କେନ୍ଦ୍ରୀୟ ଲୋକ ସେବା ଆୟୋଗ
azadi ka amrit mahotsav

ଭାରତ ସରକାରଙ୍କ ବିଭିନ୍ନ ପଦବୀରେ ସିଧାସଳଖ ନିଯୁକ୍ତି

ପୋଷ୍ଟ କରାଯିବା ଦିନାଙ୍କ: 10 APR 2026 6:10PM by PIB Bhubaneswar

ୟୁ.ପି.ଏସ.ସି (UPSC) ପକ୍ଷରୁ ସଂସ୍କୃତି ମନ୍ତ୍ରାଳୟ ଅଧୀନରେ ଥିବା ଭାରତୀୟ ମାନବ ବିଜ୍ଞାନ ସର୍ଭେରେ ସହାୟକ କିପର ପଦବୀ ପାଇଁ ୦୧ଟି ପଦବୀ, ପ୍ରତିରକ୍ଷା ମନ୍ତ୍ରାଳୟ ଅଧୀନରେ ଥିବା DRDOରେ ସିନିୟର ଷ୍ଟୋର ଅଫିସର ଗ୍ରେଡ୍-II ପାଇଁ ୦୭ଟି ପଦବୀ ଏବଂ ମତ୍ସ୍ୟପାଳନ, ପଶୁପାଳନ ଓ ଦୁଗ୍ଧ ମନ୍ତ୍ରଣାଳୟର ପଶୁପାଳନ ଏବଂ ଦୁଗ୍ଧ ବିଭାଗରେ ପଶୁପାଳନ ଅଧିକାରୀ ପଦବୀ ପାଇଁ ୦୮ଟି ଖାଲି ପଦବୀ ନିମନ୍ତେ ନିଯୁକ୍ତି ପାଇଁ ଯୋଗ୍ୟ ପ୍ରାର୍ଥୀଙ୍କଠାରୁ ଆବେଦନ ଆମନ୍ତ୍ରଣ କରୁଛି।

୨. ପ୍ରାର୍ଥୀଙ୍କ ପାଇଁ ନିର୍ଦ୍ଦେଶାବଳୀ ସହିତ ବିସ୍ତୃତ ବିଜ୍ଞାପନ ସଂଖ୍ୟା ୦୨/୨୦୨୬ କମିଶନର ୱେବସାଇଟ୍ https://upsc.gov.in ରେ ଅପଲୋଡ୍ କରାଯାଇଛି। ଆଗ୍ରହୀ ପ୍ରାର୍ଥୀମାନେ ୧୧ ଏପ୍ରିଲ, ୨୦୨୬ ରୁ ମଇ, ୨୦୨୬ ପର୍ଯ୍ୟନ୍ତ ଅନଲାଇନ୍ ନିଯୁକ୍ତି ଆବେଦନ ପୋର୍ଟାଲ୍ https://upsconline.nic.in/ora/ ମାଧ୍ୟମରେ ଆବେଦନ କରିପାରିବେ।

୩. ପ୍ରାର୍ଥୀମାନଙ୍କୁ ଏଥିରେ ଉଲ୍ଲେଖ କରାଯାଇଥିବା ବିସ୍ତୃତ ନିର୍ଦ୍ଦେଶାବଳୀ ପାଳନ କରିବାକୁ ଅନୁରୋଧ କରାଯାଇଛି।

sws


(ରିଲିଜ ଆଡି: 2254726) ପରିଦର୍ଶକ କାଉଣ୍ଟର : 24
ଏହି ରିଲିଜ ପଢନ୍ତୁ : English , Urdu , हिन्दी