖର୍ଚ୍ଚକୁ ହ୍ରାସ କରିବାରେ ସାହାଯ୍ୟ କରିବ, ତୈଳ ଆମଦାନୀ (୦୬ କୋଟି ଲିଟର) ହ୍ରାସ କରିବ ଏବଂ CO₂ ନିର୍ଗମନ (୨୮ କୋଟି କିଲୋଗ୍ରାମ) ହ୍ରାସ କରିବ, ଯାହା ୦୧ କୋଟି ଗଛ ଲଗାଇବା ସହିତ ସମାନ।
*****
MT
(ରିଲିଜ ଆଡି: 2255099)
ପରିଦର୍ଶକ କାଉଣ୍ଟର : 7
ଏହି ରିଲିଜ ପଢନ୍ତୁ :
English
,
Urdu
,
Marathi
,
हिन्दी
,
Bengali
,
Bengali-TR
,
Assamese
,
Manipuri
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam