ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ବୀର ସାଭରକରଙ୍କ ଜୀବନରୁ ମିଳୁଥିବା ଶିକ୍ଷାକୁ ଉଦ୍ଧାର କରି ଏକ ସଂସ୍କୃତ ସୁଭାଷିତମ୍ ଶେୟାର କରିଛନ୍ତି ପ୍ରଧାନମନ୍ତ୍ରୀ
ପୋଷ୍ଟ କରାଯିବା ଦିନାଙ୍କ:
26 FEB 2026 10:47AM by PIB Bhubaneswar
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବୁଧବାର ଦିନ ବୀର ସାଭରକରଙ୍କ ଜୀବନରୁ ମିଳିଥିବା ଶିକ୍ଷାକୁ ଉଦ୍ଧାର କରି ଏକ ସଂସ୍କୃତ ସୁଭାଷିତମ୍ ସେୟାର କରିଛନ୍ତି।
ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ମା’ ଭାରତୀଙ୍କ ଜଣେ କର୍ମଠ ଓ ସମର୍ପିତ ସନ୍ତାନ ବୀର ସାଭରକରଙ୍କ ଜୀବନରୁ ଆମେ ପ୍ରତିକୂଳ ପରିସ୍ଥିତିରେ ମଧ୍ୟ ଆମର ସଂକଳ୍ପରେ ଦୃଢ଼ ରହିବାର ଶିକ୍ଷା ପାଉଛୁ। ସେ ଉଲ୍ଲେଖ କରିଛନ୍ତି ଯେ, ତାଙ୍କର ସାହସ, ସଂଯମ ଓ ମାତୃଭୂମି ପ୍ରତି ସମର୍ପଣ ଭାବନା ସର୍ବଦା ଦେଶବାସୀଙ୍କୁ ପଥ ପ୍ରଦର୍ଶନ କରିବ।
ପ୍ରଧାନମନ୍ତ୍ରୀ ଏକ୍ସ ରେ ଲେଖିଛନ୍ତି;
ଭାରତ ମାତାର କର୍ମଠ ସନ୍ତାନ ବୀର ସାଭରକରଙ୍କ ଜୀବନ ଆମକୁ ପ୍ରତିକୂଳ ପରିସ୍ଥିତିରେ ମଧ୍ୟ ଆମର ସଂକଳ୍ପରେ ଦୃଢ ରହିବାକୁ ଶିକ୍ଷା ଦିଏ। ତାଙ୍କର ସାହସ, ସଂଯମ ଓ ମାତୃଭୂମି ପ୍ରତି ସମର୍ପଣ ଭାବନା ସର୍ବଦା ଦେଶବାସୀଙ୍କୁ ମାର୍ଗଦର୍ଶନ କରିବ।
ଧୀରାଃ ଶୋକଂ ତରିଷ୍ୟନ୍ତି ଲଭନ୍ତେ ସିଦ୍ଧିମୁତ୍ତମାମ୍।
ଧୀରୈଃ ସମ୍ପ୍ରାପ୍ୟତେ ଲକ୍ଷ୍ମୀର୍ଧୈର୍ୟଂ ସର୍ବତ୍ର ସାଧନମ୍॥
"ସାହସୀ ଏବଂ ଦୃଢ଼ ବ୍ୟକ୍ତିମାନେ ଦୁଃଖକୁ ପରାସ୍ତ କରି ନିଜ ଜୀବନରେ ସଫଳତା ହାସଲ କରିବାକୁ ସକ୍ଷମ ହୋଇଥାନ୍ତି। ଏପରି ବ୍ୟକ୍ତିମାନେ ଧନୀ ଏବଂ ସମୃଦ୍ଧ ହୋଇଥାନ୍ତି। ତେଣୁ, ଧୈର୍ଯ୍ୟ ଏବଂ ସାହସ ସର୍ବଦା ନିଜ ଜୀବନର ସଫଳତା ହାସଲ କରିବାର ସର୍ବୋତ୍ତମ ମାଧ୍ୟମ ଅଟେ।"
*****
MT
(ରିଲିଜ ଆଡି: 2248823)
ପରିଦର୍ଶକ କାଉଣ୍ଟର : 9
ଏହି ରିଲିଜ ପଢନ୍ତୁ :
English
,
Urdu
,
हिन्दी
,
Marathi
,
Bengali
,
Manipuri
,
Assamese
,
Punjabi
,
Gujarati
,
Tamil
,
Kannada
,
Malayalam