PIB Headquarters
ଲୋକ ଅଦାଲତ : ନ୍ୟାୟ ଯାହାକି ଲୋକଙ୍କ ସ୍ୱର ପାଲଟିଛି
प्रविष्टि तिथि:
13 DEC 2025 1:51PM by PIB Bhubaneshwar
ପ୍ରତ୍ୟେକ ନାଗରିକଙ୍କ ପାଇଁ ସୁଲଭ, ସହାନୁଭୂତିଶୀଳ ଓ ସମୟାନୁବର୍ତ୍ତୀ ସମାଧାନ
ପ୍ରମୁଖ ବିନ୍ଦୁ
- ଲୋକ ଅଦାଲତ ହେଉଛି ସଦଭାବପୂର୍ଣ୍ଣ ଓ ଅନୌପଚାରିକ ମଞ୍ଚ ଯେଉଁଠି ଲଢ଼େଇ କରି ନୁହେଁ, ବରଂ ସହମତି ଭିତ୍ତିରେ ବିବାଦର ସମାଧାନ କରାଯାଏ।
- ଜାତୀୟସ୍ତରରୁ ଆରମ୍ଭ କରି ତାଲୁକ ସ୍ତରର କର୍ତ୍ତୃପକ୍ଷଙ୍କ ଯାଏ, ସାରା ଭାରତରେ ଲୋକେ ଯେମିତି ଠିକ୍ ସମୟରେ ଓ ସ୍ଥାନୀୟ ସ୍ତରରେ ବିବାଦର ସମାଧାନର ବ୍ୟବସ୍ଥା ପାଇବେ, ତାହା ସେମାନେ ନିଶ୍ଚିତ କରିବେ।
- ଜାତୀୟ ଓ ଇ-ଲୋକ ଅଦାଲତ ପ୍ରତି ବର୍ଷ ଲକ୍ଷ ଲକ୍ଷ ମାମଲାର ସମାଧାନ କରନ୍ତି। କମ୍ ଖର୍ଚ୍ଚରେ ଓ ତୁରନ୍ତ ବିବାଦର ସମାଧାନ ହୋଇଥାଏ। ଏହା ଦ୍ୱାରା କୋର୍ଟରେ ପଡ଼ି ରହିଥିବା ମାମଲାର ସଂଖ୍ୟା ହ୍ରାସ ପାଇଥାଏ।
- ବୁଝାମଣା ଓ ବିଚାର ଜରିଆରେ ସ୍ଥାୟୀ ଲୋକ ଅଦାଲତ ଜରୁରୀ ସେବା ବିବାଦର ସମାଧାନ କରିଥାଏ। ନାଗରିକ ଯେମିତି ଠିକ୍ ସମୟରେ ଉଚିତ ନ୍ୟାୟ ପାଇବେ, ଏହା ନିଶ୍ଚିତ କରିଥାଏ।
ଉପକ୍ରମ:ଯେଉଁଠି ଲୋକଙ୍କୁ ନ୍ୟାୟ ମିଳେ, ସେଠାରେ ଆଶାକୁ ମିଳିଥାଏ ସ୍ୱର
କୌଣସି ଶନିବାରର ଏକ ଶାନ୍ତ ସକାଳରେ ଏକ ଛୋଟ ଜିଲ୍ଲାର ସଦର ମହକୁମାରେ ସାଧାରଣତଃ ଶାନ୍ତ ରହୁଥିବା ଅଦାଲତ ପରିସରରେ ଏକ ଅଲଗା ପ୍ରକାରର ଶକ୍ତି ସଂଚାର ହେଉଛି। ବାହାରେ ଆପଣ ଦେଖିବାକୁ ପାଇବେ ଜମି ବିବାଦକୁ ନେଇ ଲଢୁଥିବା ଚାଷୀ, କାରବାର ସଂପର୍କିତ ସମସ୍ୟାର ସମାଧାନରେ ଲାଗିଥିବା ବ୍ୟବସାୟୀ, ଦୀର୍ଘ ସମୟ ଧରି ଦାବିର ସମାଧାନ କରିବରେ ବ୍ୟସ୍ତ ଥିବା ପରିବାର ଓ ଫାଇଲ ଚାଷ କରୁଥିବା ବ୍ୟାଙ୍କ ଅଧିକାରୀ। ଏମାନେ ସମସ୍ତେ ଏକ ମିଳିତ ଆଶା ନେଇ ଏଠାରେ ଏକାଠି ହୋଇଛନ୍ତି। ସେମାନଙ୍କର ଆଶା ହେଲା ବର୍ଷ ବର୍ଷର ଅପେକ୍ଷା ଏବେ ଶେଷ ହୋଇପାରେ। ଏଠାରେ ନା ଅଦାଲତର ଉତ୍ତେଜନାପୂର୍ଣ୍ଣ ନାଟକ ଅଛି ନା କୌଣସି ଆଇନ କାନୁନର ଜଟିଳ ଶବ୍ଦାବଳୀ। ତା ବଦଳରେ ଏଠାରେ ଅଛି ଆଲୋଚନା, ବୁଝାମଣା ଏବଂ ବାସ୍ତବରେ ନ୍ୟାୟ ଏତେ ସହଜ ହୋଇଥାଏ ବୋଲି ସେମାନଙ୍କ ମନରେ ଆଶ୍ୱସ୍ତି ଆଣିଦେଇଛି।
ଏହା ହେଉଛି ଲୋକ ଅଦାଲତର ଭାବନା ଯାହା ହେଉଛି ଭାରତର ଲୋକ-କେନ୍ଦ୍ରିକ ମଞ୍ଚ । ଏଠାରେ ଆରୋପ ପ୍ରତ୍ୟୋରୋପରେ ବିବାଦର ସମାଧାନ କରାଯାଏ ନାହିଁ, ବରଂ ଆପୋଷ ବୁଝାମଣାରେ ସମାଧାନ ହୋଇଥାଏ। ଭାରତରେ ବିବାଦର ସମାଧାନ ପାଇଁ ସମସ୍ତ ଭରସାଯୋଗ୍ୟ ବ୍ୟବସ୍ଥା ମଧ୍ୟରୁ ଅନ୍ୟତମ ପାଲଟି ଯାଇଛି ଲୋକ ଅଦାଲତ। ଅଦାଲତ ପରିସରରେ ଏହାର ଆୟୋଜନ ହେଉ କି ସାମୁଦାୟିକ ସଭାରେ ହେଉ ଅବା ଇ ଲୋକ ଅଦାଲତ ଜରିଆରେ ଅନଲାଇନରେ ହେଉ, ଲୋକ ଅଦାଲତ ନ୍ୟାୟକୁ ଲୋକଙ୍କ ପାଖକୁ ଆଣିଥାଏ, ସମୟ ବଞ୍ଚାଇଥାଏ, କମ୍ ଖର୍ଚ୍ଚ କରିଥାଏ ଓ ଅଦାଲତର କାମ ମଧ୍ୟ ହ୍ରାସ କରିଥାଏ। ଔପଚାରିକ ଅଦାଲତ ବିପରୀତ ଲୋକ ଅଦାଲତ ହେଉଛି ଅନୌପଚାରିକ, ସଦ୍ଭାବପୂର୍ଣ୍ଣ ମଞ୍ଚ । ଏଠାରେ ଉଭୟ ପକ୍ଷ ଏକାଠି ବସି ଏପରି ସମାଧାନ ବାହାର କରିବାର ଚେଷ୍ଟା କରନ୍ତି, ଯାହାକୁ ଉଭୟ ପକ୍ଷ ମାନିବେ। ଏଠାରେ କୌଣସି କୋର୍ଟ ଫି ଦରକାର ହୁଏ ନାହିଁ, କୌଣସି ଜଟିଳ ପ୍ରକ୍ରିୟା ମଧ୍ୟ ନାହିଁ। କେହି ହାରିବାର ନାହିଁ କି କେହି ଜିତିବାର ନାହିଁ। କିଏ ଠିକ୍ କିଏ ଭୁଲ -ଏହା ମଧ୍ୟ ନିର୍ଣ୍ଣୟ କରିବାର ପ୍ରୟାସ ଏଠାରେ କରାଯାଏ ନାହିଁ। ବରଂ ଲୋକଙ୍କୁ ବାସ୍ତବତାପୂର୍ଣ୍ଣ, ନିରପେକ୍ଷ ଓ ତୁରନ୍ତ ସମାଧାନ ଅନ୍ୱେଷଣ କରିବାରେ ସାହାଯ୍ୟ କରିଥାଏ, ଯାହା ଫଳରେ ସେମାନେ ଜୀବନରେ ଆଗକୁ ବଢ଼ି ପାରିବେ।
ଆଇନଗତ ଭିତ୍ତିପ୍ରସ୍ତର : ଦି ଲିଗାଲ୍ ସର୍ଭିସେସ୍ ଅଥରିଟି ଆକ୍ଟ, ୧୯୮୭
ଲିଗାଲ୍ ସର୍ଭିସେସ୍ ଅଥରିଟି ଆକ୍ଟ, ୧୯୮୭ ଅଧୀନରେ ଲୋକ ଅଦାଲତକୁ ଆଣି କ ଆଇନଗତ ଦୃଢତା ଓ ଗଭୀର ମାନବିକତାପୂର୍ଣ୍ଣ ନ୍ୟାୟର ନିଶ୍ଚିତ କରିଛି ଭାରତ ।
ଲୋକ ଅଦାଲତ ଏମିତି ଅଚାନକ ଆସି ନାହିଁ। ବରଂ ଏହା ଏକ ବ୍ୟାପକ ଜାତୀୟ ସଂକଳ୍ପରୁ ବିକଶିତ ହୋଇଛି। ଏହାର ଉଦ୍ଦେଶ୍ୟ ହେଲା ସେ ଧନୀ ହେଉ କି ଗରିବ, ପ୍ରତ୍ୟେକ ବ୍ୟକ୍ତିକୁ ସମ୍ମାନର ସହିତ ନ୍ୟାୟ ମିଳିବ।
ଏହି ସଂକଳ୍ପକୁ ଲିଗାଲ୍ ସେବା ଅଧିନିୟମ, ୧୯୮୭ ଜରିଆରେ ଏକ ଠୋସ୍ ଆଇନଗତ ରୂପ ଦିଆଗଲା। ଏହା ଏକ ଐତିହାସିକ ଆଇନ ଯାହା ବିପର୍ଯ୍ୟସ୍ତ ହୋଇ ପଡ଼ିଥିବା ମାଗଣା ଆଇନଗତ ସହାୟତା ଓ ବିବାଦ ସମାଧାନର ଏକ ବିକଳ୍ପ ବ୍ୟବସ୍ଥାକୁ ସୁବ୍ୟବସ୍ଥିତ, ଦେଶବ୍ୟାପୀ ବ୍ୟବସ୍ଥାରେ ରୂପାନ୍ତରିତ କରିଛି।
- ଏହି ଆଇନ ଲୋକ ଅଦାଲତର ଢାଞ୍ଚା, କ୍ଷମତା ଓ କାର୍ଯ୍ୟ ପ୍ରସ୍ତୁତ କରିଥାଏ। କୌଣସି କୋର୍ଟଙ୍କ ରାୟରେ ଯେତିକି ଆଇନଗତ କ୍ଷମତା ଥାଏ, ଆପୋଷ ଆଲୋଚନା ଜରିଆରେ ହେଉଥିବା ଲୋକ ଅଦାଲତର ସମାଧାନରେ ମଧ୍ୟ ସେତିକି କ୍ଷମତା ଅଛି ବୋଲି ତାହା ନିଶ୍ଚିତ କରିଥାଏ।
- ଏହି ଆଇନଗତ ସମର୍ଥନ ଲୋକ ଅଦାଲତର ବିଶ୍ୱସନୀୟତା ବୃଦ୍ଧି କରିଥାଏ। ଏହା ସହିତ ପାରମ୍ପରିକ କୋର୍ଟ ବାହାରେ କୌଣସି ବିବାଦର ସମାଧାନ ନେଇ ନାଗରିକ ଓ ବିଭିନ୍ନ ସଂସ୍ଥା ମଧ୍ୟରେ ଏହା ଆତ୍ମବିଶ୍ୱାସ ଦୋହରାଇଥାଏ।
- ଲୋକ ଅଦାଲତରେ ଯଦି କୌଣସି ମାମଲା ରୁଜୁ ହୁଏ, ସେଥିପାଇଁ କୌଣସି ଫି ଦେବାକୁ ପଡ଼େ ନାହିଁ।
ଲିଗାଲ୍ ସର୍ଭିସେସ୍ ଅଥରିଟି ଆକ୍ଟ, ୧୯୮୭ର ପ୍ରମୁଖ ଆଇନଗତ ପ୍ରାବଧାନ
- ରାଜ୍ୟ, ଜିଲ୍ଲା, ତାଲୁକ,ହାଇକୋର୍ଟ, ସୁପ୍ରିମକୋର୍ଟ ପରି ବିଭିନ୍ନ ସ୍ତରରେ ଲୋକ ଅଦାଲତ ସ୍ଥାପନ ଦେଶବ୍ୟାପୀ ସଂସ୍ଥାଗତ ବିବାଦ ସମାଧାନର ସୁଲଭତାକୁ ନିଶ୍ଚିତ କରିଥାଏ
- ରେଫରାଲ୍ ମାମଲା, କୋର୍ଟରେ ବହୁ ଦିନ ଧରି ପଡ଼ି ରହିଥିବା ମାମଲା ବା କୋର୍ଟରେ କୌଣସି ମାମଲା ପହଞ୍ଚିବା ଆଗରୁ ଅନେକ ମାମଲାକୁ ଲୋକ ଅଦାଲତକୁ ପଠାଇ ଦିଆଯାଏ। ଦୀର୍ଘ ଆଇନଗତ ଲଢ଼େଇ ବିନା ଏହା ତୁରନ୍ତ ସମାଧାନକୁ ନିଶ୍ଚିତ କରିଥାଏ।
- ଆପୋଷ ବୁଝାମଣା ଢାଞ୍ଚାରେ କାମ କରିଥାଏ ଲୋକ ଅଦାଲତ। ସହଯୋଗ ଭିତ୍ତିରେ ଓ ବିନା କୌଣସି ବିବାଦର ଆଭିମୁଖ୍ୟ ନେଇ ଏହା କାମ କରିଥାଏ।
- ଯେତେବେଳେ କୌଣସି ମାମଲାର ସମାଧାନ ହୋଇଥାଏ, ଏ ସଂପର୍କିତ କୋର୍ଟ ଫି ମୁଦେଇ ମୁଦାଲାଙ୍କୁ ଫେରାଇ ଦିଆଯାଏ। ଏହା ଦ୍ୱାରା କୋର୍ଟ ବାହାରେ ସମାଧାନକୁ ପ୍ରୋତ୍ସାହିତ କରାଯାଇ ଆଇଗତ ଲଢେଇରୁ ମୁକ୍ତି ଦିଆଯାଏ।
- ଲୋକ ଅଦାଲତଙ୍କ ରାୟ ଚୂଡ଼ାନ୍ତ ଓ ଏହା ସର୍ବମାନ୍ୟ ହୋଇଥାଏ। ଏହାକୁ ସିଭିଲ କୋର୍ଟର ଡିକ୍ରି ସହିତ ସମାନ ଓ ଅପିଲ୍ ପାଇଁ ଅନୁମିତ ମିଳେ ନାହିଁ। ଫଳରେ ତୁରନ୍ତ ଓ ଚୂଡ଼ାନ୍ତ ଫଇସଲା ଆସିଥାଏ ଯାହାକୁ ଲୋକେ ମାନିଥାନ୍ତି।
- ତୁରନ୍ତ ଲୋକଙ୍କ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ସ୍ଥାୟୀ ଲୋକ ଅଦାଲତ ସ୍ଥାପନ ଓ ସୀମା ପରିସର ନିର୍ଦ୍ଧାରଣ।
ଆନୁଷ୍ଠାନିକ ଗଠନ : ଜାତୀୟ ସ୍ତରରୁ ତାଲୁକ ସ୍ତରର ଢାଞ୍ଚା
ଲୋକ ଅଦାଲତର ୪ ସ୍ତରୀୟ ଆନୁଷ୍ଠାନିକ ଡିଜାଇନ ନିଶ୍ଚିତ କରିଥାଏ ଯେ, ଏହା କେବଳ ବଡ଼ ବଡ଼ ମେଟ୍ରୋ ସିଟିରେ ପ୍ରତୀକାତ୍ମକ ଘଟଣା ନୁହେଁ। ବରଂ ଲୋକ ଅଦାଲତ ହେଉଛି ଏକ କାର୍ଯ୍ୟଶୀଳ, ନ୍ୟାୟ ପାଇବାର ଏକ ସୁଲଭ ପଦ୍ଧତି ଯାହାକି ଗ୍ରାମାଞ୍ଚଳରୁ ଆରମ୍ଭ କରି ଛୋଟ ମୋଟ ସହର ଓ ବଡ଼ ବଡ଼ ନଗରରେ ବି ଉପଲବ୍ଧ।
ଲୋକ ଅଦାଲତର ପ୍ରକୃତ ଶକ୍ତି ରହିଛି ଏହାର ଚାରିସ୍ତରୀୟ ଢାଞ୍ଚାରେ ରହିଛି। ସର୍ବୋଚ୍ଚ ନ୍ୟାୟାଳୟରୁ ଆରମ୍ଭ କରି ତାଲୁକ ସ୍ତରର ଅଦାଲତ ଯାଏ, ଶାସନର ପ୍ରତ୍ୟେକ ସ୍ତରରେ ନାଗରିକଙ୍କ ନିକଟରେ ଏହା ପହଞ୍ଚିଥାଏ। ଏହି ଆନୁଷ୍ଠାନିକ ଢାଞ୍ଚା ସୁନିଶ୍ଚିତ କରିଥାଏ, କୌଣସି ବ୍ୟକ୍ତି ଶୀଘ୍ର, ସୁଲଭ ଓ ସରଳ ନ୍ୟାୟର ମଞ୍ଚରୁ ବଞ୍ଚିତ ହେବେ ନାହିଁ। ଏହି ଢାଞ୍ଚା ଆଇନ ସେବା ପ୍ରାଧିକରଣର ଏକ ସମନ୍ୱିତ ଶୃଙ୍ଖଳା ଜରିଆରେ ପରିଚାଲିତ ହୋଇଥାଏ। ଏହା ଦ୍ୱାରା ସ୍ଥାନୀୟ ଆବଶ୍ୟକତା ପୂରଣ ହୋଇଥାଏ ଓ ଦେଶବ୍ୟାପୀ ସମାନତା ସୁନିଶ୍ଚିତ ହୋଇଥାଏ।
ଏହି ଢାଞ୍ଚା ଜରିଆରେ ଲକ୍ଷ ଲକ୍ଷ ଲୋକଙ୍କ ନିକଟରେ ସହଜରେ, ଠିକ୍ ସମୟରେ, ଜନ କୈନ୍ଦ୍ରିକ ନ୍ୟାୟ ପହଞ୍ଚିବା ବାସ୍ତବତାରେ ପରିଣତ ହୋଇଛି
ଜାତୀୟ ଲୋକ ଅଦାଲତ (ଏନ୍ଏଲ୍ଏ): ନ୍ୟାୟ ପ୍ରଦାନ ପଦ୍ଧତିର ଏକ ମିଶନ୍ ମୋଡ୍
ଆପଣ ଜାଣନ୍ତି କି ?
ପ୍ରତ୍ୟେକ ବର୍ଷ ଏନ୍ଏଲ୍ଏସ୍ ଏକ ଜାତୀୟ ଲୋକ ଅଦାଲତ କ୍ୟାଲେଣ୍ଡର ପ୍ରକାଶ କରିଥାଏ। ବିଭିନ୍ନ କୋର୍ଟରେ ଏକ ସମୟରେ ଲୋକ ଅଦାଲତ କରିବାର ତାରିଖ ବହୁ ଆଗରୁ ଘୋଷଣା କରିଥାଏ। ଫଳରେ କୋର୍ଟ, ଓକିଲ, ମୁଦେଇ ମୁଦାଲା, ସରକାରୀ ବିଭାଗ ବିଭିନ୍ନ ମାମଲା ଖୋଜିବାରେ, କାଗଜପତ୍ର ପ୍ରସ୍ତୁତ କରିବାରେ ଓ ସମୟ ଆଗରୁ ବୁଝାମଣା ଜରିଆରେ ସମାଧାନ ପାଇଁ ପ୍ରୋତ୍ସାହିତ କରିବାକୁ ସମୟ ପାଆନ୍ତି।
ବିଭିନ୍ନ କୋର୍ଟଙ୍କ ଅଧୀନରେ ବର୍ଷ ସାରା ଲୋକ ଅଦାଲତ ଚାଲିଥାଏ। ଜାତୀୟ ଲୋକ ଅଦାଲତ ନ୍ୟାୟପାଳିକାର ସମସ୍ତ ସ୍ତରରେ ଗୋଟିଏ ଦିନରେ ଏକା ସାଙ୍ଗରେ ଦେଶବ୍ୟାପୀ ଅଧିବେଶନ ଆୟୋଜିତ କରିଥାଏ। ଏହାର ଉଦ୍ଦେଶ୍ୟ ହେଲା ଅଧିକ ମାମଲା ନିର୍ଦ୍ଦିଷ୍ଟ ସମୟରେ ସମାଧାନ କରିବା। ଜାତୀୟ ଲୋକ ଅଦାଲତର ସାଧାରଣ ପ୍ରକ୍ରିୟା ଏହି ସୁନିଶ୍ଚିତ କରିଥାଏ ଯେ, ସମସ୍ତ ପକ୍ଷକୁ ମାମଲା ପଠାଇବା ଆଗରୁ ଶୁଣାଣିର ଏକ ଉଚିତ ଅବସର ମିଳୁ। ମାମଲା (ମୋକଦ୍ଦମାର ଆଗରୁ ଓ ପଡ଼ି ରହିଥିବା ଉଭୟ ପ୍ରକାର) ଲୋକ ଅଦାଲତ ବା ପାରମ୍ପରିକ ଅଦାଲତ ବା ଆଇନ ସେବା ପ୍ରାଧିକରଣ (ଏଲ୍ଏସ୍ଏସ୍ଏ ବା ଡିଏଲ୍ଏସ୍ଏ) ଦ୍ୱାରା ପଠାଯାଏ। ଅଦାଲତ ସେତେବେଳେ ପଡ଼ି ରହିଥିବା କୌଣସି ଏକ ମାମଲା ପଠାନ୍ତି ଯେତେବେଳେ ଉଭୟପକ୍ଷ ସହମତ ହୁଅନ୍ତି, ଏକ ପକ୍ଷ ଆବେଦନ କରିଥାଏ ଓ ସମାଧାନ ହେବାର ଅଦାଲତ ଦେଖନ୍ତି କିମ୍ୱା ଅଦାଲତ ନିଜେ ମାମଲାକୁ ଉଚିତ ବୋଲି ଭାବନ୍ତି। ମୋକଦ୍ଦମା ଆଗର ବିବାଦକୁ ମଧ୍ୟ କୌଣସି ପକ୍ଷର ଆବେଦନ ଦ୍ୱାରା ପଠା ଯାଇ ପାରିବ।
ଏହି ମିଶନ ମୋଡରେ ପରିଚାଳିତ ହେଉଥିବା ପ୍ରଚେଷ୍ଟା ଯୋଗୁଁ ଅସାଧାରଣ ଫଳ ମିଳୁଛି। ଏହା କେବଳ ଏକ ପରିସଂଖ୍ୟାନ ନୁହେଁ, ବରଂ ଏହା ଦର୍ଶାଉଛି ଯେ ବହୁ ପରିବାରକୁ ଆଶ୍ୱସ୍ତି ମିଳିଛି, ଛୋଟ ମୋଟ ବ୍ୟବସାୟୀ ନିଜ ବିବାଦର ସମାଧାନ କରିଛନ୍ତି, ଦୁର୍ଘଟଣାର ଶିକାର ହୋଇଥିବା ଲୋକ କ୍ଷତିପୂରଣ ପାଇଛନ୍ତି ଓ ଅସଂଖ୍ୟ ବନ୍ଦୀ ଦୀର୍ଘ ସମୟ ଧରି ଚାଲିଥିବା ଲମ୍ୱା ମାମଲାରୁ ଆଶ୍ୱସ୍ତି ପାଇଛନ୍ତି।
ଜାତୀୟ ଲୋକ ଅଦାଲତ ଏହା ପ୍ରଦର୍ଶିତ କରିଛି, ଯେତେବେଳେ ନ୍ୟାୟ ବ୍ୟବସ୍ଥା ଏକ ଅଭିଯାନର ରୂପ ନିଏ, ସେତେବେଳେ କଣ ସମ୍ଭବ ହୁଏ : ସହାନୁଭୂତି ସହିତ ଗତି, ନିରପେକ୍ଷତାର ସହିତ ବିଶାଳତା, ସହାନୁଭୂତିର ସହିତ ଦକ୍ଷତା
ଜାତୀୟ ଲୋକ ଅଦାଲତ : ଏହାର ଢାଞ୍ଚା
- ଆଇନ ସେବା କର୍ତ୍ତୃପକ୍ଷ ଅଧିନିୟମ, ୧୯୮୭ ଅଧୀନରେ ପ୍ରସ୍ତୁତ କରାଯାଇଥିବା ପଦ୍ଧତି ଅନୁସାରେ ମାମଲା ରେଫର୍ କରାଯାଏ।
- ନିର୍ଦ୍ଧାରିତ ତାରିଖରେ ଜାତୀୟ ଲୋକ ଅଦାଲତ ଅନୁଷ୍ଠିତ ହେବା ଆଗରୁ ପ୍ରାକ୍ ଲୋକ ଅଦାଲତ ବା ପ୍ରାକ୍-ବୁଝାମଣା ବୈଠକ ପାଇଁ ଆବଶ୍ୟକ ନିର୍ଦ୍ଦେଶ ଦିଆଯାଏ। ଏହା ଦ୍ୱାରା ଆପୋଷ ବୁଝାମଣାର ଏକ ସୁଯୋଗ ମିଳିଥାଏ।
- ପଡ଼ି ରହିଥିବା କେତେ ମାମଲା ଲୋକ ଅଦାଲତରେ ସମାଧାନ ହେଲା, ତାର ହିସାବ ରଖାଯାଏ ଜାତୀୟ ବିଚାର ବିଭାଗୀୟ ଡାଟା ଗ୍ରୀଡ୍ ରେ (ଏନ୍ଜେଡିଜି)। ଫଳରେ ଟେକ୍ନୋଲଜି କିମ୍ୱା ଡିଜିଟାଲ ପ୍ଲାଟଫର୍ମର ବ୍ୟବହାରକୁ ପ୍ରୋତ୍ସାହନ ମିଳିଥାଏ।
- ଲୋକ ଅଦାଲତରେ ଯେମିତି ଅଧିକରୁ ଅଧିକ ସାମିଲ ହେବେ, ସେଥିପାଇଁ ବ୍ୟାପକ ସଚେତନତା ଅଭିଯାନ କରାଯାଏ।
ସ୍ଥାୟୀ ଲୋକ ଅଦାଲତ (ପିଏଲ୍ଏ) : ସାର୍ବଜନୀନ ଅତ୍ୟାବଶ୍ୟକ ସେବା ସଂପର୍କିତ ମାମଲାର ତୁରନ୍ତ ସମାଧାନ
କଭରେଜ୍
ସାର୍ବଜନୀନ ଅତ୍ୟାବଶ୍ୟକ ସେବା (ଉଦାହରଣସ୍ୱରୂପ-ପରିବହନ, ବିଜୁଳି, ପାଣି, ଡାକ ଓ ଫୋନ୍)
ଅଧିକାର କ୍ଷେତ୍ର: ୧ କୋଟି ଟଙ୍କା ପର୍ଯ୍ୟନ୍ତ
ପାନେଲ ଢାଞ୍ଚା: ଅଧ୍ୟକ୍ଷ ଓ ଦୁଇ ଜଣ ସଭ୍ୟ (ସଂପୃକ୍ତ ବିଷୟରେ ବିଶେଷଜ୍ଞ ହୋଇଥିବେ)
ମୋକଦ୍ଦମା ଆଗରୁ ବୁଝାମଣା ଓ ସମାଧାନ ପାଇଁ ସମର୍ପିତ ଏକ ବିଶେଷ ମଞ୍ଚ ଭାବେ ସ୍ଥାୟୀ ଲୋକ ଅଦାଲତ (ପିଏଲ୍ଏ) ସେବା ସଂପର୍କିତ ନିତିଦିନିଆ ବିବାଦର ସମାଧାନ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ବ୍ୟବସ୍ଥା ଭାବେ ଉଭା ହୋଇଛି। ଆଇନ ସେବା ପ୍ରାଧିକରଣ ଅଧିନିୟମ, ୧୯୮୭ ଅନୁସାରେ ସ୍ଥାୟୀ ଲୋକ ଅଦାଲତ (ଧାରା ୨୨ ବି-୨୨ଇ) ପରିବହନ, ଦୂରସଂଚାର, ବିଜୁଳି, ପାଣି ଓ ଡାକ ସେବା ପରି ସାର୍ବଜନୀନ ସେବା ସହିତ ସଂପୃକ୍ତ ବିବାଦର ସମାଧାନ କରାଯାଏ।
ନିୟମିତ ଲୋକ ଅଦାଲତର ବିପରୀତ ଏହି ସବୁ ସଂସ୍ଥା ସ୍ଥାୟୀ ଭାବେ ରହିଥାଏ। ଏହା ପାଖରେ ନା କେବଳ ସମାଧାନ କରିବାର ବ୍ୟବସ୍ଥା ଥାଏ ବରଂ କୌଣସି ବିବାଦର ସମାଧାନରେ ବିଫଳ ହେଲେ ଏହା ଦୃଢ଼ ନିଷ୍ପତ୍ତି ନେଇ ରାୟ ଦେବାର ମଧ୍ୟ ଅଧିକାର ଅଛି। ଏହା ଦ୍ୱାରା କୌଣସି ବିବାଦାର ସମାଧାନ ନିଶ୍ଚିତ ହେବ ବୋଲି ଆଶା ରହିଥାଏ। ସ୍ଥାୟୀ ଲୋକ ଅଦାଲତର ନିଷ୍ପତ୍ତି ଚୂଡ଼ାନ୍ତ ଓ ଏହା ସମସ୍ତ ପକ୍ଷକୁ ମାନ୍ୟ ଅଟେ।
ଲୋକ ଅଦାଲତଙ୍କ କାର୍ଯ୍ୟକଳାପର ଏକ ବିବରଣୀ
ଏଇ କିଛି ବର୍ଷରେ ଲୋକ ଅଦାଲତ ସାରା ଦେଶରେ ତ୍ୱରିତ, ଶସ୍ତା ଓ ସୁଲଭ ନ୍ୟାୟ ପ୍ରଦାନ କରିବା ଜାରି ରଖିଛି। ଜାତୀୟ, ରାଜ୍ୟ ଓ ସ୍ଥାୟୀ ଲୋକ ଅଦାଲତ ସହିତ ଡିଜିଟାଲ ଇ ଲୋକ ଅଦାଲତ ମିଳିତ ଭାବେ ମୋକଦ୍ଦମା ଆଗରୁ ମାମଲାକୁ ନେଇ ଦୀର୍ଘ ଦିନ ଧରି ପଡ଼ି ରହିଥିବା ମାମଲାର ସମାଧାନ କରିଛନ୍ତି। ସେମାନଙ୍କ ମିଳିତ ପ୍ରୟାସ ଯୋଗୁଁ ପାରମ୍ପରିକ ଅଦାଲତ ଉପରେ ବୋଝ ବହୁତ କମିଛି। ଏହା ସହିତ ଲୋକଙ୍କୁ ଠିକ ସମୟରେ ନ୍ୟାୟ ମିଳିବା ଓ ଏପରି ରାୟ ମିଳିବ ଯାହାକି ସର୍ବମାନ୍ୟ, ତାହା ସୁନିଶ୍ଚିତ ହୋଇଛି। ଏହି ସାମଗ୍ରିକ ପ୍ରୟାସରେ ବିକଳ୍ପ ବିବାଦ ସମାଧାନରେ ଜନତାଙ୍କ ବିଶ୍ୱାସ ବଢ଼ିଛି ଓ ମୋକଦ୍ଦମା କରିବା ବ୍ୟକ୍ତି ଓ ନ୍ୟାୟ ବ୍ୟବସ୍ଥା ଉଭୟଙ୍କ ପାଇଁ ସମୟ ଓ ସମ୍ୱଳର ସଂଚୟ ହୋଇଛି। ଅଧିକ ସଂଖ୍ୟକ ମାମଲାର ସମାଧାନ ଏହା ପ୍ରଦର୍ଶିତ କରିଛି।
ଶେଷ କଥା : ବିବାଦର ସମାଧାନ, ବିଶ୍ୱାସ ପୁନଃପ୍ରତିଷ୍ଠା, ଜୀବନର ନବୀକରଣ
ସାରା ଦେଶର ଅଦାଲତ ପରିସରରେ ଲୋକ ଅଦାଲତର ବ୍ୟସ୍ତବହୁଳ ଦିନ ଯେତେବେଳେ ଶେଷ ହୁଏ, ସେତେବେଳେ ଆତ୍ମସନ୍ତୋଷ ଲାଗିଥାଏ। ଲୋକ ଅଦାଲତ ଓ ସ୍ଥାୟୀ ଲୋକ ଅଦାଲତ ଯେଉଁଥିରେ ଏବେ ଇ ଲୋକ ଅଦାଲତ ବି ସାମିଲ ହୋଇଛି, ଏହା ପ୍ରମାଣିତ କରିଥାଏ ଯେ, ନ୍ୟାୟ ଦୂର କିମ୍ୱା ଡରାଇବାର ବ୍ୟବସ୍ଥା ନୁହେଁ। ଏହା ହେଉଛି ସୁଲଭ, ସମ୍ବେଦନଶୀଳ ଓ ସଶସ୍ତ କରିବାର ବ୍ୟବସ୍ଥା। ପ୍ରତ୍ୟେକ ସମାଧାନ ବୁଝାମଣାର ଗୋଟିଏ କାହାଣୀ ହୋଇଥାଏ, ସମାଧାନ ହୋଇଥିବା ପ୍ରତ୍ୟେକ ମାମଲା ନାଗରିକଓ ବ୍ୟବସ୍ଥା ମଧ୍ୟରେ ବିଶ୍ୱାସର ଏକ ସୁଯୋଗ ହୋଇଥାଏ। ଏହି ନୀରବ ଓ ସୁଦୃଢ଼ ଉପାୟରେ ଲୋକ ଅଦାଲତ ଆମକୁ ମନେ ପକାଇ ଦିଏ ଯେ, ନ୍ୟାୟ କେବଳ ଆଇନ କାନୁନ କୋର୍ଟ କଚେରି ନୁହେଁ, ଏହା ହେଉଛି ଜନସାଧାରଣ ସଂପର୍କରେ, ସେମାନଙ୍କ ସମ୍ମାନର କଥା ଏବଂ ସରଳ, ଦୃଢ଼ ଅଧିକାର ସହିତ ଜୀବନରେ ଯଥାର୍ଥ ଓ ଆଶା ସହିତ ଆଗକୁ ବଢ଼ିବାର ଅଧିକାର।
References
Ministry Of Law & Justice:
https://nalsa.gov.in/lok-adalats/
https://cdnbbsr.s3waas.gov.in/s32e45f93088c7db59767efef516b306aa/uploads/2025/09/202509171342021284.pdf
https://cdnbbsr.s3waas.gov.in/s38261bae60fcef985b46667cf365e690b/uploads/2025/12/20251208634523449.pdf
https://www.pib.gov.in/PressReleasePage.aspx?PRID=2100326®=3&lang=2
https://doj.gov.in/access-to-justice-for-the-marginalized/
https://nalsa.gov.in/faqs/#1743592297157-684e9890-2d0b
https://nalsa.gov.in/faqs/#1743592298196-ba4b10d1-37f2
https://nalsa.gov.in/national-lok-adalat/
https://nalsa.gov.in/permanent-lok-adalat/
https://nalsa.gov.in/the-legal-services-authorities-act-1987/
https://nalsa.gov.in/lokadalats/#:~:text=Lok%20Adalat%20is%20one%20of,Legal%20Services%20Authorities%20Act%2C%201987
https://www.pib.gov.in/PressReleasePage.aspx?PRID=1848734®=3&lang=2
https://cdnbbsr.s3waas.gov.in/s39f329089b8d9644b96ba05d545355d67/uploads/2025/06/202506042007507813.pdf
Lok Sabha:
https://sansad.in/getFile/loksabhaquestions/annex/184/AU4710_TmG1Ss.pdf?source=pqals
Press Information Bureau:
https://www.pib.gov.in/PressReleasePage.aspx?PRID=2187718®=3&lang=2
Others:
https://cdnbbsr.s3waas.gov.in/s38261bae60fcef985b46667cf365e690b/uploads/2025/12/20251208634523449.pdf
https://www.indiacode.nic.in/bitstream/123456789/10960/1/the_legal_service_authorities_act%2C_1987.pdf
BSP
(रिलीज़ आईडी: 2205655)
आगंतुक पटल : 3