ସ୍ଵରାଷ୍ଟ୍ର ବ୍ୟାପାର ମନ୍ତ୍ରଣାଳୟ
ପଦ୍ମ ପୁରସ୍କାର-୨୦୨୬ ପାଇଁ ମନୋନୟନ ୩୧ ଜୁଲାଇ, ୨୦୨୫ ପର୍ଯ୍ୟନ୍ତ ଖୋଲା ରହିଛି
ପୋଷ୍ଟ କରାଯିବା ଦିନାଙ୍କ:
15 JUL 2025 5:14PM by PIB Bhubaneswar
୨୦୨୬ ଗଣତନ୍ତ୍ର ଦିବସରେ ଘୋଷଣା ହେବାକୁ ଥିବା ପଦ୍ମ ପୁରସ୍କାର-୨୦୨୬ ପାଇଁ ନାମାଙ୍କନ/ସୁପାରିଶ ୧୫ ମାର୍ଚ୍ଚ, ୨୦୨୫ ରୁ ଆରମ୍ଭ ହୋଇଛି। ପଦ୍ମ ପୁରସ୍କାର ପାଇଁ ନାମାଙ୍କନର ଶେଷ ତାରିଖ ୩୧ ଜୁଲାଇ, ୨୦୨୫। ପଦ୍ମ ପୁରସ୍କାର ପାଇଁ ନାମାଙ୍କନ/ସୁପାରିଶ କେବଳ ରାଷ୍ଟ୍ରୀୟ ପୁରସ୍କାର ପୋର୍ଟାଲ (https://awards.gov.in )ରେ ଅନଲାଇନରେ ଗ୍ରହଣ କରାଯିବ।
ପଦ୍ମ ପୁରସ୍କାର, ଯଥା ପଦ୍ମ ବିଭୂଷଣ, ପଦ୍ମ ଭୂଷଣ ଏବଂ ପଦ୍ମଶ୍ରୀ, ଦେଶର ସର୍ବୋଚ୍ଚ ନାଗରିକ ପୁରସ୍କାର ମଧ୍ୟରୁ ଗୋଟିଏ। ୧୯୫୪ ମସିହାରେ ପ୍ରତିଷ୍ଠା ହୋଇଥିବା ଏହି ପୁରସ୍କାରଗୁଡ଼ିକ ପ୍ରତିବର୍ଷ ଗଣତନ୍ତ୍ର ଦିବସ ଅବସରରେ ଘୋଷଣା କରାଯାଏ। ଏହି ପୁରସ୍କାର 'ଉଲ୍ଲଖନୀୟ କାର୍ଯ୍ୟ'କୁ ସ୍ୱୀକୃତି ଦେବା ପାଇଁ ଚେଷ୍ଟା କରିଥାଏ ଏବଂ କଳା, ସାହିତ୍ୟ ଏବଂ ଶିକ୍ଷା, କ୍ରୀଡା, ଔଷଧ, ସାମାଜିକ କାର୍ଯ୍ୟ, ବିଜ୍ଞାନ ଏବଂ ଇଞ୍ଜିନିୟରିଂ, ସାର୍ବଜନୀନ ବ୍ୟାପାର, ନାଗରିକ ସେବା, ବାଣିଜ୍ୟ ଏବଂ ଶିଳ୍ପ ଇତ୍ୟାଦି ସମସ୍ତ କ୍ଷେତ୍ର / ବିଷୟଗୁଡ଼ିକରେ ବିଶିଷ୍ଟ ଏବଂ ଅସାଧାରଣ ସଫଳତା / ସେବା ପାଇଁ ପ୍ରଦାନ କରାଯାଏ। ଜାତି, ବୃତ୍ତି, ପଦବୀ କିମ୍ବା ଲିଙ୍ଗ ନିର୍ବିଶେଷରେ ସମସ୍ତ ବ୍ୟକ୍ତି ଏହି ପୁରସ୍କାର ପାଇଁ ଯୋଗ୍ୟ। ଡାକ୍ତର ଏବଂ ବୈଜ୍ଞାନିକଙ୍କ ବ୍ୟତୀତ ପିଏସୟୁ ସହିତ ସରକରୀ କ୍ଷେତ୍ରରେ କାମ କରୁଥିବା ସରକାରୀ କର୍ମଚାରୀମାନେ ପଦ୍ମ ପୁରସ୍କାର ପାଇଁ ଯୋଗ୍ୟ ନୁହଁନ୍ତି।
ସରକାର ପଦ୍ମ ପୁରସ୍କାରକୁ "ଲୋକଙ୍କ ପଦ୍ମ"ରେ ପରିଣତ କରିବାକୁ ପ୍ରତିବଦ୍ଧ। ତେଣୁ ସମସ୍ତ ନାଗରିକଙ୍କୁ ଅନୁରୋଧ କରାଯାଇଛି ଯେ ସେମାନେ ସ୍ୱ-ନାମାଙ୍କନ ସମେତ ମନୋନୟନ/ସୁପାରିଶ କରନ୍ତୁ। ମହିଳା, ସମାଜର ଦୁର୍ବଳ ବର୍ଗ, ଅନୁସୂଚିତ ଜାତି ଏବଂ ଜନଜାତି, ଦିବ୍ୟାଙ୍ଗ ବ୍ୟକ୍ତି ଏବଂ ସମାଜର ନିଃସ୍ୱାର୍ଥପର ସେବା କରୁଥିବା ପ୍ରତିଭାଶାଳୀ ବ୍ୟକ୍ତିମାନଙ୍କୁ ଚିହ୍ନଟ କରିବା ପାଇଁ ସମନ୍ୱିତ ପ୍ରୟାସ କରାଯାଇପାରେ ଯାହାଙ୍କ ଉତ୍କର୍ଷତା ଏବଂ ସଫଳତା ପ୍ରକୃତରେ ସ୍ୱୀକୃତି ପାଇବାକୁ ଯୋଗ୍ୟ।
ନାମାଙ୍କନ/ସୁପାରିଶପତ୍ରରେ ଉପରୋକ୍ତ ପୋର୍ଟାଲରେ ଉପଲବ୍ଧ ଫର୍ମାଟରେ ନିର୍ଦ୍ଦିଷ୍ଟ ସମସ୍ତ ପ୍ରାସଙ୍ଗିକ ବିବରଣୀ ରହିବା ଉଚିତ, ଯେଉଁଥିରେ ବର୍ଣ୍ଣନାତ୍ମକ ଆକାରରେ ଏକ ଉଦ୍ଧୃତି (ସର୍ବାଧିକ 800 ଶବ୍ଦ) ଅନ୍ତର୍ଭୁକ୍ତ, ଯାହା ସୁପାରିଶ କରାଯାଇଥିବା ବ୍ୟକ୍ତି /ତାଙ୍କର ସମ୍ପୃକ୍ତ କ୍ଷେତ୍ର/ବିଭାଗରେ ବିଶିଷ୍ଟ ଏବଂ ଅସାଧାରଣ ସଫଳତା/ସେବା ସ୍ପଷ୍ଟ ଭାବରେ ପ୍ରକାଶ କରିବ।
ଏ ସମ୍ପର୍କରେ ବିବରଣୀ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ୱେବସାଇଟ୍ (https://mha.gov.in) ଏବଂ ପଦ୍ମ ପୁରସ୍କାର ପୋର୍ଟାଲ୍ (https://padmaawards.gov.in) ରେ 'ପୁରସ୍କାର ଏବଂ ପଦକ' ଶୀର୍ଷକରେ ମଧ୍ୟ ଉପଲବ୍ଧ। ଏହି ପୁରସ୍କାର ସମ୍ବନ୍ଧୀୟ ନିୟମାବଳୀ https://padmaawards.gov.in/AboutAwards.aspx ଲିଙ୍କ୍ ସହିତ ୱେବସାଇଟ୍ରେ ଉପଲବ୍ଧ।
HS
(ରିଲିଜ ଆଡି: 2145021)
ପରିଦର୍ଶକ କାଉଣ୍ଟର : 30
ଏହି ରିଲିଜ ପଢନ୍ତୁ :
Telugu
,
Kannada
,
English
,
Urdu
,
हिन्दी
,
Bengali-TR
,
Assamese
,
Punjabi
,
Gujarati
,
Tamil
,
Malayalam