ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ପ୍ରଧାନମନ୍ତ୍ରୀ ଶ୍ରୀ ଗୁରୁ ଗ୍ରନ୍ଥ ସାହିବ ଜୀଙ୍କ ପ୍ରକାଶ ପର୍ବର ପବିତ୍ର ଅବସରରେ ଜଣାଇଲେ ଶୁଭକାମନା
Posted On:
24 AUG 2025 1:02PM by PIB Bhubaneshwar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶ୍ରୀ ଗୁରୁ ଗ୍ରନ୍ଥ ସାହିବ ଜୀଙ୍କ ପ୍ରକାଶ ପର୍ବର ପବିତ୍ର ଅବସରରେ ହାର୍ଦ୍ଦିକ ଶୁଭକାମନା ଜଣାଇଛନ୍ତି ।
ପ୍ରଧାନମନ୍ତ୍ରୀ କହିଛନ୍ତି କି, ଶ୍ରୀ ଗୁରୁ ଗ୍ରନ୍ଥ ସାହିବ ଜୀଙ୍କ ଶାଶ୍ୱତ ଶିକ୍ଷା ସମଗ୍ର ବିଶ୍ୱର ଜୀବନକୁ ଆଲୋକିତ କରୁଛି । ଆମକୁ କରୁଣା, ବିନମ୍ରତା ଏବଂ ସେବା ଆଦିର ମୂଲ୍ୟକୁ ସ୍ମରଣ କରାଉଛି । ସେ ଆହୁରି କହିଛନ୍ତି କି, ଏହି ଶିକ୍ଷା ଆମର ଏକତା ଏବଂ ସଦଭାବର ଭାବନାକୁ ମଜବୁତ କରୁଛି ।
ଶ୍ରୀ ମୋଦୀ ଆଶା ବ୍ୟକ୍ତ କରିଛନ୍ତି କି, ଆମେ ସର୍ବଦା ଶ୍ରୀ ଗୁରୁ ଗନ୍ଥ ସାହିବ ଜୀଙ୍କ ଦ୍ୱାରା ଦର୍ଶାଯାଇଥିବା ଜ୍ଞାନର ମାର୍ଗରେ ଚାଲିଲେ ଏକ ଉନ୍ନତ ବିଶ୍ୱର ନିର୍ମାଣ ସମ୍ଭବ ହୋଇପାରିବ ।
ପ୍ରଧାନମନ୍ତ୍ରୀ ଏକ ଏକ୍ସ ପୋଷ୍ଟରେ କହିଛନ୍ତି;
“ଶ୍ରୀ ଗୁରୁ ଗ୍ରନ୍ଥ ସାହିବ ଜୀଙ୍କ ପ୍ରକାଶ ପର୍ବର ପବିତ୍ର ଅବସରରେ ହାର୍ଦ୍ଦିକ ଶୁଭକାମନା ।
ଶ୍ରୀ ଗୁରୁ ଗ୍ରନ୍ଥ ସାହିବ ଜୀଙ୍କ ଶାଶ୍ୱତ ଶିକ୍ଷା ସମଗ୍ର ବିଶ୍ୱର ଜୀବନକୁ ଆଲୋକିତ କରୁଛି । ଆମକୁ କରୁଣା, ବିନମ୍ରତା ଏବଂ ସେବା ଆଦିର ମୂଲ୍ୟକୁ ସ୍ମରଣ କରାଉଛି । ସେ ଆହୁରି କହିଛନ୍ତି କି, ଏହି ଶିକ୍ଷା ଆମର ଏକତା ଏବଂ ସଦଭାବର ଭାବନାକୁ ମଜବୁତ କରୁଛି ।
ଆମେ ସର୍ବଦା ଶ୍ରୀ ଗୁରୁ ଗନ୍ଥ ସାହିବ ଜୀଙ୍କ ଦ୍ୱାରା ଦର୍ଶାଯାଇଥିବା ଜ୍ଞାନର ମାର୍ଗରେ ଚାଲିଲେ ଏକ ଉନ୍ନତ ବିଶ୍ୱର ନିର୍ମାଣ ସମ୍ଭବ ହୋଇପାରିବ ।”
SR
(Release ID: 2160434)
Visitor Counter : 8
Read this release in:
English
,
Urdu
,
Marathi
,
हिन्दी
,
Bengali
,
Manipuri
,
Assamese
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam