ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ବାଲ୍ମୀକି ଜୟନ୍ତୀ ଅବସରରେ ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା
ପୋଷ୍ଟ କରାଯିବା ଦିନାଙ୍କ:
28 OCT 2023 10:27AM by PIB Bhubaneswar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ବାଲ୍ମୀକି ଜୟନ୍ତୀର ପବିତ୍ର ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।
ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ମହର୍ଷି ବାଲ୍ମୀକିଙ୍କ ସାମାଜିକ ସମାନତା ଏବଂ ସଦ୍ଭାବନା ଉପରେ ଚିନ୍ତାଧାରା ଆଜି ମଧ୍ୟ ସମାଜକୁ ମାର୍ଗଦର୍ଶନ କରୁଛି। ତାଙ୍କ ବାର୍ତ୍ତା ମାଧ୍ୟମରେ, ସେ ଆଗାମୀ ଯୁଗ ପାଇଁ ଆମ ସଭ୍ୟତା ଏବଂ ସଂସ୍କୃତି ନିମନ୍ତେ ଏକ ଅମୂଲ୍ୟ ସମ୍ପତ୍ତି ହୋଇ ରହିବେ ବୋଲି ଶ୍ରୀ ମୋଦୀ କହିଛନ୍ତି।
ପ୍ରଧାନମନ୍ତ୍ରୀ ଏକ୍ସ ରେ ପୋଷ୍ଟ କରିଛନ୍ତି:
"ବାଲ୍ମୀକି ଜୟନ୍ତୀରେ ଦେଶବାସୀଙ୍କୁ ଅସୀମ ଶୁଭେଚ୍ଛା। ସାମାଜିକ ସମାନତା ଏବଂ ସଦ୍ଭାବନା ଉପରେ ତାଙ୍କର ଅମୂଲ୍ୟ ଚିନ୍ତାଧାରା ଆଜି ମଧ୍ୟ ଭାରତୀୟ ସମାଜକୁ ମାର୍ଗଦର୍ଶନ କରିଚାଲିଛି। ମାନବତାର ତାଙ୍କର ବାର୍ତ୍ତା ମାଧ୍ୟମରେ, ସେ ଆଗାମୀ ଯୁଗ ପାଇଁ ଆମ ସଭ୍ୟତା ଏବଂ ସଂସ୍କୃତି ପାଇଁ ଏକ ଅମୂଲ୍ୟ ସମ୍ପତ୍ତି ହୋଇ ରହିବେ।"
*****
MT
(ରିଲିଜ ଆଡି: 2187646)
ପରିଦର୍ଶକ କାଉଣ୍ଟର : 13
ଏହି ରିଲିଜ ପଢନ୍ତୁ :
English
,
Urdu
,
हिन्दी
,
Marathi
,
Manipuri
,
Bengali
,
Assamese
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam