ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
କଳ୍ପକମରେ ପ୍ରୋଟୋଟାଇପ୍ ଫାଷ୍ଟ ବ୍ରିଡର ରିଆକ୍ଟର ଗୁରୁତ୍ୱପୂର୍ଣ୍ଣ ସଫତା ହାସଲ କରିଥିବାରୁ ବୈଜ୍ଞାନିକ ଏବଂ ଇଞ୍ଜିନିୟରମାନଙ୍କୁ ପ୍ରଧାନମନ୍ତ୍ରୀଙ୍କ ଅଭିନନ୍ଦନ
ପୋଷ୍ଟ କରାଯିବା ଦିନାଙ୍କ:
06 APR 2026 10:14PM by PIB Bhubaneswar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି କଳ୍ପକମରେ ସ୍ୱଦେଶୀ ଭାବେ ବିକଶିତ ପ୍ରୋଟୋଟାଇପ୍ ଫାଷ୍ଟ ବ୍ରିଡର ରିଆକ୍ଟର (ପିଏଫବିଆର)ର ଗୁରୁତ୍ୱପୂର୍ଣ୍ଣ ସଫଳତା ପାଇଁ ଭାରତର ବୈଜ୍ଞାନିକ ଏବଂ ଇଞ୍ଜିନିୟରମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି।
ପ୍ରଧାନମନ୍ତ୍ରୀ କହିଥିଲେ ଯେ ଭାରତ ଏହାର ବେସାମରିକ ଆଣବିକ ଯାତ୍ରାରେ ଏକ ନିର୍ଣ୍ଣାୟକ ପଦକ୍ଷେପ ଗ୍ରହଣ କରିଛି, ଯାହା ଏହାର ଆଣବିକ କାର୍ଯ୍ୟକ୍ରମର ଦ୍ୱିତୀୟ ପର୍ଯ୍ୟାୟରେ ଉଲ୍ଲେଖନୀୟ ଅଗ୍ରଗତି ଚିହ୍ନିତ କରିଛି। ସେ ଗୁରୁତ୍ୱାରୋପ କରିଥିଲେ ଯେ ଉନ୍ନତ ରିଆକ୍ଟର, ଯାହାର ଆବଶ୍ୟକତା ଠାରୁ ଅଧିକ ଇନ୍ଧନ ଉତ୍ପାଦନ କରିବାର କ୍ଷମତା ରହିଛି, ତାହା ଦେଶର ସୁଦୃଢ଼ ବୈଜ୍ଞାନିକ ସାମର୍ଥ୍ୟ ଏବଂ ସୁଦୃଢ଼ ଇଞ୍ଜିନିୟରିଂ ଦକ୍ଷତାକୁ ପ୍ରଦର୍ଶିତ କରୁଛି।
ଶ୍ରୀ ମୋଦୀ ଏହା ମଧ୍ୟ ଉଲ୍ଲେଖ କରିଥିଲେ ଯେ ଏହି ସଫଳତା ଆଣବିକ କାର୍ଯ୍ୟକ୍ରମର ତୃତୀୟ ପର୍ଯ୍ୟାୟ ଅଧୀନରେ ଭାରତର ବିଶାଳ ଥୋରିୟମ୍ ଭଣ୍ଡାରକୁ ପ୍ରଭାବୀ ଢଙ୍ଗରେ ଉପଯୋଗ କରିବାର ମାର୍ଗ ପ୍ରଶସ୍ତ କରିଛି।
ଏହାକୁ ଦେଶ ପାଇଁ ଏକ ଗର୍ବର ମୁହୂର୍ତ୍ତ ବୋଲି ଅଭିହିତ କରି ପ୍ରଧାନମନ୍ତ୍ରୀ ଏହି ମାଇଲଖୁଣ୍ଟ ହାସଲ କରିବାରେ ସମ୍ପୃକ୍ତ ସମସ୍ତଙ୍କ ପ୍ରତିବଦ୍ଧତା ଏବଂ ପ୍ରୟାସକୁ ପ୍ରଶଂସା କରିଥିଲେ।
ପ୍ରଧାନମନ୍ତ୍ରୀ ଏକ୍ସ ରେ ଲେଖିଛନ୍ତି;
"ଆଜି ଭାରତ ନିଜର ବେସାମରିକ ଆଣବିକ ଯାତ୍ରାରେ ଏକ ନିର୍ଣ୍ଣାୟକ ପଦକ୍ଷେପ ଗ୍ରହଣ କରିଛି, ନିଜର ଆଣବିକ କାର୍ଯ୍ୟକ୍ରମର ଦ୍ୱିତୀୟ ପର୍ଯ୍ୟାୟକୁ ଆଗକୁ ବଢ଼ାଇଛି।
କଳ୍ପକମରେ ସ୍ୱଦେଶୀ ଭାବରେ ଡିଜାଇନ୍ ଏବଂ ନିର୍ମିତ ପ୍ରୋଟୋଟାଇପ୍ ଫାଷ୍ଟ ବ୍ରିଡର ରିଆକ୍ଟର ଗୁରୁତ୍ୱପୂର୍ଣ୍ଣ ସଫଳତା ଅର୍ଜନ କରିଛି |
ଏହି ଉନ୍ନତ ରିଆକ୍ଟର, ଯାହା ଖର୍ଚ୍ଚ ଠାରୁ ଅଧିକ ଇନ୍ଧନ ଉତ୍ପାଦନ କରିବାରେ ସକ୍ଷମ, ଏହା ଆମର ବୈଜ୍ଞାନିକ ସାମର୍ଥ୍ୟର ଗଭୀରତା ଏବଂ ଆମର ଇଞ୍ଜିନିୟରିଂ ଉଦ୍ୟୋଗର ଶକ୍ତିକୁ ପ୍ରତିଫଳିତ କରେ। କାର୍ଯ୍ୟକ୍ରମର ତୃତୀୟ ପର୍ଯ୍ୟାୟରେ ଆମର ବିଶାଳ ଥୋରିୟମ୍ ଭଣ୍ଡାରକୁ ଉପଯୋଗ କରିବା ଦିଗରେ ଏହା ଏକ ନିର୍ଣ୍ଣାୟକ ପଦକ୍ଷେପ।
ଭାରତ ପାଇଁ ଏକ ଗର୍ବର ମୁହୂର୍ତ୍ତ। ଆମର ବୈଜ୍ଞାନିକ ଏବଂ ଇଞ୍ଜିନିୟରମାନଙ୍କୁ ଅଭିନନ୍ଦନ "
HS
(ରିଲିଜ ଆଡି: 2249729)
ପରିଦର୍ଶକ କାଉଣ୍ଟର : 13
ଏହି ରିଲିଜ ପଢନ୍ତୁ :
English
,
Urdu
,
हिन्दी
,
Assamese
,
Bengali
,
Bengali-TR
,
Manipuri
,
Punjabi
,
Gujarati
,
Kannada
,
Malayalam