ଇସ୍ପାତ ମନ୍ତ୍ରଣାଳୟ
azadi ka amrit mahotsav

ସେଲ୍, ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟ୍ ପରିଦର୍ଶନ କେନ୍ଦ୍ରମନ୍ତ୍ରୀ ଏଚ୍.ଡି. କୁମାରସ୍ୱାମୀ ଓ ଶ୍ରୀ ଜୁଆଲ ଓରାମ


ଷ୍ଟିଲ୍ ମେଲ୍ଟିଂ ସପ୍-୨ ର ଅତ୍ୟାଧୁନିକ କାଷ୍ଟର - ୪ ଉଦଘାଟିତ

प्रविष्टि तिथि: 18 NOV 2025 8:26PM by PIB Bhubaneshwar

କେନ୍ଦ୍ର ଇସ୍ପାତ ଏବଂ ଭାରୀ ଉଦ୍ୟୋଗ ମନ୍ତ୍ରୀ ଶ୍ରୀ ଏଚ୍.ଡି. କୁମାରସ୍ୱାମୀ ସେଲ୍, ରାଉରକେଲା ଇସ୍ପାତ ପ୍ଲାଣ୍ଟ (ଆରଏସପି)କୁ ଦୁଇ ଦିନିଆ ଗସ୍ତରେ ଆସି  ୧୮ ନଭେମ୍ଵର ୨୦୨୫ରେ ରାଉରକେଲାରେ ପହଞ୍ଚିଛନ୍ତି। ତାଙ୍କ ସହିତ ଶ୍ରୀମତୀ ଅନିଥା କୁମାରସ୍ୱାମୀ, ସେଲର, ଅଧ୍ୟକ୍ଷ - ସହ- ପରିଚାଳନା ନିର୍ଦ୍ଦେଶକ (ସିଏମଡି) ଶ୍ରୀ ଅମରେନ୍ଦୁ ପ୍ରକାଶ, ଏବଂ ଇସ୍ପାତ ମନ୍ତ୍ରଣାଳୟର ଅନ୍ୟାନ୍ୟ ଅଧିକାରୀମାନେ ଆସିଛନ୍ତି। ମନ୍ତ୍ରୀଙ୍କୁ ରାଉରକେଲା ବିମାନବନ୍ଦରରେ ଭାରତ ସରକାରଙ୍କ ଆଦିବାସୀ ବ୍ୟାପାର ମନ୍ତ୍ରୀ ଶ୍ରୀ ଜୁଆଲ୍ ଓରାମ, ରଘୁନାଥପାଲିର ବିଧାୟକ ଶ୍ରୀ ଦୁର୍ଗା ଚରଣ ତନ୍ତି, ଆରଏସପିର ନିର୍ଦ୍ଦେଶକ ଇନ-ଚାର୍ଜ (ଡିଆଇସି),  ତଥା  ବୋକାରୋ ଇସ୍ପାତ ପ୍ଲାଣ୍ଟର ଡିଆଇସିର ଅତିରିକ୍ତ ଦାୟିତ୍ୱରେ ଥିବା ଶ୍ରୀ ଆଲୋକ ବର୍ମା, ସିଆଇଏସଏଫର ଡିଆଇଜି ଶ୍ରୀ ରତନ କୁମାର, ରାଉରକେଲା ଏସପି ଶ୍ରୀ ନିତେଶ ୱାଧୱାନୀ, କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକମାନେ ଏବଂ ଓଡ଼ିଶା ସରକାର ଏବଂ ଆରଏସପିର ଅନେକ ବରିଷ୍ଠ ଅଧିକାରୀ ସ୍ୱାଗତ କରିଥିଲେ। ବିମାନବନ୍ଦରରେ ଆରଏସପିର ସିଆଇଏସଏଫ ୟୁନିଟ୍ ଦ୍ୱାରା ମନ୍ତ୍ରୀଙ୍କୁ ଗାର୍ଡ ଅଫ୍ ଅନର ପ୍ରଦାନ କରାଯାଇଥିଲା।

ଶ୍ରୀ କୁମାରସ୍ୱାମୀ ସେଠାରେ ଅସି ପହଞ୍ଚିବାର କିଛି ସମୟ ପରେ, ଶ୍ରୀ ଜୁଆଲ ଓରାମ, ଶ୍ରୀ ଦୁର୍ଗା ଚରଣ ତନ୍ତୀ ଏବଂ ଅନ୍ୟାନ୍ୟ ସମ୍ମାନିତ ବ୍ୟକ୍ତିଙ୍କ ସହିତ ପ୍ଲାଣ୍ଟକୁ ଯାଇଥିଲେ। ପ୍ଲାଣ୍ଟ ପରିଦର୍ଶନ ପ୍ରଶିକ୍ଷ ଏବଂ ବିକାଶ ବିଭାଗର ମଡେଲ ରୁମରୁ ଆରମ୍ଭ ହୋଇଥିଲା। ସେଠାରେ ତାଙ୍କୁ ସମଗ୍ର ପ୍ଲାଣ୍ଟର କାର୍ଯ୍ୟକାରିତା ବିଷୟରେ ଅବଗତ କରାଯାଇଥିଲା।

ଏହା ପରେ ମନ୍ତ୍ରୀମାନେ ଷ୍ଟିଲ୍ ମେଲ୍ଟିଂ ସପ୍-କୁ ଯାଇଥିଲେ, ଯେଉଁଠାରେ ସେ ଅତ୍ୟାଧୁନିକ କାଷ୍ଟର ଉଦଘାଟନ କରିଥିଲେ। ଶ୍ରୀ କୁମାରସ୍ୱାମୀ କାଷ୍ଟର- ରେ କାର୍ଯ୍ୟ ଏବଂ ସ୍ଲାବ୍ କାଷ୍ଟିଂକୁ ମନଧ୍ୟାନ ଦେଇ ଦେଖିଥିଲେ ଏବଂ ପ୍ରକଳ୍ପର ସଫଳ କାର୍ଯ୍ୟ ପାଇଁ ଆରଏସପି ସମୂହକୁ ଅଭିନନ୍ଦନ ଜଣାଇଥିଲେ। "ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ସକ୍ରିୟ ନେତୃତ୍ୱରେ ଭାରତ ସରକାର ରାଉରକେଲା ଇସ୍ପାତ କାରଖାନାର ଅଭିବୃଦ୍ଧି ଏବଂ ବିକାଶ ପାଇଁ ସମସ୍ତ ପ୍ରକାରର ସହାୟତା ଯୋଗାଇବାକୁ ପ୍ରତିବଦ୍ଧ," ବୋଲି  ସେ ମତ ଦେଇଥିଲେ। ଶ୍ରୀ ଓରାମ ଆରଏସପିର ସାମୁହିକ ପ୍ରୟାସକୁ ପ୍ରଶଂସା କରିଥିଲେ ଏବଂ ପ୍ଲାଣ୍ଟ ସହିତ ଜଡିତ ତାଙ୍କର ଶ୍ରଦ୍ଧାପୂର୍ଣ୍ଣ ସ୍ମୃତିକୁ ମନେ ପକାଇ ଇସ୍ପାତ କାରଖାନାର ପ୍ରଗତି ପାଇଁ ନିରନ୍ତର ସମର୍ଥନ ପ୍ରଦାନ କରିବାର ପ୍ରତିଶ୍ରୁତି ଦେଇଥିଲେ। ଶ୍ରୀ ଅମରେନ୍ଦୁ ପ୍ରକାଶ ମଧ୍ୟ ଏହି ଅବସରରେ ନିଜର ବକ୍ତବ୍ୟ ରଖିଥିଲେ ଏବଂ ଆରଏସପି ସମୂହଙ୍କୁ ସେମାନଙ୍କର ସମର୍ପଣ ଏବଂ କାର୍ଯ୍ୟଦକ୍ଷତା ପାଇଁ ପ୍ରଶଂସା କରିଥିଲେ।

ମନ୍ତ୍ରୀମାନେ ପେଲେଟ୍ ପ୍ଲାଣ୍ଟ ଏବଂ କୋକ୍ ଓଭନ୍ ବ୍ୟାଟେରୀ - ୭ର ପ୍ରକଳ୍ପ ସ୍ଥଳଗୁଡ଼ିକ ମଧ୍ୟ ପରିଦର୍ଶନ କରିଥିଲେ। ପ୍ଲାଣ୍ଟ ପରିଦର୍ଶନ ହଟ୍ ଷ୍ଟ୍ରିପ୍ ମିଲ୍-୨ରେ ଶେଷ ହୋଇଥିଲା। ପ୍ରତ୍ୟେକ ସ୍ଥାନରେ ତାଙ୍କୁ ୟୁନିଟ୍, ବର୍ତ୍ତମାନର ସ୍ଥିତି ଏବଂ ଭବିଷ୍ୟତ ଯୋଜନା ବିଷୟରେ ଅବଗତ କରାଯାଇଥିଲା।

ମନ୍ତ୍ରୀଙ୍କ ଗସ୍ତ ସମୟରେ ଶ୍ରୀ ତରୁଣ ମିଶ୍ର, ଇଡି (ମାନବ ସମ୍ଵଳ), ଶ୍ରୀ ବି କେ ଗିରି, ଇଡି (ଖଣି ବିକାଶ - ସିଏମଏଲଓ), ଶ୍ରୀ ବିଶ୍ୱରଞ୍ଜନ ପଲାଇ, ଇଡି (କାର୍ମିକ), ଶ୍ରୀ ଅନିଲ କୁମାର, ଇଡି (ଏମଏମ), ଶ୍ରୀ ଏମ ପି ସିଂହ, ଇଡି (ଖଣି- ସିଏମଏଲଓ), ଶ୍ରୀ ସୁଦୀପ ପାଲ ଚୌଧୁରୀ, ଇଡି (ପ୍ରକଳ୍ପ) ଉପସ୍ଥିତ ଥିଲେ।

****

SSP


(रिलीज़ आईडी: 2191523) आगंतुक पटल : 12
इस विज्ञप्ति को इन भाषाओं में पढ़ें: English , Urdu , हिन्दी , Kannada