ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ରାଜ୍ୟ ପ୍ରତିଷ୍ଠାର ୨୫ତମ ବାର୍ଷିକୀ ଅବସରରେ ଉତ୍ତରାଖଣ୍ଡର ଜନସାଧାରଣଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ
ପୋଷ୍ଟ କରାଯିବା ଦିନାଙ୍କ:
09 NOV 2025 9:05AM by PIB Bhubaneswar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଉତ୍ତରାଖଣ୍ଡ ରାଜ୍ୟ ପ୍ରତିଷ୍ଠାର ୨୫ତମ ବାର୍ଷିକୀ ଅବସରରେ ଉତ୍ତରାଖଣ୍ଡବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। "ପ୍ରକୃତିର କୋଳରେ ବାସ କରୁଥିବା ଆମର ଏହି ଦିବ୍ୟ ଭୂମି ଆଜି ପର୍ଯ୍ୟଟନ ସହିତ ପ୍ରତ୍ୟେକ କ୍ଷେତ୍ରରେ ପ୍ରଗତିର ଏକ ନୂତନ ଗତି ହାସଲ କରୁଛି", ବୋଲି ଶ୍ରୀ ମୋଦୀ କହିଛନ୍ତି।
ପ୍ରଧାନମନ୍ତ୍ରୀ ‘ଏକ୍ସ’ରେ ପୋଷ୍ଟ କରିଛନ୍ତି:
"ଉତ୍ତରାଖଣ୍ଡ ପ୍ରତିଷ୍ଠାର ୨୫ତମ ବାର୍ଷିକୀରେ ରାଜ୍ୟର ସମସ୍ତ ଭାଇ ଓ ଭଉଣୀମାନଙ୍କୁ ଅନେକ ଅନେକ ଶୁଭକାମନା। ପ୍ରକୃତିର କୋଳରେ ଅବସ୍ଥିତ ଆମର ଏହି ଦେବଭୂମି ଆଜି ପର୍ଯ୍ୟଟନ ସମେତ ପ୍ରତ୍ୟେକ କ୍ଷେତ୍ରରେ ପ୍ରଗତିର ନୂତନ ଗତି ହାସଲ କରୁଛି। ରାଜ୍ୟର ଏହି ବିଶେଷ ଅବସରରେ, ମୁଁ ଏଠାକାର ନମ୍ର, ପରିଶ୍ରମୀ ଏବଂ ଈଶ୍ୱର ଭଳି ଲୋକଙ୍କ ସୁଖ, ସମୃଦ୍ଧି, ସୌଭାଗ୍ୟ ଏବଂ ଉତ୍ତମ ସ୍ୱାସ୍ଥ୍ୟ କାମନା କରୁଛି।"
HS
(ରିଲିଜ ଆଡି: 2188186)
ପରିଦର୍ଶକ କାଉଣ୍ଟର : 29
ଏହି ରିଲିଜ ପଢନ୍ତୁ :
Assamese
,
English
,
Urdu
,
Marathi
,
हिन्दी
,
Manipuri
,
Bengali
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam