ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

୧୧ ମାର୍ଚ୍ଚରେ କେରଳ ଏବଂ ତାମିଲନାଡୁ ଗସ୍ତ କରିବେ ପ୍ରଧାନମନ୍ତ୍ରୀ

ପୋଷ୍ଟ କରାଯିବା ଦିନାଙ୍କ: 09 MAR 2026 8:58PM by PIB Bhubaneshwar
  • ଏର୍ଣ୍ଣାକୁଲମ୍ରେ ପ୍ରାୟ ୧୦,୮୦୦ କୋଟି ଟଙ୍କାର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଉଦ୍ଘାଟନ, ଶିଳାନ୍ୟାସ ଏବଂ ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ
  • ଭାରତ ପେଟ୍ରୋଲିୟମ୍ କର୍ପୋରେସନ୍ ଲିମିଟେଡ୍ କୋଚି ରିଫାଇନାରୀରେ ପଲିପ୍ରୋପାଇଲିନ୍ ୟୁନିଟ୍ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିବେ ପ୍ରଧାନମନ୍ତ୍ରୀ
  • ଦୁଇଟି ପ୍ରମୁଖ ରାଜପଥ ପ୍ରକଳ୍ପର ଉଦ୍ଘାଟନ କରିବେ ପ୍ରଧାନମନ୍ତ୍ରୀ: ଏନ୍ଏଚ୍‌-୬୬ର ଥଲାପାଡି-ଚଙ୍ଗେଲା ସେକ୍ସନର ଛଅ ଲେନ୍ ଏବଂ ବେଙ୍ଗଲମରୁ ରାମନାଟ୍ଟୁକାରା ପର୍ଯ୍ୟନ୍ତ କୋଝିକୋଡ ବାଇପାସର ଛଅ ଲେନ୍
  • ତିରୁଚିରାପଲ୍ଲୀରେ ପ୍ରାୟ ,୬୫୦ କୋଟି ମୂଲ୍ୟର ବହୁବିଧ ଉନ୍ନୟନ ପ୍ରକଳ୍ପର ଉଦ୍ଘାଟନ, ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ, ଶିଳାନ୍ୟାସ ଏବଂ ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ
  • ଏହି ପ୍ରକଳ୍ପଗୁଡିକରେ ପେଟ୍ରୋଲିୟମ୍ ଏବଂ ପ୍ରାକୃତିକ ଗ୍ୟାସ ଭିତ୍ତିଭୂମି, ଗ୍ରାମୀଣ ସଂଯୋଗୀକରଣ, ରାଜପଥ ବିକାଶ ଏବଂ ରେଳ ସେବା ସମେତ ପ୍ରମୁଖ କ୍ଷେତ୍ରଗୁଡିକ ରହିଛି
  • ନୀଳଗିରି ଇରୋଡ ଜିଲ୍ଲାରେ ବିପିସିଏଲ୍ ସିଟି ଗ୍ୟାସ ବଣ୍ଟନ ନେଟୱାର୍କର ଭିତ୍ତିପ୍ରସ୍ତର ସ୍ଥାପନ ଏବଂ ଚେନ୍ନାଇରେ ଆଇଓସିଏଲ୍ ଲ୍ୟୁବ୍ ବ୍ଲେଣ୍ଡିଂ ପ୍ଲାଣ୍ଟକୁ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ ପ୍ରଧାନମନ୍ତ୍ରୀ

 

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୧୧ ମାର୍ଚ୍ଚ ୨୦୨୬ରେ କେରଳ ଏବଂ ତାମିଲନାଡୁ ଗସ୍ତ କରିବେ ପ୍ରାୟ :୩୦ ସମୟରେ, ପ୍ରଧାନମନ୍ତ୍ରୀ କେରଳର ଏର୍ଣ୍ଣାକୁଲମ୍ରେ ପ୍ରାୟ ୧୦,୮୦୦ କୋଟି ଟଙ୍କାର ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍ଘାଟନ, ଲୋକାର୍ପଣ, ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ ଏହି କାର୍ଯ୍ୟକ୍ରମ ସମୟରେ ଉପସ୍ଥିତ ସମାବେଶକୁ ମଧ୍ୟ ସମ୍ବୋଧିତ କରିବେ ଏହା ପରେ ପ୍ରାୟ ସନ୍ଧ୍ୟା :୪୫ ସମୟରେ ପ୍ରଧାନମନ୍ତ୍ରୀ ତାମିଲନାଡୁର ତିରୁଚିରାପଲ୍ଲୀରେ ପ୍ରାୟ ,୬୫୦ କୋଟି ଟଙ୍କାର ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍ଘାଟନ, ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ ଏବଂ ଭିତ୍ତିପ୍ରସ୍ତର ସ୍ଥାପନ କରିବେ ପ୍ରଧାନମନ୍ତ୍ରୀ ଏହି ଅବସରରେ ସମାବେଶକୁ ମଧ୍ୟ ସମ୍ବୋଧିତ କରିବେ

ଏର୍ଣ୍ଣାକୁଲମରେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ଭାରତ ପେଟ୍ରୋଲିୟମ୍ କର୍ପୋରେସନ୍ ଲିମିଟେଡ୍ (ବିପିସିଏଲ୍‌) କୋଚି ରିଫାଇନାରୀରେ ପଲିପ୍ରୋପାଇଲିନ ୟୁନିଟ୍ ଭିତ୍ତିପ୍ରସ୍ତର ସ୍ଥାପନ କରିବେ ଏହି ପ୍ରକଳ୍ପରେ ,୫୦୦ କୋଟି ଟଙ୍କାରୁ ଅଧିକ ନିବେଶ କରାଯାଇଛି ଏହି ପଲିପ୍ରୋପାଇଲିନ୍ ୟୁନିଟ୍ କ୍ଷମତା ବାର୍ଷିକ ୪୦୦ କିଲୋ ଟନ୍ ପଲିପ୍ରୋପାଇଲିନ୍ ହେଉଛି ପ୍ୟାକେଜିଂ, ଅଟୋମୋଟିଭ୍ ଉପାଦାନ, ଚିକିତ୍ସା ଉପକରଣ, ବୟନ ଏବଂ ଘରୋଇ ଉତ୍ପାଦରେ ବ୍ୟବହୃତ ଏକ ଅତ୍ୟାବଶ୍ୟକୀୟ ସାମଗ୍ରୀ ଏହି ସୁବିଧା ଭାରତର ଘରୋଇ ପଲିମର ଉତ୍ପାଦନ କ୍ଷମତାକୁ ମଜବୁତ କରିବ, ଆମଦାନୀ ନିର୍ଭରଶୀଳତା ହ୍ରାସ କରିବ, ଶିଳ୍ପ ଅଭିବୃଦ୍ଧିକୁ ପ୍ରୋତ୍ସାହିତ କରିବ ଏବଂ ଏହି ଅଞ୍ଚଳରେ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ

ସଡ଼କ ଭିତ୍ତିଭୂମି କ୍ଷେତ୍ରରେ, ପ୍ରଧାନମନ୍ତ୍ରୀ ଦୁଇଟି ପ୍ରମୁଖ ରାଜପଥ ପ୍ରକଳ୍ପର ଉଦ୍ଘାଟନ କରିବେ ପ୍ରଥମଟି ହେଉଛି ,୬୫୦ କୋଟି ଟଙ୍କାରୁ ଅଧିକ ବ୍ୟୟରେ ନିର୍ମିତ ଏନ୍ଏଚ୍‌-୬୬ର ଥଲାପାଡି-ଚେଙ୍ଗଲା ସେକ୍ସନ୍ ଛଅ ଲେନ୍ ନିର୍ମାଣ ଏହି ସେକ୍ସନ୍ ମୁମ୍ବାଇ-କନ୍ୟାକୁମାରୀ ଅର୍ଥନୈତିକ କରିଡରର ଏକ ଅଂଶ ଏବଂ କସରଗୋଡ ଏବଂ କନ୍ନୁର ଜିଲ୍ଲା ତଥା ମାଙ୍ଗାଲୋର ଏବଂ ମୁଝାପିଲଙ୍ଗଡ ସମେତ ପଡୋଶୀ ଅଞ୍ଚଳ ମଧ୍ୟରେ ସଂଯୋଗକୁ ମଜବୁତ କରିବ ଏହି ପ୍ରକଳ୍ପ କସରଗୋଡ, ବେକଲ, ପୟାନ୍ନୁର ଏବଂ କନ୍ନୁର ଭଳି ପ୍ରମୁଖ ସହରଗୁଡିକ ସହିତ ଯୋଗାଯୋଗରେ ସୁଧାର ଆଣିବ, ଅଝିକ୍କଲ ବନ୍ଦର ସହିତ ସଂଯୋଗ ବୃଦ୍ଧି କରିବ ଏବଂ ପର୍ଯ୍ୟଟନ ତଥା ବାଣିଜ୍ୟକୁ ସମର୍ଥନ କରିବ

ଦ୍ୱିତୀୟ ପ୍ରକଳ୍ପ ହେଉଛି ବେଙ୍ଗଲମରୁ ରାମନାଟ୍ଟୁକାରା ପର୍ଯ୍ୟନ୍ତ କୋଝିକୋଡ ବାଇପାସର ଛଅ ଲେନ୍ ନିର୍ମାଣ, ଯାହା ପ୍ରାୟ ,୧୪୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ହୋଇଛି ଏହି ପ୍ରକଳ୍ପ ଅନ୍ତର୍ଗତ ବର୍ତ୍ତମାନର ଅବିଭକ୍ତ ଦୁଇ ଲେନ୍ ରାସ୍ତାକୁ ଉଭୟ ପାଶ୍ୱର୍ରେ ସର୍ଭିସ୍ ରାସ୍ତା ସହିତ ଛଅ ଲେନ୍ ରାଜପଥରେ ଉନ୍ନୀତ କରାଯାଇଛି ଏହା ଟ୍ରାଫିକ ଜାମ୍କୁ ଉଲ୍ଲେଖନୀୟ ଭାବରେ ହ୍ରାସ କରିବ, ଟ୍ରାଫିକ କ୍ଷମତାକୁ ଉନ୍ନତ କରିବ ଏବଂ ସଡ଼କ ସୁରକ୍ଷାକୁ ବୃଦ୍ଧି କରିବ ଏହି ରାସ୍ତା ଦେଇ ଯାତ୍ରା ସମୟ ଏକ ଘଣ୍ଟାରୁ ପ୍ରାୟ ୧୫-୨୦ ମିନିଟ୍ ପର୍ଯ୍ୟନ୍ତ ହ୍ରାସ ପାଇବାର ଆଶା କରାଯାଉଛି ଏହି ପ୍ରକଳ୍ପ କୋଝିକୋଡ ବିଚ୍‌, ବେପୋର ବନ୍ଦର ଏବଂ କପ୍ପ୍ ବିଚ୍ ଭଳି ଗୁରୁତ୍ୱପୂର୍ଣ୍ଣ ସ୍ଥାନଗୁଡିକୁ ସଂଯୋଗୀକରଣରେ ମଧ୍ୟ ସୁଧାର କରିବ, ଯାହା ଫଳରେ ଏହି ଅଞ୍ଚଳରେ ପର୍ଯ୍ୟଟନ ଏବଂ ବାଣିଜ୍ୟ ବୃଦ୍ଧି ପାଇବ

ପ୍ରଧାନମନ୍ତ୍ରୀ କେରଳରେ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା (ପିଏମ୍ଜିଏସ୍ୱାଇ) ଅଧୀନରେ ନିର୍ମିତ ୨୩ଟି ଗ୍ରାମୀଣ ସଡ଼କର ମଧ୍ୟ ଉଦ୍ଘାଟନ କରିବେ ଏହି ରାସ୍ତାଗୁଡିକ ଗ୍ରାମୀଣ ଏବଂ ଦୁର୍ଗମ ଅଞ୍ଚଳରେ ସଂଯୋଗୀକରଣକୁ ଉନ୍ନତ କରିବ ଏବଂ ବଜାର, ଶିକ୍ଷା, ସ୍ୱାସ୍ଥ୍ୟସେବା ତଥା ନିଯୁକ୍ତି ସୁଯୋଗକୁ ତ୍ୱରାନ୍ୱିତ କରିବାରେ ସାହାଯ୍ୟ କରିବ, ଯାହା ଦ୍ୱାରା ଗ୍ରାମୀଣ ଜୀବିକା ଅଧିକ ମଜବୁତ ହେବ

ପ୍ରଧାନମନ୍ତ୍ରୀ ଅମୃତ ଭାରତ ଷ୍ଟେସନ୍ ଯୋଜନା ଅଧୀନରେ ତିନିଟି ପୁନଃବିକଶିତ ରେଳ ଷ୍ଟେସନ୍‌-ଶୋରାନୁର ଜଙ୍କସନ୍‌, କୁଟ୍ଟିପୁରମ୍ ଏବଂ ଚାଙ୍ଗନାସେରୀର ଉଦ୍ଘାଟନ କରିବେ ଏହି ଷ୍ଟେସନ୍ଗୁଡିକର ଆଧୁନିକୀକରଣ କରାଯାଇଛି ଏବଂ ଏଗୁଡିକରେ ଉନ୍ନତ ଯାତ୍ରୀ ସୁବିଧା ସହିତ ସୁଗମ ଗମନାଗମନ ବ୍ୟବସ୍ଥା କରାଯାଇଛି ପୁନଃବିକାଶ କାର୍ଯ୍ୟରେ ସ୍ଥାନୀୟ ସ୍ଥାପତ୍ୟ ଏବଂ କଳାକୁ ସମନ୍ୱିତ କରିବା ସହିତ ଯାତ୍ରୀମାନଙ୍କ ପାଇଁ ଆଧୁନିକ, ନିରାପଦ ଏବଂ ସୁବିଧାଜନକ ଯାତ୍ରା ସ୍ଥାନ ସୃଷ୍ଟି କରାଯାଇଛି

ପ୍ରଧାନମନ୍ତ୍ରୀ ଶୋରାନୁର-ନିଲାମ୍ବୁର ରୋଡ ରେଳ ଲାଇନ୍ ବିଦ୍ୟୁତୀକରଣ ପ୍ରକଳ୍ପକୁ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ ଏହି ଗୁରୁତ୍ୱପୂର୍ଣ୍ଣ ରେଳ ସେକ୍ସନ୍ ବିଦ୍ୟୁତୀକରଣ ଶୋରାନୁରରେ ଲୋକୋମୋଟିଭ୍ ପରିବର୍ତ୍ତନର ଆବଶ୍ୟକତାକୁ ଦୂର କରି ଦ୍ରୁତ, ଅଧିକ ଦକ୍ଷ ଏବଂ ସ୍ଥାୟୀ ଟ୍ରେନ୍ ପରିଚାଳନାକୁ ସକ୍ଷମ କରିବ ପ୍ରଧାନମନ୍ତ୍ରୀ ପଲାକ୍କଡ ଏବଂ ପୋଲାଚି ମଧ୍ୟରେ ଏକ ନୂତନ ଟ୍ରେନ୍ ସେବାକୁ ମଧ୍ୟ ପତାକା ଦେଖାଇ ଶୁଭାରମ୍ଭ କରିବେ, ଯାହା କେରଳ ଏବଂ ତାମିଲନାଡୁ ମଧ୍ୟରେ ରେଳ ସଂଯୋଗକୁ ସୁଦୃଢ଼ କରିବ ଏହି ସେବା ଦୁଇ ରାଜ୍ୟ ମଧ୍ୟରେ ଯାତ୍ରା କରୁଥିବା ଦୈନିକ ଯାତ୍ରୀ, ତୀର୍ଥଯାତ୍ରୀ, ବ୍ୟବସାୟୀ ଏବଂ ପର୍ଯ୍ୟଟକଙ୍କ ପାଇଁ ବେଶ୍ ଲାଭଦାୟକ ହେବ

ପ୍ରଧାନମନ୍ତ୍ରୀ କେରଳର କୋଲ୍ଲମ ଜିଲ୍ଲାର ପଶ୍ଚିମ କଲ୍ଲାଡାରେ ୫୦ ମେଗାୱାଟ୍ ଭାସମାନ ସୌର ପ୍ରକଳ୍ପର ମଧ୍ୟ ଭିତ୍ତିପ୍ରସ୍ତର ସ୍ଥାପନ କରିବେ ଏହି ପ୍ରକଳ୍ପ ଭାରତର ସ୍ୱଚ୍ଛ ଶକ୍ତି ଲକ୍ଷ୍ୟ ହାସଲ କରିବାରେ ଯୋଗଦାନ ଦେବ ଏବଂ ଏକ ସ୍ଥାୟୀ ତଥା କମ୍‌-କାର୍ବନ ଉତ୍ସର୍ଜନବିଶିଷ୍ଟ ଶକ୍ତି ଭବିଷ୍ୟ ପ୍ରତି ଦେଶର ପ୍ରତିବଦ୍ଧତାକୁ ସୁଦୃଢ଼ କରିବ

ତିରୁଚିରାପଲ୍ଲୀରେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ତିରୁଚିରାପଲ୍ଲୀରେ ପ୍ରାୟ ,୬୫୦ କୋଟି ମୂଲ୍ୟର ବହୁବିଧ ଉନ୍ନୟନ ପ୍ରକଳ୍ପର ଉଦ୍ଘାଟନ, ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ, ଶିଳାନ୍ୟାସ ଏବଂ ଶୁଭାରମ୍ଭ କରିବେ ଏହି ପ୍ରକଳ୍ପଗୁଡିକ ପେଟ୍ରୋଲିୟମ୍ ଏବଂ ପ୍ରାକୃତିକ ଗ୍ୟାସ ଭିତ୍ତିଭୂମି, ଲୁବ୍ରିକାଣ୍ଟଉତ୍ପାଦନ, ଗ୍ରାମୀଣ ସଂଯୋଗୀକରଣ, ରାଜପଥ ବିକାଶ ଏବଂ ରେଳ ସେବା ସମେତ ପ୍ରମୁଖ କ୍ଷେତ୍ରଗୁଡିକୁ ସାମିଲ କରୁଛି

ପେଟ୍ରୋଲିୟମ୍ କ୍ଷେତ୍ରରେ, ପ୍ରଧାନମନ୍ତ୍ରୀ ନୀଳଗିରି ଏବଂ ଇରୋଡ୍ ଜିଲ୍ଲାରେ ,୬୮୦ କୋଟିରୁ ଅଧିକ ନିବେଶରେ ଭାରତ ପେଟ୍ରୋଲିୟମ୍ କର୍ପୋରେସନ୍ ଲିମିଟେଡ୍ରେ ସିଟି ଗ୍ୟାସ୍ ବିତରଣ ନେଟୱାର୍କ ପାଇଁ ଶିଳାନ୍ୟାସ କରିବେ ଏହି ପ୍ରକଳ୍ପରେ ,୬୮୦ କୋଟିରୁ ଅଧିକ ନିବେଶରେ . ଲକ୍ଷରୁ ଅଧିକ ପରିବାରକୁ ପିଏନ୍ଜି ସଂଯୋଗ ଦିଆଯିବ, ୨୦୦ରୁ ଅଧିକ ବାଣିଜ୍ୟିକ ପ୍ରତିଷ୍ଠାନକୁ ଗ୍ୟାସ ଯୋଗାଣ ଏବଂ ୨୦୧ରୁ ଅଧିକ ସିଏନ୍ଜି ଷ୍ଟେସନ୍ ସ୍ଥାପନ କରାଯିବ

ପ୍ରଧାନମନ୍ତ୍ରୀ ଚେନ୍ନାଇର ମନାଲିରେ ଇଣ୍ଡିଆନ ଅଏଲ୍ କର୍ପୋରେସନ୍ ବାର୍ଷିକ ୬୭୨ ହଜାର ମେଟ୍ରିକ୍ ଟନ୍ କ୍ଷମତାବିଶିଷ୍ଟ ଲ୍ୟୁବ ବ୍ଲେଣ୍ଡିଂ ପ୍ଲାଣ୍ଟ୍କୁ ମଧ୍ୟ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ ପ୍ରାୟ ,୪୯୦ କୋଟି ନିବେଶରେ ବିକଶିତ ଏହି ପ୍ଲାଣ୍ଟ ଭାରତର ଲୁବ୍ରିକାଣ୍ଟ ଉତ୍ପାଦନ କ୍ଷମତାକୁ ମଜବୁତ କରିବ

ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା ଅଧୀନରେ, ପ୍ରଧାନମନ୍ତ୍ରୀ ତାମିଲନାଡୁରେ ୩୭୦ କିଲୋମିଟର ବ୍ୟାପୀ ୮୯ଟି ଗ୍ରାମୀଣ ସଡ଼କର ମଧ୍ୟ ଉଦ୍ଘାଟନ କରିବେ, ଯାହା ଗ୍ରାମାଞ୍ଚଳରେ ବଜାର, ସ୍କୁଲ ଏବଂ ସ୍ୱାସ୍ଥ୍ୟସେବା ସୁବିଧା ସହ ଯୋଗାଯୋଗକୁ ଉଲ୍ଲେଖନୀୟ ଭାବରେ ଉନ୍ନତ କରିବ ପ୍ରଧାନମନ୍ତ୍ରୀ ଏନ୍ଏଚ୍‌-୮୧ ରେ ଗଙ୍ଗଇକୋଣ୍ଡା ଚୋଳାପୁରମ ନିକଟରେ ଗ୍ରୀନଫିଲ୍ଡ ବାଇପାସର ଭିତ୍ତିପ୍ରସ୍ତର ସ୍ଥାପନ କରିବେ

ପ୍ରଧାନମନ୍ତ୍ରୀ ଦୁଇଟି ଅମୃତ ଭାରତ ଏକ୍ସପ୍ରେସ୍ ଟ୍ରେନ୍‌, ଦୁଇଟି ଏକ୍ସପ୍ରେସ୍ ଟ୍ରେନ ଏବଂ ଏକ ଯାତ୍ରୀବାହୀ ଟ୍ରେନ୍ ସେବାକୁ ମଧ୍ୟ ପତାକା ଦେଖାଇ ଶୁଭାରମ୍ଭ କରିବେ, ଯାହା ତାମିଲନାଡୁ ଏବଂ ତେଲଙ୍ଗାନା, କର୍ଣ୍ଣାଟକ, କେରଳ ଏବଂ ପୂର୍ବ ଭାରତ ସମେତ ଅନ୍ୟାନ୍ୟ ଅଞ୍ଚଳ ମଧ୍ୟରେ ରେଳ ସଂଯୋଗକୁ ସୁଦୃଢ଼ କରିବ, ଏହା ଦ୍ୱାରା ଯାତ୍ରୀମାନେ ଲାଭବାନ ହେବେ ଏବଂ ଆଞ୍ଚଳିକ ଆର୍ଥିକ ଅଭିବୃଦ୍ଧି ତ୍ୱରାନ୍ୱିତ ହେବ

 

SR


(ରିଲିଜ ଆଡି: 2238028) ପରିଦର୍ଶକ କାଉଣ୍ଟର : 6