ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ମଧ୍ୟପ୍ରଦେଶ ପ୍ରତିଷ୍ଠା ଦିବସରେ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ
प्रविष्टि तिथि:
01 NOV 2025 9:33AM by PIB Bhubaneshwar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ମଧ୍ୟପ୍ରଦେଶର ପ୍ରତିଷ୍ଠା ଦିବସ ଅବସରରେ ରାଜ୍ୟର ଜନସାଧାରଣଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।
ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ନିଜର ଗୌରବମୟ ଇତିହାସ ଏବଂ ସମୃଦ୍ଧ ସାଂସ୍କୃତିକ ଐତିହ୍ୟ ପାଇଁ ଜଣାଶୁଣା ମଧ୍ୟପ୍ରଦେଶ ଆଜି ଏହାର ଲୋକମାନଙ୍କ ଆକାଂକ୍ଷାକୁ ସର୍ବୋପରି ରଖିବା ସହ ପ୍ରତ୍ୟେକ କ୍ଷେତ୍ରରେ ଦ୍ରୁତ ପ୍ରଗତି ହାସଲ କରୁଛି । ସେ ବିଶ୍ୱାସ ପ୍ରକାଶ କରିଛନ୍ତି ଯେ, ମଧ୍ୟପ୍ରଦେଶର ଲୋକଙ୍କ ପ୍ରତିଭା ଏବଂ କଠିନ ପରିଶ୍ରମ ଏକ ବିକଶିତ ଭାରତର ସ୍ୱପ୍ନକୁ ସାକାର କରିବାରେ ଅମୂଲ୍ୟ ଭୂମିକା ଗ୍ରହଣ କରିବ ।
ପ୍ରଧାନମନ୍ତ୍ରୀ କହିଛନ୍ତି;
“ଗୌରବମୟ ଇତିହାସ ଏବଂ ସାଂସ୍କୃତିକ ଐତିହ୍ୟ ଥିବା ରାଜ୍ୟ ମଧ୍ୟପ୍ରଦେଶର ମୋର ସମସ୍ତ ଭାଇ-ଭଉଣୀମାନଙ୍କୁ ରାଜ୍ୟର ପ୍ରତିଷ୍ଠା ଦିବସର ଅନେକ ଶୁଭକାମନା । ଦେଶର ହୃଦୟରେ ଅବସ୍ଥିତ ଆମର ଏହି ରାଜ୍ୟ ନିଜର ଜନସାଧାରଣଙ୍କ ଆକାଂକ୍ଷାକୁ ସର୍ବାଗ୍ରେ ରଖିବା ସହ ଆଜି ପ୍ରତ୍ୟେକ କ୍ଷେତ୍ରରେ ପ୍ରଗତିର ନୂତନ ରେକର୍ଡ ସ୍ଥାପନ କରୁଛି । ବିକଶିତ ଭାରତର ସ୍ୱପ୍ନ ସାକାର କରିବାରେ ଏହି ରାଜ୍ୟର ପ୍ରତିଭାଶାଳୀ ଏବଂ ପରିଶ୍ରମୀ ଲୋକମାନେ ଅମୂଲ୍ୟ ଭୂମିକା ଗ୍ରହଣ କରିବେ ବୋଲି ମୋର ବିଶ୍ୱାସ ।”
SR
(रिलीज़ आईडी: 2185177)
आगंतुक पटल : 16
इस विज्ञप्ति को इन भाषाओं में पढ़ें:
English
,
Urdu
,
हिन्दी
,
Marathi
,
Manipuri
,
Bengali
,
Assamese
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam