PIB Headquarters
ମୋର ଯୁବ ଭାରତ
ଯୁବ ସଶକ୍ତିକରଣ ଏବଂ ଜାତୀୟ ପରିବର୍ତ୍ତନର ଡିଜିଟାଲ ଇଞ୍ଜିନ
Posted On:
31 OCT 2025 10:36AM by PIB Bhubaneshwar
ମୁଖ୍ୟ ବିନ୍ଦୁ
ଲକ୍ଷ ଲକ୍ଷ ଯୁବପିଢ଼ିଙ୍କ ସଶକ୍ତିକରଣ - ୨ କୋଟିରୁ ଅଧିକ ଯୁବପିଢ଼ି ଓ ୧.୨ ଲକ୍ଷ ସଂଗଠନ ଏକତାବାଧିତ ଡିଜିଟାଲ ପରିସଂସ୍ଥା ମାଧ୍ୟମରେ ଶିକ୍ଷା, ନେତୃତ୍ୱ ଓ ସେବା କାର୍ଯ୍ୟରେ ସଂଯୁକ୍ତ।
ସହଭାଗୀତା ମାଧ୍ୟମରେ ବିକାଶ - ଡିଜିଟାଲ ଇଣ୍ଡିଆ କର୍ପୋରେସନ ଓ ସୋଲ୍ ସହିତ ବୁଝାମଣା ହୋଇ, ମୋ ଭାରତ ୨.୦ କୁ ଏ. ଆଇ. ଆଧାରିତ ସାଧନ, ମେଣ୍ଟରସିପ୍ ଓ ନେତୃତ୍ୱ ଶିକ୍ଷାରେ ସୁଦୃଢ଼ କରିଛି।
ବିକଶିତ ଭାରତ ୨୦୪୭ ପାଇଁ ପଦକ୍ଷେପ - ମୋ ଭାରତ ୨.୦ ରେ ବୃତ୍ତିଗତ ପରାମର୍ଶ, ଦକ୍ଷତା ନିର୍ଦ୍ଧାରଣ, ଉଦ୍ୟୋଗୀତା ସମର୍ଥନ ଇତ୍ୟାଦିକୁ ବିସ୍ତାର କରି, ଯୁବ ନିର୍ଦ୍ଦିଶିତ ଜାତୀୟ ପରିବର୍ତ୍ତନକୁ ଆଗେଇ ନେବ।
ଭାରତରେ ଯୁବ ନେତୃତ୍ୱ ପାଇଁ ଭିତ୍ତି ସ୍ଥାପନ
ଭାରତ ବର୍ତ୍ତମାନ ତାହାର ଉନ୍ନୟନ ଯାତ୍ରାର ଏକ ନିର୍ଣାୟକ ମୋଡ଼ରେ ଅଛି - ଯେଉଁଠାରେ ୬୫ ପ୍ରତିଶତ ଜନସଂଖ୍ୟା ୩୫ ବର୍ଷ ତଳେ ଓ ୨୦୪୭ ସୁଦ୍ଧା "ବିକସିତ ଭାରତ" ର ସ୍ୱପ୍ନ ଆଗରେ ରହିଛି। ଏହି ପରିପ୍ରେକ୍ଷିରେ, ମୋ ଭାରତ (My Bharat) ସରକାରଙ୍କ ଦ୍ୱାରା ଆରମ୍ଭ ହୋଇଥିବା ଏକ ଐତିହାସିକ ପଦକ୍ଷେପ ଦେଶ ଗଢ଼ିବା ଉଦ୍ଦେଶ୍ୟରେ ଯୁବକ ଯୁବତୀ ମାନଙ୍କ ଶକ୍ତିକୁ ବିନିଯୋଗ କରିବା। ଏହା ୩୧ ଅକ୍ଟୋବର ୨୦୨୩ ମସିହାରେ ରାଷ୍ଟ୍ରୀୟ ଏକତା ଦିବସ ଅବସରରେ, ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଜନ୍ମଦିନକୁ ସ୍ମରଣ କରି ଶୁଭାରମ୍ଭ ହୋଇଥିଲା। ମୋ ଭାରତ ହେଉଛି ପ୍ରଯୁକ୍ତି, ଶାସନ ଓ ଜନସହଭାଗୀତାର ଏକ ସଜୀବ ସଂଯୋଗ। ଏହା ଯୁବ କଲ୍ୟାଣ ଓ କ୍ରୀଡା ମନ୍ତ୍ରଣାଳୟ ଅଧୀନରେ ଏକ ସ୍ୱାୟତ୍ତ ସଂସ୍ଥା ଭାବେ କାମ କରେ, ଯାହା ପ୍ରଯୁକ୍ତି-ନିର୍ଦ୍ଦିଶିତ ପ୍ରଣାଳୀ ମାଧ୍ୟମରେ ଯୁବ ନାଗରିକମାନଙ୍କୁ ସେବା, ଅନୁଭବାଧାରିତ ଶିକ୍ଷା, ନେତୃତ୍ୱ ଓ ଦକ୍ଷତା ବିକାଶର ସୁଯୋଗ ସହିତ ଯୋଡ଼ି ଦିଏ। ଏହି ପ୍ଲାଟଫର୍ମ ମାଧ୍ୟମରେ ଯୁବପିଢି ସରକାରୀ ବିଭାଗ, ବେସରକାରୀ ସଂସ୍ଥା ଓ ସାମାଜିକ ସଂଗଠନଗୁଡ଼ିକର ପ୍ରକଳ୍ପ ଖୋଜିପାରନ୍ତି ଓ ସେମାନଙ୍କ ସହ ଯୋଡ଼ି ହୋଇ ସ୍ୱାସ୍ଥ୍ୟ, ଶିକ୍ଷା, ପରିବେଶ, ନବୋତ୍ଥାନ, ଉଦ୍ୟମିତା ଓ ସାମାଜିକ ଅନ୍ତର୍ଭୁକ୍ତି ପରି ବାସ୍ତବ ସମସ୍ୟାଗୁଡ଼ିକୁ ସମାଧାନ କରିବା ଉଦ୍ୟମରେ ଅଂଶଗ୍ରହଣ କରିପାରନ୍ତି। ଏହି ପଦକ୍ଷେପ ଜାତୀୟ ଯୁବ ନୀତି ସହ ସମନ୍ୱିତ ଓ ପ୍ରଧାନତଃ ୧୫-୨୯ ବର୍ଷ ଆୟୁବର୍ଗର ଯୁବମାନଙ୍କୁ ଲକ୍ଷ୍ୟ କରିଛି; ସେ ସହିତ ୧୦-୧୯ ବର୍ଷ ଅବଧିର କିଶୋରମାନଙ୍କୁ ଆରମ୍ଭରୁ ନାଗରିକ ସଚେତନତା ଓ ଅଂଶଗ୍ରହଣ ଭାବନା ଗଢ଼ି ତୋଳୁଛି।
ଏହି ପଦକ୍ଷେପ ଯୁବ ପ୍ରୋଗ୍ରାମମାନଙ୍କୁ ବିଚ୍ଛିନ୍ନ ରୂପରୁ ଏକତାବାଧିତ ଡିଜିଟାଲ ପରିସଂସ୍ଥା ଦିଗରେ ନେଇଯାଏ, ଯେଉଁଠି ଆକାଂକ୍ଷା ଓ ସୁଯୋଗର ସମ୍ମିଳନ ହୁଏ। ଏହା ସ୍ଥାନୀୟ, ରାଜ୍ୟ ଓ ଜାତୀୟ - ସମସ୍ତ ସ୍ତରରେ ଯୁବ ଅଂଶଗ୍ରହଣକରୀଙ୍କ ପାଇଁ ମାର୍ଗ ସୃଷ୍ଟି କରେ ଓ ପ୍ରତ୍ୟେକ ଅବଦାନକୁ ପରିଚିତ ଡିଜିଟାଲ ପ୍ରମାଣପତ୍ର ମାଧ୍ୟମରେ ସ୍ୱୀକାର କରି, ରୋଜଗାର ଯୋଗ୍ୟତା ଓ ନାଗରିକ ଗର୍ବକୁ ବୃଦ୍ଧି କରେ।
ତାହାର ମୂଳରେ, ମୋ ଭାରତ “ଯୁବ ଶକ୍ତି ସେ ଜନ ଭାଗିଦାରୀ” ର ଆତ୍ମାକୁ ଅନୁଭବ କରେ - ଯେଉଁ ବିଶ୍ୱାସ କୁହେ ଯେ ଭାରତର ଅଗ୍ରଗତି ସେତେବେଳେ ସବୁଠାରୁ ଶକ୍ତିଶାଳୀ ଯେତେବେଳେ ଯୁବମାନେ ଉନ୍ନୟନର ସକ୍ରିୟ ସହଭାଗୀ ହୁଅନ୍ତି। ଏହା “ଅମୃତ କାଳ” ର ମୂଳ ଭାବନାକୁ ଧରି, ପ୍ରତ୍ୟେକ ଯୁବ ଭାରତୀୟଙ୍କୁ କେବଳ ପରିବର୍ତ୍ତନର ଲାଭକାରୀ ଭାବେ ନୁହେଁ, ବରଂ ସେହି ପରିବର୍ତ୍ତନର ସ୍ୱୟଂ ନିର୍ମାତା ଭାବେ ଗଢ଼ି ତୋଳିଛି, ଯିଏ “ବିକସିତ ଭାରତ ୨୦୪୭” ର ଦିଗ ନିର୍ଦ୍ଧାରଣ କରିବ।
ମୋର ଯୁବ ଭାରତର ଦୃଷ୍ଟିକୋଣ
୨୦୨୩ ମସିହାରେ ଯେତେବେଳେ ମୋ ଭାରତ ଆରମ୍ଭ ହେଲା, ସେତେବେଳେ ଏହା ଭାରତର ପରିବର୍ତ୍ତନଶୀଳ ଯୁବ ପରିଦୃଶ୍ୟ ପାଇଁ ଏକ ସମୟୋପଯୋଗୀ ପ୍ରତିକ୍ରିୟା ରୂପେ ଚିହ୍ନିତ ହେଲା। ପାରମ୍ପରିକ ଯୁବ ପ୍ରୋଗ୍ରାମଗୁଡ଼ିକ, ଯେଉଁମାନେ ଗ୍ରାମୀଣ କିମ୍ବା ସହରୀୟ ପରିପ୍ରେକ୍ଷିତ ପାଇଁ ନିର୍ମିତ ହୋଇଥିଲେ, ଏବେ ଆରେ ଏକ ସେହି ପିଢ଼ି ପାଇଁ ପର୍ଯ୍ୟାପ୍ତ ନୁହେଁ ଯାହା ପ୍ରଯୁକ୍ତି, ଗତିଶୀଳତା ଓ ଆନ୍ତର୍ଜାତୀୟ ସଂସ୍ପର୍ଶ ଦ୍ୱାରା ଗଢ଼ିଉଠିଛି। ଆଜିର ଭାରତୀୟ ଯୁବ ନାଗରିକମାନେ ଏମିତି ମଞ୍ଚ ଖୋଜୁଛନ୍ତି ଯାହା ତାଙ୍କ ଆକାଙ୍କ୍ଷାକୁ ଅନୁଗ୍ରହ କରି ଚିହ୍ନିତ କରେ, ତାଙ୍କ ସ୍ୱରକୁ ସୁଦୃଢ଼ କରେ ଓ ଶିକ୍ଷା ଓ ନେତୃତ୍ୱ ସୁଯୋଗ ସହିତ ସେମାନଙ୍କୁ ପ୍ରତ୍ୟକ୍ଷ ଭାବେ ଯୋଡ଼ି ଦିଏ। ମାଇ ଭାରତ ଏହି ଖାଲି ସ୍ଥାନକୁ ପୂରଣ କରିଛି ଏକ ସଂଯୁକ୍ତ, ପ୍ରଯୁକ୍ତି-ନିର୍ଦ୍ଦିଶିତ ପରିସଂସ୍ଥା ସୃଷ୍ଟି କରି, ଯେଉଁଠି ଗ୍ରାମୀଣ, ସହରୀୟ ଓ “ଗ୍ରାମ-ସହର (ରୁର୍ବନ)” ଯୁବକ ଯୁବତୀ ମାନେ ଏକ ଜାତୀୟ ପ୍ଲାଟଫର୍ମରେ ଆସିପାରନ୍ତି। ଏହାର “ଫିଜିଟାଲ ” (ଅର୍ଥାତ୍ ଫିଜିକଲ +ଡିଜିଟାଲ ) ପ୍ରବିଧାନ - ଯେଉଁଠି ଯୁବକ ଯୁବତୀ ମାନଙ୍କ ଶାରୀରିକ ଅଂଶଗ୍ରହଣକୁ ଡିଜିଟାଲ ପ୍ରବେଶ ସହିତ ସଂଯୋଗ କରାଯାଇଛି - ଏହା ନିଶ୍ଚିତ କରେ ଯେ କୌଣସି ଯୁବକ ଯୁବତୀ ପଛରେ ରହିଯିବେ ନାହିଁ ଓ ଏହି ପଦକ୍ଷେପ ଆଜିର ପରିପ୍ରେକ୍ଷିରେ ଅଧିକ ଗୁରୁତ୍ୱ ବହନ କରେ।
ଡିଜିଟାଲ ପରିସଂସ୍ଥା
ମୋ ଭାରତର କେନ୍ଦ୍ରବିନ୍ଦୁରେ ରହିଛି ଏକ ସଶକ୍ତ ଡିଜିଟାଲ ପରିସିଷ୍ଟମ, ଯାହା ଲକ୍ଷ ଲକ୍ଷ ଭାରତୀୟ ଯୁବଙ୍କୁ ବିକାଶ ଓ ସେବା ପାଇଁ ସୁଯୋଗ ସହିତ ଯୋଡ଼ି ଦିଏ। ଡିଜିଟାଲ ଇଣ୍ଡିଆ ଫ୍ରେମୱର୍କ ଅଧୀନରେ ନିର୍ମିତ ଏହି ପ୍ଲାଟଫର୍ମ ଅତ୍ୟାଧୁନିକ ପ୍ରଯୁକ୍ତିକୁ ସମାବେଶୀ ଡିଜାଇନ୍ ସହିତ ସଂଯୋଗ କରେ, ଯାହା ନିଶ୍ଚିତ କରେ ଯେ ପ୍ରତ୍ୟେକ ଯୁବା ମହାନଗରରେ ହେଉ କିମ୍ବା ଦୂରସ୍ଥ ଗାଁର କେବଳ ଏକ କ୍ଲିକରେ ଶିକ୍ଷା, ନେତୃତ୍ୱ ଓ ସେବା ସୁଯୋଗ ପାଇପାରିବ।
ମୋ ଭାରତ ପୋର୍ଟାଲ (ମୋ ଭାରତ.ଜିଓଭି.ଇନ)
ମୋ ଭାରତ ପୋର୍ଟାଲ ଏକ କେନ୍ଦ୍ରୀୟ ଡିଜିଟାଲ ଗେଟୱେ ଭାବେ କାମ କରେ, ଯାହା ଯୁବ ନାଗରିକମାନଙ୍କୁ ସେବା, ଦକ୍ଷତା ଓ ନେତୃତ୍ୱ ସୁଯୋଗ ସହିତ ଯୋଡ଼ି ଦିଏ। ଏହା ସହଜ ପଞ୍ଜିକରଣ, ଡିଜିଟାଲ ପରିଚୟପତ୍ର (ଆଇ. ଡି.), ସୁଯୋଗ ସମନ୍ୱୟ ଓ ତତ୍କ୍ଷଣାତ୍ ପ୍ରଭାବ ଦେଖାଉଥିବା ଡ୍ୟାଶବୋର୍ଡ ସୁବିଧା ପ୍ରଦାନ କରେ। ଅକ୍ଟୋବର ୨୦୨୫ ପର୍ଯ୍ୟନ୍ତ, ଏହି ପ୍ଲାଟଫର୍ମରେ ୨ କୋଟିରୁ ଅଧିକ ଯୁବ ଓ ୧.୨୦ ଲକ୍ଷ ସଂଗଠନ ଯୋଗ ଦେଇଛନ୍ତି, ଯାହା ଏକ ସଚଳ ଓ ସଜିବ ସହଯୋଗୀ ଡିଜିଟାଲ ପରିବେଶ ସୃଷ୍ଟି କରିଛି। ୧୪.୫ ଲକ୍ଷରୁ ଅଧିକ ସେବା ସୁଯୋଗ ସୃଷ୍ଟି ସହିତ, ମାଇ ଭାରତ ବର୍ତ୍ତମାନ ୧୬୦୦୦+ ଯୁବ କ୍ଲବ ସଦସ୍ୟ ଓ ୬୦୦୦୦+ ସଂସ୍ଥାଗତ ସହଯୋଗୀ (ସରକାରୀ ଅଫିସ, ଶିକ୍ଷା ସଂସ୍ଥା ଓ ଏନ. ଜି. ଓ. ସହିତ) ର ଏକ ବିଶାଳ ନେଟୱର୍କ ସହିତ ଯୋଡ଼ାଯାଇଛି। ରିଲାୟନ୍ସ ପରି ପ୍ରମୁଖ କର୍ପୋରେଟ୍ ସଂଗଠନ ସହ ସହଯୋଗ ମାଧ୍ୟମରେ ଏହା ତାହାର ପ୍ରଭାବକ୍ଷେତ୍ରକୁ ଅଧିକ ବିସ୍ତାର କରିଛି; ପ୍ରଭାବଶୀଳ ପ୍ରୋଗ୍ରାମ ଓ ବୁଟକ୍ୟାମ୍ପ ମାଧ୍ୟମରେ ଯୁବ ଶକ୍ତିକୁ ସାମାଜିକ ଓ ସମୁଦାୟ ଉନ୍ନୟନ ଦିଗରେ ନେଇଯାଉଛି। ସ୍କେଲିବିଲିଟି, ତଥ୍ୟ ବିଶ୍ଲେଷଣ ଓ ଜାତୀୟ ଡିଜିଟାଲ ପ୍ଲାଟଫର୍ମ ସହ ଏକତା ପାଇଁ ନିର୍ମିତ ମୋ ଭାରତ, ଭାରତର ଯୁବ ନେତୃତ୍ୱ ଆଧାରିତ ଉନ୍ନୟନ ଆନ୍ଦୋଳନର ପ୍ରଯୁକ୍ତିଗତ ମେରୁଦଣ୍ଡ ଭାବେ ଠିଆ ଅଛି।
ମୋ ଭାରତ ମୋବାଇଲ ଆପ୍ (ଅକ୍ଟୋବର ୨୦୨୫ ରେ ଆରମ୍ଭ):
ଯୁବ ଅଂଶଗ୍ରହଣକୁ ଅଧିକ ସହଜ ଓ ମୋବାଇଲ୍-କେନ୍ଦ୍ରିତ କରିବା ପାଇଁ, ମାଇ ଭାରତ ମୋବାଇଲ୍ ଆପ୍ ୧ ଅକ୍ଟୋବର ୨୦୨୫ ରେ ଆରମ୍ଭ କରାଯାଇଥିଲା। ଏହି ଆପ୍ ପୋର୍ଟାଲର ମୂଳ ସୁବିଧାଗୁଡ଼ିକୁ ଅଧିକ ସହଜତା ଓ ପହଞ୍ଚ ସହିତ ଏକତ୍ର କରେ। ଏହି ଆପ୍ ମଧ୍ୟରେ ଅନେକ ଭାଷା ସମର୍ଥନ, ଏ. ଆଇ. ଆଧାରିତ ଚାଟବଟ୍, ଭଏସ୍-ଅସିଷ୍ଟ୍ ନେଭିଗେସନ୍ ଓ ସ୍ମାର୍ଟ ସିଭି ବିଲ୍ଡର ଭଳି ସାଧନ ରହିଛି; ଯାହା ଯୁବ ନାଗରିକମାନଙ୍କୁ ସୁଯୋଗ ଅଭିଗମ ଓ ଡିଜିଟାଲ ପ୍ରୋଫାଇଲ ତିଆରି କରିବାକୁ ସହଜ କରେ।
ଆପର ଶୁଭାରମ୍ଭ ସମୟରେ, ୧.୮୧ କୋଟି ଯୁବ ଓ ୧.୨୦ ଲକ୍ଷ ସଂଗଠନ ଏହି ପ୍ଲାଟଫର୍ମରେ ପୂର୍ବରୁ ଅନୁସୂଚିତ ହୋଇଥିଲେ। ଏହି ଆପ୍ ଅଂଶଗ୍ରହଣକାରୀମାନଙ୍କ ଜାତୀୟ ଓ ସମୁଦାୟ ଯୋଜନାରେ ଅବଦାନକୁ ପ୍ରତିଫଳିତ କରି ଡିଜିଟାଲ ସର୍ଟିଫିକେଟ ଓ ବ୍ୟାଜ ମଧ୍ୟ ଦେଇଥାଏ।
ମୋ ଭାରତ ୨.୦ ର ମୁଖ୍ୟ ମଡ୍ୟୁଲଗୁଡ଼ିକ
ଅପଗ୍ରେଡ ହୋଇଥିବା ମାଇ ଭାରତ ୨.୦ ରେ ଏକ ସଂପୂର୍ଣ୍ଣ ଯୁବ ସଂଲଗ୍ନ ପରିସିଷ୍ଟମ ଗଢ଼ିବା ପାଇଁ ଉନ୍ନତ ଡିଜିଟାଲ ମଡ୍ୟୁଲଗୁଡ଼ିକୁ ସମିଲିତ କରାଯାଇଛି; ଯାହା ଏକ ପଞ୍ଜିକରଣ ପୋର୍ଟାଲରୁ ବିକଶିତ ହୋଇ ଏକ ସାର୍ବଭୌମ ଯୁବ ଅଂଶଗ୍ରହଣ ମଞ୍ଚ ହେବାକୁ ପରିଣତ
ଏଥିରେ ନିମ୍ନଲିଖିତ ସୁବିଧାଗୁଡ଼ିକ ସମିଳିତ ଅଛି -
• ନାସନାଲ୍ କ୍ୟାରିୟର ସର୍ଭିସ୍: ଯୁବ ପେଶାଜୀବୀମାନଙ୍କ ପାଇଁ ରୋଜଗାର ଓ କ୍ୟାରିୟର ସଂଯୋଗ ସୁଯୋଗ।
• ମେଣ୍ଟରସିପ୍ ହବ୍ : ଯୁବମାନଙ୍କୁ ଶିଳ୍ପ ବିଶେଷଜ୍ଞ, ନବୋତ୍ଥାନକାରୀ ଓ ଚିନ୍ତାନେତାଙ୍କ ସହ ସଂଯୋଗ କରି,
• ଅନୁଭବାଧାରିତ ଶିକ୍ଷା ପ୍ରକଳ୍ପ : ଜିଲ୍ଲା ଓ ରାଜ୍ୟ ସ୍ତରର କାର୍ଯ୍ୟଦାୟିତ୍ୱ ମାଧ୍ୟମରେ ପ୍ରାୟୋଗିକ ଶିକ୍ଷାକୁ ସୁବିଧା ଦେଇ ନାଗରିକ ଦାୟିତ୍ୱ ବୋଧ ଗଢ଼ି ତୋଳେ।
• ଫିଟ୍ ଇଣ୍ଡିଆ ଏକତା : ସ୍ୱାସ୍ଥ୍ୟ, ଫିଟନେସ୍ ଓ ସମୁଦାୟ ଅଭିଯାନ ମାଧ୍ୟମରେ ଯୁବମାନଙ୍କ ସମଗ୍ର
ଏହି ପ୍ଲାଟଫର୍ମ ଏ. ଆଇ. ଓ ଭଏସ୍-ଭିତ୍ତିକ ନେଭିଗେସନ୍, ସ୍ମାର୍ଟ ସିଭି ସୃଷ୍ଟି ଓ ଅନେକ ଭାଷାରେ ସେବା ମାଧ୍ୟମରେ ଅଧିକ ସହଜ ପ୍ରବେଶ ଓ ସମାବେଶିକତାକୁ ବଢ଼ାଇଥାଏ।
ଶେଷ ପର୍ଯ୍ୟାୟରେ ପହଞ୍ଚବା ପାଇଁ ସାଧାରଣ ସେବା କେନ୍ଦ୍ର (କମନ୍ ସର୍ଭିସ ସେଣ୍ଟର) ସହ ସହଯୋଗ
ଡିଜିଟାଲ ଭିନ୍ନତାକୁ ହଟାଇ ଏବଂ ସମସ୍ତଙ୍କ ପାଇଁ ସେବା ଲଭ୍ୟ କରିବା ପାଇଁ, ମାଇ ଭାରତ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରଣାଳୟ ଅଧୀନସ୍ଥ କମନ୍ ସର୍ଭିସ ସେଣ୍ଟର ନେଟୱର୍କ ସହିତ ଚୁକ୍ତି କରିଛି। ଏହି ସହଯୋଗ ଦେଶର ୫ ଲକ୍ଷରୁ ଅଧିକ ଗ୍ରାମ ସ୍ତରୀୟ ଉଦ୍ୟୋଗୀ ଙ୍କୁ ବ୍ୟବହାର କରି, ଗ୍ରାମୀଣ, ଜନଜାତି ଓ ଆକାଂକ୍ଷିତ ଜିଲ୍ଲାଗୁଡ଼ିକର ଯୁବମାନଙ୍କୁ ମାଇ ଭାରତ ସେବାରେ ପଞ୍ଜିକରଣ ଓ ପ୍ରବେଶରେ ସହଯୋଗ କରୁଛି। ଏହି “ଫାଇଜିଟାଲ୍ (ଫିଜିକାଲ+ ଡିଜିଟାଲ )” ମଡେଲ୍ ମାଧ୍ୟମରେ, ପ୍ରତ୍ୟେକ ଯୁବକ ଯୁବତୀ - ସେ ଯେଉଁ ଅଞ୍ଚଳର ହୁଅନ୍ତୁ - ବର୍ତ୍ତମାନ ନିଜ ନିକଟସ୍ଥ ସି ଏସ ସି ମାଧ୍ୟମରେ ଜାତୀୟ ପ୍ରକଳ୍ପ, ନେତୃତ୍ୱ ସୁଯୋଗ ଓ ସମୁଦାୟ କାର୍ଯ୍ୟରେ ଯୋଡ଼ି ହୋଇପାରିବେ।
କାର୍ଯ୍ୟରେ ଯୁବ ଶକ୍ତି: ପରିବର୍ତ୍ତନର କାହାଣୀଗୁଡ଼ିକ
ବିକସିତ ଭାରତ ୨୦୪୭ ର ପ୍ରତ୍ୟେକ ମାଇଲସ୍ଟୋନ୍ ଏକ କାହାଣୀ ସହ ଆରମ୍ଭ ହୁଏ - ସେମିଥିରେ ଅଛନ୍ତି ସେହି ଯୁବ ଭାରତୀୟ ଯେମାନେ ପରିବର୍ତ୍ତନ ଆସିବା ପାଇଁ ଅପେକ୍ଷା କରୁନାହାନ୍ତି, ବରଂ ସେହି ପରିବର୍ତ୍ତନକୁ ନିଜେ ସୃଷ୍ଟି କରୁଛନ୍ତି। ମାଇ ଭାରତ ମାଧ୍ୟମରେ ଏହି କାହାଣୀଗୁଡ଼ିକ ସଜିବ ପ୍ରମାଣ ହୋଇ ଆସିଛି ଯେତେବେଳେ ଭାରତର ଯୁବ ଶକ୍ତି ସଶକ୍ତ, ସଂଯୋଗୀ ଓ ପ୍ରେରିତ ହୁଏ - ସେମାନେ ସାଧାରଣ ମୁହୂର୍ତ୍ତକୁ ଜାତୀୟ ମହତ୍ତ୍ୱର ଆନ୍ଦୋଳନରେ ପରିଣତ କରିପାରନ୍ତି। ଶିକ୍ଷାଳୟ ରୁ ସୀମାପୋଷ୍ଟ ପର୍ଯ୍ୟନ୍ତ, ଗ୍ରାମ ରୁ ବିଶ୍ୱମଞ୍ଚ ପର୍ଯ୍ୟନ୍ତ - ଭାରତର ସମସ୍ତ ଯୁବକ ଯୁବତୀମାନେ ଡିଜିଟାଲ ଅଂଶଗ୍ରହଣର ସାମିଲ ହୋଇ ଜାତିର ଅଗ୍ରଗତି କାହାଣୀରେ ଏକ ଛାପ ଛାଡ଼ି ଯାଉଛନ୍ତି।
ବିକଶିତ ଭାରତ ରନ୍ ୨୦୨୫: ବସୁଧୈବ କୁଟୁମ୍ବକମ୍
ବିକସିତ ଭାରତ ରନ୍ ୨୦୨୫ ଭାରତର ଯୁବମାନଙ୍କ ପାଇଁ ଏକ ବିଶ୍ୱସ୍ତରୀୟ ମଞ୍ଚ ହେଲା - ଯେଉଁଠି ସେମାନେ ଏକତା ଓ ଉଦ୍ଦେଶ୍ୟର ଭାବନାକୁ ପ୍ରକାଶ କରିପାରିଲେ। ୯୧ ଦେଶର ୧୫୦ ଆନ୍ତର୍ଜାତୀୟ ସହର ଆବର୍ତ୍ତ କରି, ଏହି ଅଭିଯାନରେ ଭାରତୀୟ ଯୁବ ଓ ବିଦେଶସ୍ଥ ଭାରତୀୟମାନେ ଏକତ୍ର ହୋଇ ଭାରତର ଅଗ୍ରଗତିକୁ ପାଳନ କଲେ ଓ ୨୦୪୭ ସୁଦ୍ଧା ଏକ ବିକସିତ ଭାରତ ଗଢ଼ିବାର ପ୍ରତିଶ୍ରୁତି ଦେଲେ। ସିଡନି ରୁ ସାନ୍ ଫ୍ରାନସିସ୍କୋ ପର୍ଯ୍ୟନ୍ତ - ପ୍ରତ୍ୟେକ ପଦକ୍ଷେପ ଯୁବ ଆଶା ଓ ସେହି ଏକତାବାଧିତ ବିଶ୍ୱାସର ପ୍ରତୀକ ଥିଲା - ଯେ ବିକାଶ କେବଳ ସୀମାରେ ସୀମିତ ନୁହେଁ। ଏହି ରନ୍ ଏକ “ଯୁବ ଶକ୍ତି ଆନ୍ଦୋଳନ” ରେ ପରିଣତ ହେଲା - ଏକ ବିଶ୍ୱସ୍ତରୀୟ ସ୍ମରଣ ଯେ, ଭାରତର ଯୁବ ନାଗରିକମାନେ ଯେଉଁଠି ବି ରୁହନ୍ତୁ, ସେମାନେ ଏକ ଆତ୍ମା, ଏକ ଦୃଷ୍ଟିକୋଣ ଓ ଏକ ଜାତି ଗଢ଼ିବାର ମିଶନରେ ବନ୍ଧିତ।
ଜାତୀୟ ପତାକା କ୍ୱିଜ୍: କ୍ୱିଜ୍ ରୁ ସିଆଚେନ୍ ପର୍ଯ୍ୟନ୍ତ!
ମୋ ଭାରତ ଅଧୀନରେ ଆୟୋଜିତ ଜାତୀୟ ପତାକା କ୍ୱିଜ୍ କେବଳ ଜ୍ଞାନ ପରୀକ୍ଷା ନୁହେଁ, ଏହା ଭାରତର ଯୁବକମାନଙ୍କ ପାଇଁ ଗର୍ବ ଓ ଉଦ୍ଦେଶ୍ୟର ଏକ ଯାତ୍ରା ହୋଇଉଠିଲା। ହଜାର ହଜାର ଅଂଶଗ୍ରହଣକାରୀ କେବଳ ପ୍ରଶ୍ନ ଉତ୍ତର ପାଇଁ ନୁହେଁ, ବରଂ ତ୍ରିରଙ୍ଗାର ଅର୍ଥ ଓ ସେ ଯାହା ପ୍ରତିନିଧିତ୍ୱ କରେ - ସେହି ମୂଲ୍ୟବୋଧକୁ ପୁନଃ ଅନୁଭବ କରିବା ପାଇଁ ଯୋଗ ଦେଲେ। କିଛି ବିଶିଷ୍ଟ ସେବକମାନଙ୍କ ପାଇଁ, ଏହି ଅନୁଭବର ଶେଷ ହେଲା ଏକ ଅସାଧାରଣ ଯାତ୍ରା ସହ - ସିଆଚେନ୍, ଯାହା ପୃଥିବୀର ସବୁଠାରୁ ଉଚ୍ଚ ସମରକ୍ଷେତ୍ର - ସେଠାରେ ସେମାନେ ଭାରତର ସାହସ ଓ ଏକତାକୁ ନିଜ ଆଖିରେ ଦେଖିଲେ। ଏହି ପଦକ୍ଷେପ ଶିକ୍ଷା ମାଧ୍ୟମରେ ଦେଶପ୍ରେମର ଜ୍ଵାଳା ଜାଲିଦେଲା ଓ ଯୁବ ନାଗରିକମାନଙ୍କୁ ସ୍ମରଣ କରାଇଲା ଯେ ଯେତେବେଳେ ଜ୍ଞାନ ଏବଂ ଆବେଗ ଏକାଠି ବଢ଼ିଥାଏ, ତ୍ରିରଙ୍ଗା ଉଚ୍ଚରେ ଉଡ଼େ।
ମଦକମୁକ୍ତ ଭାରତ ଯାତ୍ରାର ନେତୃତ୍ୱ
ଜୁଲାଇ ୨୦୨୫ ରେ ବାରାଣସୀ ରେ ଆରମ୍ଭ ହୋଇଥିବା “ନଶା ମୁକ୍ତ ଯୁବା ଫର୍ ବିକସିତ ଭାରତ” ପଦକ୍ଷେପ ଦେଶର ୧୦୦ ରୁ ଅଧିକ ଆଧ୍ୟାତ୍ମିକ ସଂଗଠନ ଓ ହଜାର ହଜାର ଯୁବମାନଙ୍କୁ ଏକତ୍ର କରିଥିଲା - ଏକ ସାମୁହିକ ପ୍ରତିଜ୍ଞା ନେଇ ଯେ ସେମାନେ ଏକ ମଦକମୁକ୍ତ ଭାରତ ଗଢ଼ିବେ। “କାଶୀ ଘୋଷଣାପତ୍ର ” ଗ୍ରହଣ କରିବା ଏକ ଐତିହାସିକ ମୁହୂର୍ତ୍ତ ହେଲା - ଯାହା ଯୁବମାନଙ୍କୁ ସଚେତନତା, ସହାନୁଭୂତି ଓ ସମୁଦାୟ ଅଭିଯାନ ମାଧ୍ୟମରେ ମଦକ ନିର୍ଭରତା ବିରୋଧରେ ଭାରତର ଲଢ଼ାଇକୁ ନେତୃତ୍ୱ ଦେବାରେ ସଶକ୍ତ କଲା। ଏହି ଆନ୍ଦୋଳନ ଶୀଘ୍ର ଦେଶବ୍ୟାପୀ ରୂପ ନେଲା - ୨୧ ସେପ୍ଟେମ୍ବର ୨୦୨୫ ରେ ସାରା ଭାରତରେ ୨,୦୦୦ ରୁ ଅଧିକ କାର୍ଯ୍ୟକ୍ରମରେ ୧.୫ ଲକ୍ଷରୁ ଅଧିକ ଯୁବ ଅଂଶଗ୍ରହଣ କଲେ। ଯାହା ଆରମ୍ଭରେ ଏକ ଆଧ୍ୟାତ୍ମିକ ସମ୍ମିଳନ ଥିଲା, ତାହା ଶୀଘ୍ର ଏକ ଯୁବ ନେତୃତ୍ୱ ଜନଆନ୍ଦୋଳନ ରେ ପରିଣତ ହେଲା - ଯାହା ପ୍ରମାଣ କଲା ଯେ “ଯୁବ ଶକ୍ତି” ସଂକଳ୍ପକୁ ଏକ ଦୀର୍ଘସ୍ଥାୟୀ ସାମାଜିକ ପରିବର୍ତ୍ତନରେ ପରିଣତ କରିପାରେ। ଏହି ଅଂଶରେ ମଦକମୁକ୍ତ ଭାରତ ପାଇଁ ଯୁବ ଶକ୍ତିର ଜାଗରଣ କେମିତି ଏକ ଜନାନ୍ଦୋଳନର ରୂପ ନେଇଛି ତାହା ଦର୍ଶାଇଛି।
ବିକଶିତ ଭାରତ ଯୁବ ନେତା ସଂଳାପ
ବିକସିତ ଭାରତ ଯୁବ ନେତା ସଂଳାପ ଭାରତର ସବୁଠାରୁ ଉଜ୍ଜ୍ୱଳ ଯୁବ ନେତାମାନଙ୍କୁ ଏକତ୍ର କରିଲା - ଯେଉଁଠି ସେମାନେ “ବିକସିତ ଭାରତ ୨୦୪୭”ର ଦୃଷ୍ଟିକୋଣକୁ କାର୍ଯ୍ୟୋପଯୋଗୀ ଚିନ୍ତା ଓ ପରିକଳ୍ପନାରେ ପରିଣତ କରିବା ପାଇଁ ଆଲୋଚନା ସସ୍ଥାୟୀ ଉନ୍ନୟନ, ନବୋତ୍ଥାନ, ଯୁବ ସଶକ୍ତିକରଣ ଓ ଷ୍ଟାର୍ଟଅପ୍ ପରି ଦଶଟି ବିଷୟଭିତ୍ତିକ ମାର୍ଗରେ ଅଂଶଗ୍ରହଣକାରୀମାନେ ଭାରତର ଭବିଷ୍ୟତ ପାଇଁ ସାହସିକ ଓ ସୃଜନଶୀଳ ସମାଧାନ ଉପରେ ଚିନ୍ତାବିମର୍ଶ କଲେ। ଏହି କାର୍ଯ୍ୟକ୍ରମ ଭାରତର “ଯୁବ ଶକ୍ତି” କୁ ପରିଭାଷିତ କରୁଥିବା ସହଯୋଗ, ଆତ୍ମବିଶ୍ୱାସ ଓ ସୃଜନଶୀଳତାର ଆତ୍ମାକୁ ଜୀବନ୍ତ ଭାବେ ପ୍ରତିଫଳିତ କଲା। ସେମାନଙ୍କ ଉଦ୍ୟମକୁ ସ୍ୱୀକୃତି ଦେଇ, ମାନନୀୟ ପ୍ରଧାନମନ୍ତ୍ରୀ କହିଥିଲେ - “ଭାରତ ଏମିତି ଦକ୍ଷ ଯୁବ ଶକ୍ତି ରହିଥିବା ପାଇଁ ନିଶ୍ଚୟ ଭାଗ୍ୟଶାଳୀ।” ଏହା ଦେଶର ଉନ୍ନୟନ ଯାତ୍ରାରେ ଯୁବ ନେତାମାନଙ୍କ ନିର୍ଣ୍ଣାୟକ ଭୂମିକାକୁ ପୁନଃ ନିଶ୍ଚିତ କଲା। ଏହି ଅଂଶରେ ଭାରତର ଯୁବ ନେତାମାନଙ୍କ ଉତ୍ସାହ, ଉଦ୍ଭାବନ ଓ ଦୃଷ୍ଟିକୋଣ କିପରି “ବିକସିତ ଭାରତ ୨୦୪୭” ର ସ୍ୱପ୍ନକୁ ସାକାର କରୁଛି ତାହା ଦେଖାଯାଇଛି।
ଏପର୍ଯ୍ୟନ୍ତ ଯାତ୍ରା ଓ ଆଗାମୀ ପଥ
ଆରମ୍ଭରୁ ଦୁଇ ବର୍ଷ ମଧ୍ୟ ହୋଇନାହିଁ, ତଥାପି ମୋ ଭାରତ ଆଜି ଭାରତର ସବୁଠାରୁ ବଡ଼ ଯୁବ ଡିଜିଟାଲ ପ୍ଲାଟଫର୍ମ ରୂପେ ପରିଣତ ହୋଇଛି - ଯେଉଁଠି ୨ କୋଟିରୁ ଅଧିକ ଯୁବକ ଯୁବତୀ ଓ ୧.୨୦ ଲକ୍ଷରୁ ଅଧିକ ସଂଗଠନ ଏକା ସଂଗେ ଯୋଡ଼ିଛନ୍ତି। ଏହା ସେବା, ନେତୃତ୍ୱ ଓ ଦକ୍ଷତା ବିକାଶ ପାଇଁ ନୂତନ ମାର୍ଗ ସୃଷ୍ଟି କରିଛି ଓ ଯୁବ ଭାରତୀୟମାନଙ୍କୁ ଜାତୀୟ ପ୍ରାଥମିକତାରେ ପ୍ରତ୍ୟକ୍ଷ ଅବଦାନ ଦେବାର ସୁଯୋଗ ଦେଇଛି। ଏହି ପ୍ଲାଟଫର୍ମର ସଫଳତା ଗୁରୁତ୍ୱପୂର୍ଣ୍ଣ ସହଯୋଗ ଓ ବୁଝାମଣା (ସମଝୌତା ସମ୍ମତିପତ୍ର) ମାଧ୍ୟମରେ ଆହୁରି ସୁଦୃଢ଼ ହୋଇଛି, ଯାହା ତାହାର ଡିଜିଟାଲ ଓ ପ୍ରତିଷ୍ଠାଗତ ପହଞ୍ଚକୁ ବଢ଼ାଇଛି।
୩୦ ଜୁନ୍ ୨୦୨୫ ରେ ଯୁବ କଲ୍ୟାଣ ଓ କ୍ରୀଡା ମନ୍ତ୍ରଣାଳୟ ଓ ଡିଜିଟାଲ ଇଣ୍ଡିଆ କର୍ପୋରେସନ ମଧ୍ୟରେ ସ୍ୱାକ୍ଷରିତ ଏକ ଐତିହାସିକ ବୁଝାମଣା ଦ୍ୱାରା ମାଇ ଭାରତ ୨.୦ ର ଉନ୍ନୟନ ପାଇଁ ପଥ ପ୍ରସ୍ତୁତ ହେଲା - ଏକ ନୂତନ ପିଢ଼ିର, ଏ. ଆଇ. ଆଧାରିତ, ବହୁଭାଷୀ ପ୍ଲାଟଫର୍ମ, ଯେଉଁଠି ସ୍ମାର୍ଟ ସିଭି ବିଲ୍ଡର, ଭଏସ୍ ନେଭିଗେସନ୍, ମେଣ୍ଟରସିପ୍ ନେଟୱର୍କ ଓ ଅନୁଭବାଧାରିତ ଶିକ୍ଷା ମଡ୍ୟୁଲ୍ ପରି ସୁବିଧା ସଂଯୋଜିତ ହେବ। ଅନ୍ୟ ଗୁରୁତ୍ୱପୂର୍ଣ୍ଣ ସହଯୋଗ ୧୩ ଅଗଷ୍ଟ ୨୦୨୫ ରେ ସ୍କୁଲ୍ ଅଫ୍ ଅଲ୍ଟିମେଟ୍ ଲିଡରଶିପ୍ ଫାଉଣ୍ଡେସନ୍ (ସୋଲ) ସହିତ ହେଲା - ଯାହା ଆଗାମୀ ତିନି ବର୍ଷରେ ବିଭିନ୍ନ ପୃଷ୍ଠଭୂମିର ୧ ଲକ୍ଷ ଯୁବ ନେତାଙ୍କୁ ପ୍ରଶିକ୍ଷଣ ଦେବା ଉଦ୍ଦେଶ୍ୟରେ। ଏହି ସହଯୋଗଗୁଡ଼ିକ ମୋ ଭାରତର ମୁଖ୍ୟ ଲକ୍ଷ୍ୟକୁ ପୁନଃ ସୁନିଶ୍ଚିତ କରିଛି - ପ୍ରଯୁକ୍ତି ଓ କ୍ଷମତା-ନିର୍ମାଣକୁ ଏକତା କରି, ଯୁବ ଅଂଶଗ୍ରହଣକୁ ଅଧିକ ସମାବେଶୀ ଓ ପରିଣାମ-ନିର୍ଦ୍ଦିଶିତ କରିବା। ଭବିଷ୍ୟତ ଦୃଷ୍ଟିରେ, ମୋ ଭାରତ ୨.୦ ତାହାର ପରିସଂସ୍ଥାକୁ ବିସ୍ତାର କରି କ୍ୟାରିୟର ପରାମର୍ଶ, ଏ. ଆଇ. ଆଧାରିତ ଦକ୍ଷତା ମ୍ୟାପିଂ, ଉଦ୍ୟମିତା ସମର୍ଥନ ଓ ଡିଜିଟାଲ ସର୍ଟିଫିକେସନ୍ ଯୋଡ଼ିବ; ଏବଂ ଏହାକୁ “ଗ୍ଲୋବାଲ୍ ସାଉଥ୍ ” ର ସବୁଠାରୁ ବଡ଼ ଯୁବ ଡିଜିଟାଲ ନେଟୱର୍କ ଭାବେ ସ୍ଥାପିତ କରିବ।
ନାସନାଲ୍ କ୍ୟାରିୟର ସର୍ଭିସ୍ , ଡିଜିଲକର୍ , ଉମାଙ୍ଗ୍ ଓ ଡିଜିଟାଲ ଇଣ୍ଡିଆ ସ୍ଟ୍ୟାକ୍ ସହିତ ଯୋଡ଼ାଯିବା ଯୋଜନା ମାଧ୍ୟମରେ ଏକ ସୁନିଶ୍ଚିତ, ସମନ୍ୱିତ ଓ ସୁସଂଗତ ଡିଜିଟାଲ ପ୍ରଣାଳୀ ଗଢ଼ି ଉଠିବ, ଯାହା ନୀତିଗତ ସମାନତାକୁ ଆଗେଇ ନେବ।
(Release ID: 2184981)
Visitor Counter : 4