ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠାର ପ୍ରଥମ ବାର୍ଷିକୀରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

ପୋଷ୍ଟ କରାଯିବା ଦିନାଙ୍କ: 11 JAN 2025 9:53AM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠାର ପ୍ରଥମ ବାର୍ଷିକୀ ଅବସରରେ ସମସ୍ତ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଶ୍ରୀ ମୋଦୀ କହିଛନ୍ତି, “ବହୁ ଶତାବ୍ଦୀର ତ୍ୟାଗ, ତପସ୍ୟା ଏବଂ ସଂଘର୍ଷ ପରେ ସ୍ଥାପିତ ଏହି ମନ୍ଦିର ଆମ ସଂସ୍କୃତି ଏବଂ ଆଧ୍ୟାତ୍ମିକତାର ଏକ ମହାନ ଐତିହ୍ୟ ।”

ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି;

“ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମଙ୍କ ପ୍ରାଣ-ପ୍ରତିଷ୍ଠାର ପ୍ରଥମ ବାର୍ଷିକୀ ଅବସରରେ ସମସ୍ତ ଦେଶବାସୀଙ୍କୁ ଅନେକ ଶୁଭକାମନା । ଅନେକ ଶତାବ୍ଦୀର ତ୍ୟାଗ, ତପସ୍ୟା ଏବଂ ସଂଘର୍ଷ ପରେ ନିର୍ମିତ ହୋଇଥିବା ଏହି ମନ୍ଦିର ଆମ ସଂସ୍କୃତି ଏବଂ ଆଧ୍ୟାତ୍ମିକତାର ଏକ ମହାନ ଐତିହ୍ୟ । ଏହି ଦିବ୍ୟ-ଭବ୍ୟ ରାମ ମନ୍ଦିର ବିକଶିତ ଭାରତର ସଂକଳ୍ପ ପାଇଁ ପ୍ରେରଣା ଉତ୍ସ ହେବ ।”

 

SR


(ରିଲିଜ ଆଡି: 2158828) ପରିଦର୍ଶକ କାଉଣ୍ଟର : 11