ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav AI Impact Summit 2026

ପ୍ରଯୁକ୍ତିବିଦ୍ୟା ଏବଂ ନବସୃଜନ କ୍ଷେତ୍ରରେ ଭାରତର ବର୍ଦ୍ଧିତ ନେତୃତ୍ୱ ଉପରେ ଆଲୋକପାତ କରି ଏକ ସଂସ୍କୃତ ସୁଭାଷିତମ୍ ସେୟାର କରିଛନ୍ତି ପ୍ରଧାନମନ୍ତ୍ରୀ

ପୋଷ୍ଟ କରାଯିବା ଦିନାଙ୍କ: 23 FEB 2026 8:02AM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ଦିଲ୍ଲୀରେ ଆୟୋଜିତ ଐତିହାସିକ ଏଆଇ ଶିଖର ସମ୍ମିଳନୀରେ ଭାରତର ସାମର୍ଥ୍ୟ ପ୍ରତି ବିଶ୍ୱବ୍ୟାପୀ ବ୍ୟାପକ ପ୍ରଶଂସା ଦେଖିବାକୁ ମିଳିଛିସେ ଉଲ୍ଲେଖ କରିଥିଲେ ଯେ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ଭାରତର ଯୁବକମାନଙ୍କ ଦୂରଦୃଷ୍ଟିସମ୍ପନ୍ନ ମାନସିକତା କିପରି ମାନବଜାତିକୁ ବହୁତ ଲାଭାନ୍ୱିତ କରିପାରିବ ତାହା ଏହା ପ୍ରତିଫଳିତ କରେ

ଏହି ଅବସରରେ ପ୍ରଧାନମନ୍ତ୍ରୀ ଏକ ସଂସ୍କୃତ ସୁଭାଷିତମ୍ ବାଣ୍ଟିଥିଲେ

‘‘ଅବିଜ୍ଞାତସ୍ୟ ବିଜ୍ଞାନଂ ବିଜ୍ଞାତସ୍ୟ ଚ ନିଶ୍ଚୟଃ । ଆରମ୍ଭଃ କର୍ମଣାଂ ସକ୍ଷ୍ୟୋଦାରବ୍ଦ ଶ୍ୟାନ୍ତଦର୍ଶନମ ।।’’

ସୁଭାଷିତମ୍ ସୂଚିତ କରେ ଯେ ଅଜ୍ଞାତ ଜ୍ଞାନର ଆବିଷ୍କାର ପାଇଁ ପରୀକ୍ଷଣ ଏବଂ ଗବେଷଣା ଆବଶ୍ୟକ | ଜ୍ଞାତ ତଥ୍ୟର ବିଚାର ଏବଂ ବିଶ୍ଳେଷଣ ହେଉଛି ଗବେଷଣାର ଆରମ୍ଭ, ଏବଂ ସେହି ଜ୍ଞାନ ଅଭିଜ୍ଞତା ଏବଂ ପର୍ଯ୍ୟବେକ୍ଷଣ ମାଧ୍ୟମରେ ଯାଞ୍ଚ କରାଯାଏ |

ପ୍ରଧାନମନ୍ତ୍ରୀ ଏକ୍ସରେ ଲେଖିଛନ୍ତି;

"ଦିଲ୍ଲୀରେ ଐତିହାସିକ ଏଆଇ ଶିଖର ସମ୍ମିଳନୀରେ ସମଗ୍ର ବିଶ୍ୱ ଭାରତର ସାମର୍ଥ୍ୟକୁ ଦୃଢ଼ ଭାବେ ପ୍ରଶଂସା କରିଛିଏହା ଦର୍ଶାଉଛି ଯେ ଟେକ୍ନୋଲୋଜି ବିଷୟରେ ଆମର ଯୁବ ବନ୍ଧୁମାନଙ୍କ ଚିନ୍ତାଧାରା ସମଗ୍ର ମାନବଜାତି ପାଇଁ ବହୁତ ଉପଯୋଗୀ ହେବାକୁ ଯାଉଛି

‘‘ଅବିଜ୍ଞାତସ୍ୟ ବିଜ୍ଞାନଂ ବିଜ୍ଞାତସ୍ୟ ଚ ନିଶ୍ଚୟଃ ।

ଆରମ୍ଭଃ କର୍ମଣାଂ ସକ୍ଷ୍ୟୋଦାରବ୍ଦ ଶ୍ୟାନ୍ତଦର୍ଶନମ ।।’’

HS


(ରିଲିଜ ଆଡି: 2232575) ପରିଦର୍ଶକ କାଉଣ୍ଟର : 32