ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରଣାଳୟ
azadi ka amrit mahotsav

ଏଆଇ ପ୍ରଶାସନ ଓ ଆର୍ଥିକ ଗୋଷ୍ଠୀ ଗଠନ କଲେ ସରକାର

ପୋଷ୍ଟ କରାଯିବା ଦିନାଙ୍କ: 16 APR 2026 8:21PM by PIB Bhubaneswar

ଭାରତର ଜାତୀୟ ଏଆଇ ପ୍ରଶାସନିକ ରଣନୀତିକୁ ଆଗେଇ ନେବାକୁ ଲକ୍ଷ୍ୟ

 

ନୀତିଗତ ସମନ୍ୱୟ, ଉତ୍ତରଦାୟୀ ଏଆଇ ଉଦ୍ଭାବନକୁ ପ୍ରୋତ୍ସାହନ ଏବଂ ଶ୍ରମ ବଜାର ପ୍ରଭାବର ସମାଧାନ କରିବ ଏକ ଉଚ୍ଚସ୍ତରୀୟ ଆନ୍ତଃମନ୍ତ୍ରଣାଳୟ ଗୋଷ୍ଠୀ

 

ଭାରତ ସରକାରଙ୍କ ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ ଏଆଇ ପ୍ରଶାସନ ଏବଂ ଆର୍ଥିକ ଗୋଷ୍ଠୀ (ଏଆଇଜିଇଜି) ଗଠନ କରିଛି । ଏହା ଏକ ଉଚ୍ଚସ୍ତରୀୟ ଆନ୍ତଃମନ୍ତ୍ରଣାଳୟ ସଂସ୍ଥା ଯାହା ଏଆଇ ପ୍ରଶାସନ ନୀତି ବିକାଶ ଏବଂ ସମନ୍ୱୟ ପାଇଁ ଭାରତର କେନ୍ଦ୍ରୀୟ ସଂସ୍ଥାଗତ ବ୍ୟବସ୍ଥା ରୂପେ କାର୍ଯ୍ୟ କରିବ।

ଏଆଇଜିଇଜିର ସମ୍ବିଧାନ ଭାରତର ଏଆଇ ଶାସନ ମାର୍ଗଦର୍ଶିକା ଏବଂ ଆର୍ଥିକ ସର୍ବେକ୍ଷଣରେ ଦିଆଯାଇଥିବା ସଂସ୍ଥାଗତ ସୁପାରିସଗୁଡ଼ିକୁ ଆନୁଷ୍ଠାନିକ ରୂପେ କାର୍ଯ୍ୟକାରୀ କରିବ।

ଏହି ମାର୍ଗଦର୍ଶିକାରେ ଏଆଇ ପ୍ରଶାସନ ଲାଗି ସମ୍ପୂର୍ଣ୍ଣ ସରକାରୀ ଦୃଷ୍ଟିକୋଣକୁ ଆଗକୁ ବଢ଼ାଇବା ଲାଗି ଏକ ଆନ୍ତଃମନ୍ତ୍ରଣାଳୟ ସଂସ୍ଥା ପ୍ରତିଷ୍ଠା କରିବା ନିମନ୍ତେ ସୁପାରିସ କରାଯାଇଛି। ଏହାର ଉଦ୍ଦେଶ୍ୟ ହେଉଛି ବିଭିନ୍ନ ମନ୍ତ୍ରଣାଳୟ, ବିଭାଗ, ନିୟାମକ ଏବଂ ପରାମର୍ଶଦାତା ପ୍ରତିଷ୍ଠାନଗୁଡ଼ିକର କାର୍ଯ୍ୟକୁ ଏକ ସୁସଂଗତ ରାଷ୍ଟ୍ରୀୟ ରଣନୀତି ଅନୁରୂପ ପ୍ରସ୍ତୁତ କରିବା। ସେହିପରି ଆର୍ଥିକ ସର୍ବେକ୍ଷଣରେ ଏପରି ଏକ ସମନ୍ୱୟକାରୀ ପ୍ରାଧିକରଣର ଆବଶ୍ୟକତାକୁ ରେଖାଙ୍କିତ କରାଯାଇଛି ଯାହା ଏଆଇର ଉପଯୋଗକୁ ଶ୍ରମ ସମ୍ବନ୍ଧୀୟ ବାସ୍ତବତା ଏବଂ ସାମାଜିକ ସ୍ଥିରତାର ପ୍ରାଥମିକତା ସହିତ ଅନୁକୂଳ କରିବାରେ ସକ୍ଷମ ହୋଇପାରିବ।

ଏଆଇଜିଇଜିର ଅଧ୍ୟକ୍ଷତା କରିବେ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତିବିଦ୍ୟା, ରେଳ, ସୂଚନା ଓ ପ୍ରସାରଣ ମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବ କରିବେ । ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତିବିଦ୍ୟା, ବାଣିଜ୍ୟ ଓ ଶିଳ୍ପ ରାଷ୍ଟ୍ର ମନ୍ତ୍ରୀ ଶ୍ରୀ ଜିତିନ ପ୍ରସାଦ ଏହାର ଉପାଧ୍ୟକ୍ଷ ଭାବରେ କାର୍ଯ୍ୟ କରିବେ । ଏଆଇଜିଇଜିର ସଦସ୍ୟ ଭାବେ ନୀତିଗତ ବିକାଶ, ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା, ସୁରକ୍ଷା ଓ ଆର୍ଥିକ ବ୍ୟାପାରରେ ସରକାରଙ୍କ ବରିଷ୍ଠ ଅଂଶୀଦାରମାନେ ସାମିଲ ରହିବେ ।

ଏଆଇଜିଇଜି ଭାରତର ଏଆଇ ଶାସନର ସଂସ୍ଥାଗତ ଢାଞ୍ଚା ମଧ୍ୟରେ ସର୍ବୋଚ୍ଚ ଆନ୍ତଃମନ୍ତ୍ରଣାଳୟ ସଂସ୍ଥା ଭାବରେ କାର୍ଯ୍ୟ କରିବ। ଏହାକୁ ଏକ ପ୍ରଯୁକ୍ତିବିଦ୍ୟା ଏବଂ ନୀତି ବିଶେଷଜ୍ଞ କମିଟି (ଟିପିଇସି) ଦ୍ୱାରା ସମର୍ଥିତ କରାଯିବ । ଏହା ଏଆଇଜିଇଜିକୁ ବିଶ୍ୱ ବିକାଶ, ଉଦୀୟମାନ ପ୍ରଯୁକ୍ତିବିଦ୍ୟା, ବିପଦ, ନିୟନ୍ତ୍ରଣ ଓ ଏଆଇ ନୀତି ଏବଂ ଶାସନ ସମ୍ବନ୍ଧୀୟ ଅନ୍ୟାନ୍ୟ ପରିବର୍ତ୍ତିତ ପ୍ରାଥମିକତା ଉପରେ ବିଶେଷଜ୍ଞ ପରାମର୍ଶ ପ୍ରଦାନ କରିବ।

 

ଏଆଇଜିଇଜି ବିଷୟରେ ଅଧିକ ଜାଣିବା ଲାଗି ନିମ୍ନ ଲିଙ୍କ ଦେଖନ୍ତୁ:

https://d12aarmt01l54a.cloudfront.net/cms/files/constitution-of-aigeg/1776346498.pdf.

****

PS

 


(ରିଲିଜ ଆଡି: 2252814) ପରିଦର୍ଶକ କାଉଣ୍ଟର : 4
ଏହି ରିଲିଜ ପଢନ୍ତୁ : English , Urdu , हिन्दी , Marathi , Gujarati , Telugu