ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଛଟ ପୂଜା ପାଇଁ ଭକ୍ତିଗୀତ ଶେୟାର କରିବାକୁ ଜନସାଧାରଣଙ୍କୁ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ

ପୋଷ୍ଟ କରାଯିବା ଦିନାଙ୍କ: 24 OCT 2025 10:39AM by PIB Bhubaneshwar

ଦେଶ ପବିତ୍ର ଛଟ ପର୍ବ ପାଇଁ ପ୍ରସ୍ତୁତି ହେଉଥିବା ବେଳେ, ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଛଟି ମାତାଙ୍କ ଉଦ୍ଦେଶ୍ୟରେ ଏକ ଗୀତ ସେୟାର କରି ଭକ୍ତି ଏବଂ ସାଂସ୍କୃତିକ ଏକତାର ଭାବନାରେ ଯୋଗଦେବାକୁ ଆହ୍ୱାନ କରିଛନ୍ତି। ଏକ୍ସରେ ପୋଷ୍ଟ କରାଯାଇଥିବା ଏକ ବାର୍ତ୍ତାରେ, ପ୍ରଧାନମନ୍ତ୍ରୀ ପ୍ରକୃତି ଏବଂ ସଂସ୍କୃତି ସହିତ ଛଟର ଗଭୀର ସମ୍ପର୍କ ଏବଂ ବିହାର ଏବଂ ଦେଶବ୍ୟାପୀ ଚାଲିଥିବା ଉତ୍ସାହୀ ପ୍ରସ୍ତୁତି ଉପରେ ଆଲୋକପାତ କରିଛନ୍ତି।

ଶ୍ରୀ ମୋଦୀ ନାଗରିକମାନଙ୍କୁ ଛଟର ଭାବନାକୁ ପ୍ରତିଫଳିତ କରୁଥିବା ଗୀତ ଶେୟାର କରିବାକୁ ଉତ୍ସାହିତ କରିଛନ୍ତି ।

ଏକ୍ସର ଏକ ପୋଷ୍ଟରେ ଶ୍ରୀ ମୋଦୀ କହିଛନ୍ତି;

“ପ୍ରକୃତି ଏବଂ ସଂସ୍କୃତିକୁ ସମର୍ପିତ ମହାପର୍ବ ଛଟ ଆସୁଛି । ବିହାର ସମେତ ସମଗ୍ର ଦେଶରେ ଶ୍ରଦ୍ଧାଳୁମାନେ ପୂର୍ଣ୍ଣ ଭକ୍ତି ଭାବନା ସହ ଏହାର ପ୍ରସ୍ତୁତି ଆରମ୍ଭ କରିଛନ୍ତି । ଏହି ସମୟରେ ଛଟି ମାଆଙ୍କ ଗୀତ ଏହି ପବିତ୍ର ପର୍ବର ଦିବ୍ୟତା ଓ ଭବ୍ୟତାକୁ ବଢ଼ାଇବା ସହ ପରିବେଶକୁ ଭକ୍ତିମୟ କରିଥାଏ । ଆପଣମାନଙ୍କୁ ଅନୁରୋଧ ଯେ, ଆପଣମାନେ ମଧ୍ୟ ଛଟ ପୂଜା ସମ୍ପର୍କିତ ଗୀତ ମୋ ସହ ଶେୟାର କରନ୍ତୁ । ଆଗାମୀ କିଛି ଦିନ ପର୍ଯ୍ୟନ୍ତ ମୁଁ ସେଗୁଡିକୁ ସମଗ୍ର ଦେଶବାସୀଙ୍କ ସହ ଶେୟାର କରିବି ।”

 

SR


(ରିଲିଜ ଆଡି: 2182424) ପରିଦର୍ଶକ କାଉଣ୍ଟର : 19