ରେଳ ମନ୍ତ୍ରଣାଳୟ
azadi ka amrit mahotsav

ମହାପରିନିର୍ବାଣ ଦିବସରେ ଡକ୍ଟର ବାବାସାହେବ ଆମ୍ବେଦକରଙ୍କୁ ପୁଷ୍ପମାଲ୍ୟ ଅର୍ପଣ କରିଛନ୍ତି ଶ୍ରୀ ଅଶ୍ୱିନୀ ବୈଷ୍ଣବ

प्रविष्टि तिथि: 06 DEC 2025 4:16PM by PIB Bhubaneshwar

ଡଃ ବାବାସାହେବ ଆମ୍ବେଦକରଙ୍କ ୭୦ତମ ମହାପରିନିର୍ବାଣ ଦିବସ ଅବସରରେ କେନ୍ଦ୍ର ସୂଚନା ଓ ପ୍ରସାରଣ, ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତି ମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବ ନୂଆଦିଲ୍ଲୀର ରେଳ ଭବନରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି।
ଏକ୍ସର ଏକ ପୋଷ୍ଟରେ କେନ୍ଦ୍ର ମନ୍ତ୍ରୀ ଭାରତରତ୍ନ ଡକ୍ଟର ବାବାସାହେବ ଆମ୍ବେଦକରଙ୍କୁ ହୃଦୟରୁ ଅଭିବାଦନ ଜଣାଇବା ସହ ତାଙ୍କୁ ସମାନତା ଏବଂ ନ୍ୟାୟର ମାର୍ଗଦର୍ଶକ ବୋଲି ବର୍ଣ୍ଣନା କରିଥିଲେ। 
ଏହି କାର୍ଯ୍ୟକ୍ରମରେ ରେଳବାଇ ବୋର୍ଡର ଅଧ୍ୟକ୍ଷ ତଥା ସିଇଓ ଶ୍ରୀ ସତୀଶ କୁମାର, ବରିଷ୍ଠ ଅଧିକାରୀ, ରେଳବାଇ ବୋର୍ଡର ସଦସ୍ୟ ଏବଂ ଅଖିଳ ଭାରତୀୟ ଅନୁସୂଚିତ ଜାତି/ଜନଜାତି ରେଳବାଇ କର୍ମଚାରୀ ସଂଘର ପ୍ରତିନିଧିମାନେ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ବାବାସାହେବଙ୍କ ଅବଦାନ, ସମ୍ବିଧାନ ପ୍ରସ୍ତୁତିରେ ତାଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ଏବଂ ସମାନତା, ନ୍ୟାୟ ଏବଂ ନିରପେକ୍ଷତା ଉପରେ ଆଧାରିତାଙ୍କର ଚିନ୍ତାଧାରାକୁ ସ୍ମରଣ କରାଯାଇଥିଲା ।
ପ୍ରତିବର୍ଷ ଡିସେମ୍ବର ୬ ରେ ଭାରତୀୟ ସମ୍ବିଧାନର ମୁଖ୍ୟ ସ୍ଥପତି ବାବାସାହେବ ଆମ୍ବେଦକର ଭାବରେ ଜଣାଶୁଣା ଭାରତ ରତ୍ନ ଡକ୍ଟର ଭୀମରାଓ ରାମଜୀ ଆମ୍ବେଦକରଙ୍କ ମୃତ୍ୟୁ ବାର୍ଷିକୀ ପାଳନ କରିବା ପାଇଁ ମହାପରିନିର୍ବାଣ ଦିବସ ପାଳନ କରାଯାଏ ।  ୧୮୯୧ ମସିହା ଏପ୍ରିଲ ୧୪ ତାରିଖରେ ମଧ୍ୟପ୍ରଦେଶର ମହୋ ରେ ଜନ୍ମଗ୍ରହଣ କରିଥିବା ଡକ୍ଟର ବି. ଆର. ଆମ୍ବେଦକର ସାମାଜିକ ଭେଦଭାବର ସମ୍ମୁଖୀନ ହେଉଥିବା ଅବହେଳିତ ସମ୍ପ୍ରଦାୟ, ବିଶେଷ କରି ଦଳିତ, ମହିଳା ଏବଂ ଶ୍ରମିକମାନଙ୍କ ଉନ୍ନତି ପାଇଁ ନିଜୀବନକୁ ଉତ୍ସର୍ଗ କରିଥିଲେ। ଏକ ନ୍ୟାୟପୂର୍ଣ୍ଣ ଏବଂ ସମାବେଶୀ ସମାଜ ଗଠନ ପାଇଁ ତାଙ୍କର ଶିକ୍ଷା ଏବଂ ପ୍ରତିବଦ୍ଧତାକୁ ପ୍ରତିଫଳିତ କରି ସମଗ୍ର ଭାରତରେ ଲକ୍ଷ ଲକ୍ଷ ଲୋକ ଏହି ପବିତ୍ର ଦିନରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରନ୍ତି। 
HS


(रिलीज़ आईडी: 2199967) आगंतुक पटल : 9
इस विज्ञप्ति को इन भाषाओं में पढ़ें: English , Urdu , हिन्दी , Marathi , Tamil , Kannada