ରେଳ ମନ୍ତ୍ରଣାଳୟ
azadi ka amrit mahotsav

ବିମଳାଗଡ଼ ଅମୃତ ଷ୍ଟେସନର ନବୀକରଣ

ପୋଷ୍ଟ କରାଯିବା ଦିନାଙ୍କ: 30 DEC 2025 4:23PM by PIB Bhubaneshwar
  • ଉନ୍ନତ ଭିତ୍ତିଭୂମି ସହିତ ମିଳିବ ଆଧୁନିକ ଯାତ୍ରୀ ସୁବିଧା 
  • ଷ୍ଟେସନର ନୂତନ କୋଠା, ପ୍ରବେଶ ଓ ପ୍ରସ୍ଥାନ ପଥ, ଆଶ୍ରୟସ୍ଥଳ, ପ୍ରତୀକ୍ଷା ହଲ୍, ଦିବ୍ୟାଙ୍ଗଜନ-ଅନୁକୂଳ ସୁବିଧା ସହିତ ସ୍ଥାନୀୟ କଳା ବିମଳାଗଡ଼ ଷ୍ଟେସନକୁ ନୂତନ ରୂପ ଦେବ

ଅମୃତ ଭାରତ ଷ୍ଟେସନ ଯୋଜନା ଅଧୀନରେ ଓଡିଶାର ବିମଳାଗଡ ସହିତ ୫୯ଟି ରେଳ ଷ୍ଟେସନର ନବୀକରଣ କରାଯାଉଛି । ଏହି ଯୋଜନାରେ ଭାରତୀୟ ରେଳବାଇ ସାରା ଦେଶରେ ୧୩୦୦ ରୁ ଅଧିକ ଷ୍ଟେସନର ପୁନଃବିକାଶ କରୁଛି। ଉନ୍ନତ ଭିତ୍ତିଭୂମି, ସୁଗମ୍ୟ ଏବଂ ଆଧୁନିକ ସୁବିଧା ମାଧ୍ୟମରେ ଯାତ୍ରୀ ସୁବିଧାର ଉନ୍ନତି କରିବା ଏହାର ଉଦ୍ଦେଶ୍ୟ। ଏହି ଯୋଜନା ସ୍ଥାନୀୟ ଆବଶ୍ୟକତା ଉପରେ ଆଧାରିତ ଏକ ଆଭିମୁଖ୍ୟ ଅନୁସରଣ କରେ । ଏହା ସ୍ଥାନୀୟ ଅଭିବୃଦ୍ଧି, ପର୍ଯ୍ୟଟନ ଏବଂ ସୁଗମ ଯାତାୟତ ସୁବିଧା ପ୍ରଦାନ କରିବାରେ ସହାୟକ ହୋଇଥାଏ ।
ବିମଳାଗଡ଼ ଷ୍ଟେସନ ଓଡ଼ିଶାର ସୁନ୍ଦରଗଡ଼ ଜିଲ୍ଲାରେ ଅବସ୍ଥିତ। ଉଭୟ ଯାତ୍ରୀ ପରିବହନ ଏବଂ ମାଲ ପରିବହନ ପାଇଁ ଏହି ଷ୍ଟେସନ ଗୁରୁତ୍ୱପୂର୍ଣ୍ଣ। ଏହି ନବୀକରଣ କାର୍ଯ୍ୟ ଷ୍ଟେସନକୁ ସ୍ୱଚ୍ଛ, ସୁରକ୍ଷିତ ଏବଂ ଅଧିକ ଯାତ୍ରୀ ଅନୁକୂଳ କରିବ।
ମୌଳିକ ଭିତ୍ତିଭୂମି ଏବଂ ଯାତ୍ରୀ ସୁବିଧାର ଉନ୍ନତି ଉପରେ ଏହି କାର୍ଯ୍ୟଗୁଡ଼ିକ ଧ୍ୟାନ ଦେଇଥାଏ। ଏହି ଷ୍ଟେସନରେ ଏକ ଉନ୍ନତ ସମ୍ମୁଖଭାଗ ସହିତ ଏକ ନୂତନ ଷ୍ଟେସନ କୋଠା ନିର୍ମାଣ କରାଯାଉଛି। ନୂତନ ପ୍ରବେଶ ଏବଂ ପ୍ରସ୍ଥାନ ଦ୍ୱାର ଯୋଗାଇ ଦିଆଯାଉଛି। ଏକ ନୂତନ ଆତଯାତ କ୍ଷେତ୍ର ଏବଂ ଉନ୍ନତ ପ୍ଲାଟଫର୍ମ ଆଶ୍ରୟସ୍ଥଳ ଯାତ୍ରୀଙ୍କ ଗତିବିଧି ଏବଂ ଆରାମରେ ଉନ୍ନତି ଆଣିବ।
ଦିବ୍ୟାଙ୍ଗଜନ ଅନୁକୂଳ ସୁବିଧା ଉପରେ ବିଶେଷ ଧ୍ୟାନ ଦିଆଯାଉଛି। ଆତଯାତ ଅଞ୍ଚଳରେ ଏବଂ ପ୍ଲାଟଫର୍ମରେ ଦିବ୍ୟାଙ୍ଗଜନ ଶୌଚାଳୟ ଯୋଗାଇ ଦିଆଯାଉଛି। ସମସ୍ତଙ୍କ ପାଇଁ ସହଜ ପ୍ରବେଶ ସୁନିଶ୍ଚିତ କରିବା ପାଇଁ ରାମ୍ପ, ୱାଟର ବୁଥ, ଟାଇଲ ପ୍ରସ୍ତୁତ ଚଲାପଥ ଏବଂ ବ୍ରେଲି ସୂଚନା ବ୍ୟବସ୍ଥା ମଧ୍ୟ ସାମିଲ ଯାଉଛି। 
ଅନ୍ୟାନ୍ୟ ଯାତ୍ରୀ ସୁବିଧା ମଧ୍ୟରେ ଏକ ପ୍ରତୀକ୍ଷା ହଲ୍ ଏବଂ ନୂତନ ବସିବା ସ୍ଥାନ ଅନ୍ତର୍ଭୁକ୍ତ । ପ୍ଲାଟଫର୍ମ ଅଞ୍ଚଳକୁ ଉନ୍ନତ କରାଯାଉଛି। ଛାତ ଯୁକ୍ତ ପ୍ରବେଶପଥର ଉନ୍ନତିକରଣ ମଧ୍ୟ କାର୍ଯ୍ୟର ଏକ ଅଂଶ ।  ସ୍ଥାନୀୟ ସୂଚନାକୁ ପ୍ରତିଫଳିତ କରିବା ପାଇଁ ଷ୍ଟେସନ କାନ୍ଥକୁ ସ୍ଥାନୀୟ କଳା ଏବଂ ସାଂସ୍କୃତିକ ବିଷୟବସ୍ତୁ ସହିତ ସଜ୍ଜିତ କରାଯାଉଛି।
ଅମୃତ ଭାରତ ଷ୍ଟେସନ ଯୋଜନା ଅଧୀନରେ ବିମଳାଗଡ଼ ଷ୍ଟେସନର ପୁନର୍ବିକାଶ ହେଉଛି ଆଧୁନିକ, ସମାବେଶୀ ଏବଂ ଯାତ୍ରୀ-କେନ୍ଦ୍ରିତ ରେଳ ଭିତ୍ତିଭୂମି ଦିଗରେ ଆଉ ଏକ ପଦକ୍ଷେପ।
HS


(ରିଲିଜ ଆଡି: 2209956) ପରିଦର୍ଶକ କାଉଣ୍ଟର : 38
ଏହି ରିଲିଜ ପଢନ୍ତୁ : English , Urdu , हिन्दी , Telugu , Kannada