ଜାତୀୟ ମାନବାଧିକାର ଆୟୋଗ
ନବରଙ୍ଗପୁରରେ ସାମ୍ବାଦିକଙ୍କ ଉପରେ ନିଶାସକ୍ତଙ୍କ ଆକ୍ରମଣର ସ୍ୱତଃ ସଂଜ୍ଞାନ ନେଇଛନ୍ତି ଜାତୀୟ ମାନବାଧିକାର କମିଶନ
ପୋଷ୍ଟ କରାଯିବା ଦିନାଙ୍କ:
03 SEP 2025 2:18PM by PIB Bhubaneswar
ଓଡିଶା ଡିଜିପିଙ୍କୁ ନୋଟିସ୍ ଜାରି, ଦୁଇ ସପ୍ତାହ ମଧ୍ୟରେ ରିପୋର୍ଟ
ଜାତୀୟ ମାନବାଧିକାର କମିଶନ (ଏନଏଚଆରସି) ଏକ ଗଣମାଧ୍ୟମ ରିପୋର୍ଟର ସ୍ୱତଃ ସଂଜ୍ଞାନ ନେଇଛନ୍ତି, ଯେଉଁଥିରେ ଦର୍ଶାଯାଇଥିଲା ଯେ ୨୯ ଅଗଷ୍ଟ, ୨୦୨୫ ରେ ଓଡ଼ିଶାର ନବରଙ୍ଗପୁର ଜିଲ୍ଲାର ପାପଡାହାଣ୍ଡି ଅଞ୍ଚଳରେ ଜଣେ ସାମ୍ବାଦିକଙ୍କୁ ଜନୈକ ନିଶାଶକ୍ତ ବ୍ୟକ୍ତି ଅନେକ ଥର ଛୁରାମାଡ଼ କରିଥିଲେ। ତାଙ୍କ ବିରୁଦ୍ଧରେ ଅଭିଯୋଗ କରିବାରୁ ସେ ଏହି ଆକ୍ରମଣ କରିଥିଲେ। ପୀଡିତ ସାମ୍ବାଦିକଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
କମିଶନ କହିଛନ୍ତି ଯେ, ଯଦି ଏହି ଖବର ସତ୍ୟ ତେବେ ଏହା ମାନବାଧିକାର ଉଲ୍ଲଂଘନର ଏକ ଗମ୍ଭୀର ପ୍ରସଙ୍ଗ ଅଟେ। ତେଣୁ, କମିଶନ ଓଡ଼ିଶାର ପୋଲିସ ମହାନିର୍ଦ୍ଦେଶକଙ୍କୁ ଏକ ନୋଟିସ୍ ଜାରି କରି ଦୁଇ ସପ୍ତାହ ମଧ୍ୟରେ ଏ ସମ୍ପର୍କରେ ବିସ୍ତୃତ ରିପୋର୍ଟ ସଂଗ୍ରହ କରିବା ପାଇଁ ନିର୍ଦ୍ଦେଶ ଜାରି କରିଛନ୍ତି। ତଦନ୍ତର ସ୍ଥିତି ଏବଂ ଆହତ ସାମ୍ବାଦିକଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ସୂଚନା ପ୍ରଦାନ କରିବାକୁ ମଧ୍ୟ କୁହାଯାଇଛି।
୩୦ ଅଗଷ୍ଟ, ୨୦୨୫ରେ ପ୍ରସାରିତ ଗଣମାଧ୍ୟମ ରିପୋର୍ଟ ଅନୁସାରେ, ଏହି ଘଟଣା ସାମ୍ବାଦିକ ଏବଂ ଅଞ୍ଚଳର ବାସିନ୍ଦାଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି କରିଛି।
TKM/Swadhin
(ରିଲିଜ ଆଡି: 2163479)
ପରିଦର୍ଶକ କାଉଣ୍ଟର : 18