ପୋଷ୍ଟ କରାଯିବା ଦିନାଙ୍କ:
04 OCT 2025 9:16AM by PIB Bhubaneswar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଶ୍ୟାମଜୀ କୃଷ୍ଣ ବର୍ମାଙ୍କୁ ଜୟନ୍ତୀରେ ଆଦରପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ଭାରତର ସ୍ୱାଧୀନତା ସଂଗ୍ରାମରେ ତାଙ୍କର ଅତୁଟ ସମର୍ପଣକୁ ସେ ସ୍ୱୀକାର କରିଛନ୍ତି ।
ଏକ୍ସର ଏକ ପୋଷ୍ଟରେ ଶ୍ରୀ ମୋଦୀ କହିଛନ୍ତି;
“ସମସ୍ତ ଦେଶବାସୀଙ୍କ ପକ୍ଷରୁ ଭାରତା ମାତାର କର୍ମଠ ସୁପୁତ୍ର ଶ୍ୟାମଜୀ କୃଷ୍ଣ ବର୍ମାଙ୍କୁ ତାଙ୍କ ଜୟନ୍ତୀରେ ଆଦରପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି । ସ୍ୱାଧୀନତା ସଂଗ୍ରାମରେ ତାଙ୍କ ସାହସ, ସମର୍ପଣ ଏବଂ ସେବା ଭାବନାକୁ ସର୍ବଦା ଶ୍ରଦ୍ଧାପୂର୍ବକ ସ୍ମରଣ କରାଯିବ । ତାଙ୍କ ବୀରତା ଓ ନିର୍ଭୀକତାର କାହାଣୀ ବିକଶିତ ଭାରତ ନିର୍ମାଣ ଦିଗରେ ଏକ ବଡ଼ ପ୍ରେରଣାଶକ୍ତି ।”
SR