ରେଳ ମନ୍ତ୍ରଣାଳୟ
azadi ka amrit mahotsav

ଭାରତୀୟ ରେଳବାଇରେ ୨୦୧୪-୧୫ ଏବଂ ୨୦୨୪-୨୫ ମଧ୍ୟରେ ୫.୦୮ ଲକ୍ଷ ନିଯୁକ୍ତି : ଅଶ୍ୱିନୀ ବୈଷ୍ଣବ


ବାର୍ଷିକ କ୍ୟାଲେଣ୍ଡର ୨୦୨୪ ଏବଂ ୨୦୨୫ ଅନୁଯାୟୀ ୧,୪୩,୦୮୬ ଅଣ-ଗ୍ୟାଜେଟେଡ ପଦବୀ ପାଇଁ ନିଯୁକ୍ତି ପ୍ରକ୍ରିୟା ଜାରି

୩୪,୯୨୯ ନିଯୁକ୍ତି ୨୦୨୫-୨୬ରେ ସମାପ୍ତ ହୋଇଛି

ପୋଷ୍ଟ କରାଯିବା ଦିନାଙ୍କ: 06 FEB 2026 5:41PM by PIB Bhubaneshwar

 

ବର୍ତ୍ତମାନ, ବାର୍ଷିକ କ୍ୟାଲେଣ୍ଡର ୨୦୨୪ ଏବଂ ୨୦୨୫ ଅନୁଯାୟୀ ଭାରତୀୟ ରେଳବାଇରେ ଅଣ-ଗ୍ୟାଜେଟେଡ୍ କର୍ମଚାରୀଙ୍କ ୧,୪୩,୦୮୬ ପଦବୀ ପାଇଁ ନିଯୁକ୍ତି କରାଯାଉଛି ।

 

ଜାନୁଆରୀରୁ ଡିସେମ୍ବର ୨୦୨୪ ମଧ୍ୟରେ, ସହକାରୀ ଲୋକୋ ପାଇଲଟ୍ (ଏ. ଏଲ୍. ପି.), ଟେକ୍ନିସିଆନ୍, ସବ୍-ଇନ୍ସପେକ୍ଟର, ରେଲୱେ ସୁରକ୍ଷା ବାହିନୀ (ଆର୍. ପି. ଏଫ୍.)ରେ କନେଷ୍ଟବଳ, ଜୁନିୟର ଇଞ୍ଜିନିୟର (ଜେ. ଇ.)/ଡିପୋ ମ୍ୟାଟେରିଆଲ୍ ସୁପରିଣ୍ଟେଣ୍ଡେଣ୍ଟ୍ (ଡି. ଏମ୍. ଏସ୍.)/କେମିକାଲ୍ ଏବଂ ମେଟାଲର୍ଜିକାଲ ଆସିଷ୍ଟାଣ୍ଟ (ସି. ଏମ୍. ଏ.), ପାରାମେଡିକାଲ୍ ବର୍ଗ, ଅଣ-ବୈଷୟିକ ଲୋକପ୍ରିୟ ବର୍ଗ (ଗ୍ରାଜୁଏଟ୍), ଅଣ-ବୈଷୟିକ ଲୋକପ୍ରିୟ ବର୍ଗ (ଅଣ୍ଡର-ଗ୍ରାଜୁଏଟ୍), ସହାୟକ ତଥା ପୃଥକ ବର୍ଗ ଏବଂ ଲେଭଲ୍-୧ ବର୍ଗ ଯେପରିକି ସହାୟକ, ଟ୍ରାକ୍ ରକ୍ଷଣାବେକ୍ଷଣକାରୀ ଏବଂ ପଏଣ୍ଟସମ୍ୟାନରେ ୯୨,୧୧୬ ପଦବୀ ପୂରଣ ପାଇଁ ୧୦ଟି କେନ୍ଦ୍ରୀକୃତ ନିଯୁକ୍ତି ବିଜ୍ଞପ୍ତି (ସି. ଇ. ଏନ୍.) ଜାରି କରାଯାଇଥିଲା।

୫୯,୬୭୮ଟି ପଦବୀ ପାଇଁ ପ୍ରଥମ ପର୍ଯ୍ୟାୟ/ଏକକ ପର୍ଯ୍ୟାୟ କମ୍ପ୍ୟୁଟର ଆଧାରିତ ପରୀକ୍ଷା (ସିବିଟି) ଶେଷ ହୋଇଛି। ସବିଶେଷ ବିବରଣୀ ନିମ୍ନରେ ଦିଆଗଲା: -

Exam

Candidates

Cities

Languages

1st Stage CBT for the post of ALP

(18,799 vacancies)

18,40,347

156

15

CBT for the post of Technician

(14,298 vacancies)

26,99,892

139

15

1st Stage CBT for the post of JE/DMS/CMA (7,951 vacancies)

11,01,266

146

15

CBT for the post of RPF-SI (452 vacancies)

15,35,635

143

15

CBT for the post of RPF-Constable

(4,208 vacancies)

45,30,288

147

15

CBT for Paramedical Categories

(1,376 vacancies)

7,08,321

143

15

1st Stage CBT for Non-Technical Popular Categories (Graduate) (8,113 vacancies)

58,41,774

141

15

1st Stage CBT for Non-Technical Popular Categories (Under Graduate) (3,445 vacancies)

63,27,473

157

15

CBT for Ministerial & Isolated categories

(1,036 vacancies)

4,46,013

139

15

Total Candidates

2,50,31,009

 

 

 

ଏଏଲପି, ଜେଇ/ଡିଏମଏସ/ସିଏମଏ ଏବଂ ଅଣ-ବୈଷୟିକ ଲୋକପ୍ରିୟ ବର୍ଗ (ଗ୍ରାଜୁଏଟ ଏବଂ ଅଣ୍ଡରଗ୍ରାଜୁଏଟ) ପଦବୀ ପାଇଁ ଦ୍ୱିତୀୟ ପର୍ଯ୍ୟାୟ ସିବିଟି ମଧ୍ୟ ସମାପ୍ତ ହୋଇଛି। ସବିଶେଷ ବିବରଣୀ ନିମ୍ନରେ ଦିଆଗଲା: -

Exam

Candidates

Cities

Languages

2nd Stage CBT for the post of ALP

(18,799 vacancies)

2,66,363

112

15

2nd Stage CBT for the post of JE/DMS/CMA (7,951 vacancies)

1,17,339

118

15

2nd Stage CBT for Non-Technical Popular Categories (Graduate) (8,113 vacancies)

1,21,931

129

15

2nd Stage CBT for Non-Technical Popular Categories (Under-Graduate) (3445 vacancies)

51,978

79

15

Total Candidates

5,57,611

 

 

 

ଏ. ଏଲ୍. ପି. ଏବଂ ଅଣ-ବୈଷୟିକ ଲୋକପ୍ରିୟ ବର୍ଗ (ଗ୍ରାଜୁଏଟ୍) ପଦବୀ ପାଇଁ କମ୍ପ୍ୟୁଟର ଆଧାରିତ ଦକ୍ଷତା ପରୀକ୍ଷା (ସି. ବି. ଏ. ଟି.) ଏବଂ ଅଣ-ବୈଷୟିକ ଲୋକପ୍ରିୟ ବର୍ଗ (ଗ୍ରାଜୁଏଟ୍-ସ୍ତର) ଏବଂ ସହାୟକ ତଥା ପୃଥକ ବର୍ଗ ପଦବୀ ପାଇଁ କମ୍ପ୍ୟୁଟର ଆଧାରିତ ଦକ୍ଷତା ପରୀକ୍ଷା ମଧ୍ୟ ସମାପ୍ତ ହୋଇଛି। ସବିଶେଷ ବିବରଣୀ ନିମ୍ନରେ ଦିଆଗଲା: -

Exam

Candidates

Cities

Languages

CBAT for the post of ALP (18,799 vacancies)

1,32,044

84

2

Translation Test for Ministerial and Isolated Categories

1,233

8

2

CBAT for the post of Non-Technical Popular Categories (Graduate)

13,616

38

2

Computer Based Typing Skill Test (CBTST) for the post of Non-Technical Popular Categories (Graduate-level)

30,341

58

2

Total Candidates

1,77,234

 

 

 

ଲେଭଲ୍-୧ ବର୍ଗ ପାଇଁ ୩୨,୪୩୮ଟି ପଦବୀ ପାଇଁ ସିବିଟି ୧୫ଟି ଭାଷାରେ ୧୪୦ଟି ସହରରେ ୨୭.୧୧.୨୦୨୫ ରୁ ଆରମ୍ଭ ହୋଇଛି। କନଷ୍ଟେବଳ (ଆର. ପି. ଏଫ୍.) ର ୪,୨୦୮ଟି ପଦବୀ ପାଇଁ ଶାରୀରିକ ଦକ୍ଷତା ପରୀକ୍ଷା (ପି. ଇ. ଟି.) ୦୬.୧୨.୨୦୨୫ ରେ ସମାପ୍ତ ହୋଇଛି।

ଟେକ୍ନିସିଆନ୍, ଜୁନିୟର ଇଞ୍ଜିନିୟର, ପାରାମେଡିକାଲ୍ ବର୍ଗ, ସବ୍-ଇନ୍ସପେକ୍ଟର (ଆର୍. ପି. ଏଫ୍.) ଏବଂ ଆସିଷ୍ଟାଣ୍ଟ ଲୋକୋ ପାଇଲଟ୍ ପଦବୀ ସମେତ ବିଭିନ୍ନ ପଦବୀ ପାଇଁ ୩୪,୦୦୦ ରୁ ଅଧିକ ପ୍ରାର୍ଥୀଙ୍କ ନିମନ୍ତେ ପ୍ୟାନେଲ୍ ଚୂଡ଼ାନ୍ତ ହୋଇଛି। ସେମାନଙ୍କ ମଧ୍ୟରୁ ଅଧିକାଂଶ ସୁରକ୍ଷିତ ବର୍ଗରେ ଅଛନ୍ତି।

ଏହା ବ୍ୟତୀତ, ୨୦୨୫ ବର୍ଷର ବାର୍ଷିକ କ୍ୟାଲେଣ୍ଡର ଅନୁଯାୟୀ, ୫୦,୯୭୦ଟି ପଦବୀ ପାଇଁ ନଅଟି କେନ୍ଦ୍ରୀକୃତ ନିଯୁକ୍ତି ବିଜ୍ଞପ୍ତି (ସିଇଏନ) ମଧ୍ୟ ଜାରି କରାଯାଇଛି। ସବିଶେଷ ବିବରଣୀ ନିମ୍ନରେ ଦିଆଗଲା: -

CEN No.

Post Name

No. of Vacancies notified

Month of Notification

01/2025

Assistant Loco Pilots

9,970

March 2025

02/2025

Technician

6,238

June 2025

03/2025

Paramedical categories

434

July 2025

04/2025

Section Controller

368

August 2025

05/2025

Junior Engineer/ Depot Material Superintendent

2,585

October 2025

06/2025

Non-Technical Popular Categories (Graduate)

5,810

October 2025

07/2025

Non-Technical Popular Categories (Under-Graduate)

3,058

October 2025

08/2025

Isolated Categories

312

December 2025

09/2025

Level-1

22,195

December 2025

 

ଆର୍. ଆର୍. ବି. ପରୀକ୍ଷା ସ୍ୱଭାବତଃ ବେଶ୍ ବୈଷୟିକ, ଯେଉଁଥିରେ ବ୍ୟାପକ ସ୍ତରରେ କର୍ମଚାରୀ ଓ ସମ୍ବଳ ଯୋଗାଡ଼ କରିବା ଏବଂ ମାନବ ସମ୍ବଳ ତାଲିମର ଆବଶ୍ୟକତା ରହିଛି। ରେଳବାଇ ଏହି ସମସ୍ତ ଆହ୍ୱାନକୁ ଅତିକ୍ରମ କରିଥିଲା ଏବଂ ସମସ୍ତ ନିର୍ଦ୍ଧାରିତ ନିର୍ଦ୍ଦେଶାବଳୀ ଅନୁସରଣ କରି ସ୍ୱଚ୍ଛ ଢଙ୍ଗରେ ସଫଳତାର ସହ ନିଯୁକ୍ତି ପରିଚାଳନା କରିଥିଲା। ସମଗ୍ର ପ୍ରକ୍ରିୟା ସମୟରେ ପ୍ରଶ୍ନପତ୍ର ଲିକ୍ କିମ୍ବା ଅନୁରୂପ ଅପବ୍ୟବହାରର କୌଣସି ଘଟଣା ଘଟିନାହିଁ।

୨୦୦୪-୦୫ ରୁ ୨୦୧୩-୧୪ ଏବଂ ୨୦୧୪-୧୫ ରୁ ୨୦୨୪-୨୫ ମଧ୍ୟରେ ଭାରତୀୟ ରେଳବାଇରେ କରାଯାଇଥିବା ନିଯୁକ୍ତି ନିମ୍ନରେ ଦିଆଯାଇଛି: -

Period

Recruitments

2004-05 to 2013-14

4.11 lakh

2014-15 to 2024- 25

5.08 lakh

2025-26 (till date)

34,929

 

ଏହା ବ୍ୟତିତ ବ୍ୟବସ୍ଥାରେ ଉନ୍ନତି ଆଣିବା ଉଦ୍ଦେଶ୍ୟରେ ରେଳ ମନ୍ତ୍ରଣାଳୟ ଗ୍ରୁପ୍ ‘ସି’ପଦବୀର ବିଭିନ୍ନ ବର୍ଗରେ ନିଯୁକ୍ତି ପାଇଁ ୨୦୨୪ରୁ ବାର୍ଷିକ କ୍ୟାଲେଣ୍ଡ ପ୍ରକାଶ କରିବାର ଏକ ବ୍ୟବସ୍ଥା ପ୍ରବର୍ତ୍ତନ କରିଛି। ବାର୍ଷିକ କ୍ୟାଲେଣ୍ଡର ପ୍ରଚଳନ ଆଶାୟୀମାନଙ୍କୁ ନିମ୍ନଲିଖିତ ଉପାୟରେ ଉପକୃତ କରୁଛି:

  • ପ୍ରାର୍ଥୀମାନଙ୍କ ପାଇଁ ଅଧିକ ସୁଯୋଗ;
  • ଯେଉଁମାନେ ପ୍ରତିବର୍ଷ ଯୋଗ୍ୟ ବିବେଚିତ ହୁଅନ୍ତି ସେମାନଙ୍କ ପାଇଁ ସୁଯୋଗ;
  • ପରୀକ୍ଷାର ନିଶ୍ଚିତତା;
  • ଦ୍ରୁତ ନିଯୁକ୍ତି ପ୍ରକ୍ରିୟା, ତାଲିମ ଏବଂ ନିଯୁକ୍ତି

କେନ୍ଦ୍ର, ସୂଚନା ଓ ପ୍ରସାରଣ ଏବଂ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବ ଆଜି ରାଜ୍ୟସଭାରେ ଏକ ପ୍ରଶ୍ନର ଲିଖିତ ଉତ୍ତରରେ ଏହି ସୂଚନା ପ୍ରଦାନ କରିଛନ୍ତି।

HS


(ରିଲିଜ ଆଡି: 2224703) ପରିଦର୍ଶକ କାଉଣ୍ଟର : 7
ଏହି ରିଲିଜ ପଢନ୍ତୁ : Malayalam , English , Urdu , हिन्दी , Gujarati