ପୋଷ୍ଟ କରାଯିବା ଦିନାଙ୍କ:
11 JAN 2025 9:53AM by PIB Bhubaneswar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠାର ପ୍ରଥମ ବାର୍ଷିକୀ ଅବସରରେ ସମସ୍ତ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଶ୍ରୀ ମୋଦୀ କହିଛନ୍ତି, “ବହୁ ଶତାବ୍ଦୀର ତ୍ୟାଗ, ତପସ୍ୟା ଏବଂ ସଂଘର୍ଷ ପରେ ସ୍ଥାପିତ ଏହି ମନ୍ଦିର ଆମ ସଂସ୍କୃତି ଏବଂ ଆଧ୍ୟାତ୍ମିକତାର ଏକ ମହାନ ଐତିହ୍ୟ ।”
ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି;
“ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମଙ୍କ ପ୍ରାଣ-ପ୍ରତିଷ୍ଠାର ପ୍ରଥମ ବାର୍ଷିକୀ ଅବସରରେ ସମସ୍ତ ଦେଶବାସୀଙ୍କୁ ଅନେକ ଶୁଭକାମନା । ଅନେକ ଶତାବ୍ଦୀର ତ୍ୟାଗ, ତପସ୍ୟା ଏବଂ ସଂଘର୍ଷ ପରେ ନିର୍ମିତ ହୋଇଥିବା ଏହି ମନ୍ଦିର ଆମ ସଂସ୍କୃତି ଏବଂ ଆଧ୍ୟାତ୍ମିକତାର ଏକ ମହାନ ଐତିହ୍ୟ । ଏହି ଦିବ୍ୟ-ଭବ୍ୟ ରାମ ମନ୍ଦିର ବିକଶିତ ଭାରତର ସଂକଳ୍ପ ପାଇଁ ପ୍ରେରଣା ଉତ୍ସ ହେବ ।”
SR