ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ନୂଆଦିଲ୍ଲୀରେ ବୀର ବାଲ୍‍ ଦିବସ କାର୍ଯ୍ୟକ୍ରମର ଝଲକ ସେୟାର କଲେ ପ୍ରଧାନମନ୍ତ୍ରୀ

प्रविष्टि तिथि: 26 DEC 2025 10:00PM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍ଲୀଠାରେ ବୀର ବାଲ୍‍ ଦିବସ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ପ୍ରଧାନମନ୍ତ୍ରୀ ଜାତୀୟ ଶିଶୁ ପୁରସ୍କାରରେ ସମ୍ମାନିତ ହୋଇଥିବା ଦେଶର ବିଭିନ୍ନ ସ୍ଥାନରୁ ଆସିଥିବା ୨୦ ଜଣ ଶିଶୁଙ୍କ ସହ ମଧ୍ୟ ଶ୍ରୀ ମୋଦୀ ମତ ବିନିମୟ କରିଥିଲେ। “ସେମାନଙ୍କ ସହ ଭାବ ବିନିମୟ କରିବା ଅତ୍ୟନ୍ତ ଆନନ୍ଦଦାୟକ ଥିଲା।’’  ଶ୍ରୀ ମୋଦୀ କହିଥିଲେ ।
ପ୍ରଧାନମନ୍ତ୍ରୀ ‘ଏକ୍ସ’ ରେ ପୋଷ୍ଟ କରିଛନ୍ତି: 
“ନୂଆ ଦିଲ୍ଲୀର ଭାରତ ମଣ୍ଡପମରେ ବୀର ବାଲ୍‍ ଦିବସ କାର୍ଯ୍ୟକ୍ରମରେ ଆମ ପିଲାମାନଙ୍କର ଉତ୍ସାହ ଏବଂ ଆନନ୍ଦ ଆମକୁ ନୂତନ ଶକ୍ତିରେ ଭରି ଦେଇଥିଲା।” 
“ବୀର ବାଲ୍‍ ଦିବସରେ, ଆମର ପୁଅ ଏବଂ ଝିଅମାନଙ୍କୁ ସାହସ, ବୀରତ୍ବ ଏବଂ ମାନବିକତା ଶିଖାଉଥିବା ନାଟ୍ୟ ଉପସ୍ଥାପନା 'ନୟେ ଭାରତ କି ନହ୍ନେ ରକ୍ଷକ' ଆମ ହୃଦୟକୁ ଛୁଇଁଲା।”
“ଏହି ଥର, ଦେଶର ବିଭିନ୍ନ ସ୍ଥାନରୁ ୨୦ ଜଣ ପିଲାଙ୍କୁ ପ୍ରଧାନମନ୍ତ୍ରୀ ଜାତୀୟ ଶିଶୁ ପୁରସ୍କାର ପ୍ରଦାନ କରାଯାଇଛି। ଆଜି ସେମାନଙ୍କ ସହ ଭାବ ବିନିମୟ କରି ମୁଁ ଅତ୍ୟନ୍ତ ଖୁସି।” 
“ବୀର ବାଲ୍‍ ଦିବସ ହେଉଛି ସର୍ବୋଚ୍ଚ ବଳିଦାନର ଉତ୍ସବ ଏବଂ ଭବିଷ୍ୟତ ପାଇଁ ଏକ ପ୍ରେରଣା। ଯୁବ ବୟସରେ ଔରଙ୍ଗଜେବଙ୍କ ନିଷ୍ଠୁରତା ବିରୁଦ୍ଧରେ ସାହସୀ ସାହିବଜାଦାମାନଙ୍କ ଦ୍ୱାରା ପ୍ରଦର୍ଶିତ ବୀରତ୍ୱ ଏବଂ ସାହସ ଦେଶର ପ୍ରତ୍ୟେକ ପିଢ଼ି ପାଇଁ ପ୍ରେରଣାର ଉତ୍ସ ହୋଇ ରହିବ।” 
“ଏବେ ଭାରତ ନିଷ୍ପତ୍ତି ନେଇଛି ଯେ ଆଗାମୀ ୧୦ ବର୍ଷ ମଧ୍ୟରେ ଦେଶକୁ ଦାସତ୍ୱର ମାନସିକତାରୁ ସମ୍ପୂର୍ଣ୍ଣ ମୁକ୍ତ କରିବାକୁ ପଡିବ। ଏହା ୧୪୦ କୋଟି ଦେଶବାସୀଙ୍କ ସଂକଳ୍ପ ହେବା ଉଚିତ।” 
“ଆଜିର ପିଢ଼ି ହିଁ ଦେଶକୁ ଏକ ବିକଶିତ ଭାରତର ଲକ୍ଷ୍ୟକୁ ନେଇଯିବେ। ମୋର ସେମାନଙ୍କ ଦକ୍ଷତା ଏବଂ ଆତ୍ମବିଶ୍ୱାସ ଉପରେ ପୂର୍ଣ୍ଣ ବିଶ୍ୱାସ ଅଛି।” 
“ଆଜିର ଯୁବପିଢ଼ି ଏପରି ଏକ ସମୟରେ ବଢ଼ୁଛନ୍ତି ଯେତେବେଳେ ସୁଯୋଗ ପୂର୍ବ ଅପେକ୍ଷା ଅଧିକ। ତେଣୁ, ଆମେ ସେମାନଙ୍କୁ ରାଷ୍ଟ୍ର ନିର୍ମାଣର କେନ୍ଦ୍ରରେ ରଖି ନୂତନ ନୀତି ପ୍ରଣୟନ କରିବାରେ ନିୟୋଜିତ ଅଛୁ।” 
“ଆଜି ପ୍ରାରମ୍ଭରେ ଯୁବପିଢ଼ି ଏହି କାର୍ଯ୍ୟକ୍ରମରେ ଏକ ଚିତ୍ତାକର୍ଷକ ପ୍ରଦର୍ଶନ କରିଥିଲେ।” 
HS


(रिलीज़ आईडी: 2209236) आगंतुक पटल : 40
इस विज्ञप्ति को इन भाषाओं में पढ़ें: English , Urdu , Marathi , हिन्दी , Assamese , Manipuri , Bengali , Bengali-TR , Punjabi , Gujarati , Telugu , Kannada , Malayalam