ଯୁବ ବ୍ୟାପାର ଓ କ୍ରୀଡା ମନ୍ତ୍ରଣାଳୟ
azadi ka amrit mahotsav

ଏଗାରତମ ଅନ୍ତର୍ଜାତୀୟ ଯୋଗ ଦିବସ ୨୦୨୫ ଲାଗି ନୂଆଦିଲ୍ଲୀର ଇନ୍ଦିରା ଗାନ୍ଧୀ ଷ୍ଟାଡିୟମରେ ଦେଢ ହଜାର ଯୋଗାଭ୍ୟାସୀଙ୍କ ସହ ଯୋଗ କଲେ ଡ. ମନସୁଖ ମାଣ୍ଡଭିୟ



ଫିଟ ଇଣ୍ଡିଆ ଆଇକନ ହେଲେ ରକୁଲପ୍ରୀତ ଓ ଜାକ୍କି ଭାଗନାନି

ଜଳଗାଓଁରେ ଯୋଗାଭ୍ୟାସ କଲେ କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ରକ୍ଷା ନିଖିଲ ଖାଦସେ

प्रविष्टि तिथि: 21 JUN 2025 5:11PM by PIB Bhubaneshwar

 

ଆନ୍ଧ୍ର ପ୍ରଦେଶର ବିଶାଖାପାଟଣାରୁ ସାରା ଦେଶ ଲାଗି ଅନ୍ତର୍ଜାତୀୟ ଯୋଗ ଦିବସ ୨୦୨୫କୁ ପ୍ରଧାନମନ୍ତ୍ରୀ ଶୁଭାରମ୍ଭ କରିଥିଲେ ନିଜ ଅଭିଭାଷଣରେ ସାରା ଦେଶକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସାରା ବିଶ୍ୱକୁ ଯୋଗ ହିଁ ଯୋଡୁଛି ବୋଲି ମନ୍ତବ୍ୟ ଦେଇଥିଲେ ଜାତି ବର୍ଣ୍ଣ ଧର୍ମ ନିର୍ବିଶେଷରେ ଏହା ସମସ୍ତେ କରିଥାନ୍ତି ନିଜକୁ ସୁସ୍ଥତା ଆଡକୁ ବାଟ କଢେଇ ନେଇଥାନ୍ତି

ପ୍ରଧାନମନ୍ତ୍ରୀଙ୍କ ଆଭିମୁଖ୍ୟକୁ ଆଗକୁ ନେଇ ନୂଆଦିଲ୍ଲୀସ୍ଥିତ ଇନ୍ଦିରା ଗାନ୍ଧୀ ଷ୍ଟାଡିୟମରେ କେନ୍ଦ୍ର କ୍ରୀଡା ଯୁବ ବ୍ୟାପାର ମନ୍ତ୍ରୀ . ମନସୁଖ ମାଣ୍ଡଭିୟ ଯୋଗାଭ୍ୟାସ କରିଥିଲେ ଆୟୂଷ ମନ୍ତ୍ରଣାଳୟ ପକ୍ଷରୁ ପ୍ରାୟ ଦେଢ ହଜାର ଯୋଗାଭ୍ୟାସୀଙ୍କ ସହ ମାଣ୍ଡଭିୟ ସୂର୍ଯ୍ୟ ନମସ୍କାର କରିବା ସହ ବିଭିନ୍ନ ଯୋଗାଭ୍ୟାସ କରିଥିଲେ ଏହି ଯୋଗାଥନରେ ମାଇଁ ଭାରତ ସଂସ୍ଥା ପକ୍ଷରୁ ପ୍ରାୟ ୪୦୦ ସ୍ୱେଚ୍ଛାସେବୀ ଯୋଗାସନ କରିଥିଲେ

ଏକ ବିଶ୍, ଏକ ସ୍ୱାସ୍ଥ୍ୟ ଅଭିଯାନରେ କେନ୍ଦ୍ର ପକ୍ଷରୁ ଆରମ୍ଭ ହୋଇଥିବା ଯୋଗ ସଙ୍ଗମ ଥିମ ଅନୁଯାୟୀ ସ୍ପୋର୍ଟସ ଅଥରିଟି ଅଫ ଇଣ୍ଡିଆ ପକ୍ଷରୁ ବିଭିନ୍ନ କେନ୍ଦ୍ରରେ ଯୋଗ କରାଯାଇଥିଲା ଆଂଚଳିକ କେନ୍ଦ୍ର, ଏକ୍ସେଲେନ୍ସର ଜାତୀୟ କେନ୍ଦ୍ର, ସାଇ ଟ୍ରେନିଂ କେନ୍ଦ୍ର, ଖେଲୋ ଇଣ୍ଡିଆ କେନ୍ଦ୍ର, ଖେଲୋ ଇଣ୍ଡିଆ ରାଜ୍ୟ ଏକ୍ସେଲେନ୍ସ କେନ୍ଦ୍ରରେ ଯୋଗାଭ୍ୟାସ କରାଯାଇଥିଲା

. ମାଣ୍ଡଭିୟଙ୍କ ଏହି କାର୍ଯ୍ୟକ୍ରମରେ ପୂର୍ବତନ ହକି କ୍ୟାପଟେନ ରାଣୀ ରାମପାଲ, କମନବେଲଥ ରୌପ୍ୟ ପଦକ ବିଜେତା ପ୍ରିୟଙ୍କା ଗୋସ୍ୱାମୀ, ବିଶିଷ୍ଟ କଳାକାର ଜାକ୍କି ଭାଗନାନି, ରକୁଲ ପ୍ରୀତ ସିଂ, ମଧୁରିମା ତୂଲୀ ପ୍ରମୁଖ ଯୋଗାଭ୍ୟାସ କରିଥିଲେ ପରେ ଫିଟ ଇଣ୍ଡିଆ ଆଇକନ ହିସାବରେ ବିଶିଷ୍ଟ କଳାକାର ଜାକ୍କି ଭାଗନାନି, ରକୁଲ ପ୍ରୀତ ସିଂଙ୍କୁ କେନ୍ଦ୍ର ମନ୍ତ୍ରୀ ପୁରସ୍କୃତ ସମ୍ବର୍ଦ୍ଧିତ କରିଥିଲେ ଜଲଗାଓଁରେ ମହାରାଷ୍ଟ୍ର ଜଳ ସମ୍ପଦ ବିଭାଗ ମନ୍ତ୍ରୀ ଗିରିଶ ମହାଜନ ଟେକ୍ସଟାଇଲ ମନ୍ତ୍ରୀ ସଞ୍ଜୟ ସବକରେଙ୍କ ଉପସ୍ଥିତିରେ ୩୦୦୦ ଯୋଗାଭ୍ୟାସୀଙ୍କ ସହ କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ରକ୍ଷା ନିଖିଲ ଖାଦସେ ଯୋଗାଭ୍ୟାସ କରିଥିଲେ

ଅନ୍ତର୍ଜାତୀୟ ଯୋଗ ଦିବସ ଯୋଗ ସଙ୍ଗମ ସମ୍ପର୍କରେ ମନ୍ତବ୍୍ୟ ଦେଇ କେନ୍ଦ୍ର ମନ୍ତ୍ରୀ . ମାଣ୍ଡଭିୟ କହିଥିଲେ ଯେ, ଯୋଗ ଆମ ସଂସ୍କୃତି ସହ ଓତଃପ୍ରୋତ ଭାବେ ଜଡିତ ଏବଂ ଆମେ ଆମ ଦୈନନ୍ଦିନ ଜୀବନଚର୍ଯାରେ ଆପଣେଇବା ଉଚିତ ଏକ ବିଶ୍, ଏକ ସ୍ୱାସ୍ଥ୍ୟ ଭାବଧାରାରେ ସାରା ଦେଶରେ ଯୋଗ ଦିବସ ପାଳନ କରାଯାଉଛି ଫିଟ ଇଣ୍ଡିଆ କଲଟ ଯୋଗାଥନ, କ୍ରୀଡା ମନ୍ତ୍ରଣାଳୟ ପକ୍ଷରୁ ବି ଯୋଗ ଦିବସ ପାଳନ କରାଯାଉଛି ଫିଟନେଓ ଉତମ ସ୍ୱାସ୍ଥ୍ୟ ଲାଗି ଯୋଗର ନିତାନ୍ତ ଆବଶ୍ୟକତା ରହିଛି ଯାହାକୁ ଆମେ ପ୍ରତିଦିନ ଅଭ୍ୟାସ କରିବା ଉଚିତ

ଯୋଗ ସଙ୍ଗମ କାର୍ଯ୍ୟକ୍ରମ ଯଶସ୍ୱୀ ପ୍ରଧାନମନ୍ତ୍ରୀ ମୋଦୀ କେନ୍ଦ୍ର କ୍ରୀଡା ମନ୍ତ୍ରୀ ମାଣ୍ଡଭିୟଙ୍କ ଯୋଗୁଁ ସଫଳ ହୋଇପାରିଛି ବୋଲି ଫିଟ ଇଣ୍ଡିଆ ଆଇକନ ହିସାବରେ ସମ୍ବର୍ଦ୍ଧିତ ହେବା ପରେ କଳାକାର-ନିର୍ମାତା ଜାକ୍କି ଭାଗନାନି କହିଥିଲେ ଫିଟ ରହିବାକୁ ହେଲେ ପ୍ରତିଦିନ ଯୋଗାଭ୍ୟାସ ଗୁରୁତ୍ ରହିଛି ଜଣେ ଶାରୀରିକ ଭାବରେ ସୁସ୍ଥ ରହିଲେ ମାନସିକ ଭାବେ ବି ସୁସ୍ଥ ରହିପାରିବ ମେଦବହୁଳତା ବାୟୁ ପ୍ରଦୂଷଣକୁ ପ୍ରତିହତ କରିବା ଲାଗି ରବିବାରରେ ସାଇକେଲ ଚଢି ଖୋଦ କ୍ରୀଡାମନ୍ତ୍ରୀ ସଚେତନତା ସୃଷ୍ଟି କରୁଥିବାରୁ ତାଙ୍କୁ ଏହି ଅବସରରେ ଜାକ୍କି ବି ଧନ୍ୟବାଦ ଜ୍ଞାପନ କରିଥିଲେ ମନ୍ତ୍ରୀଙ୍କ ଭାବଧାରାରେ ଦୀକ୍ଷିତ ହୋଇ ପ୍ରତିଦିନ ଯୋଗାଭ୍ୟାସ କରି ନିଜ ଓଜନ ଦେଢ ଶହରୁ ୭୫କୁ ଖସାଇ ପାରିଥିବା କଳାକାର-ନିର୍ମାତା ଭାଗନାନି କହିଥିଲେ

ସେହିପରି କ୍ରୀଡା ମନ୍ତ୍ରଣାଳୟ ଭାରତ ସରକାର ପକ୍ଷରୁ ଆରମ୍ଭ କରାଯାଇଥିବା ଏହି ଯୋଗାଥନରେ ଅଂଶଗ୍ରହଣ କରି ଫିଟ ଇଣ୍ଡିିଆ କପଲ ଆଇକନ ଭାବରେ ପୁରସ୍କୃତ ହୋଇଥିବାରୁ ରକୁଲପ୍ରୀତ କ୍ରୀଡା ମନ୍ତ୍ରୀଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ ଫିଟ ଫଣ୍ଡାକୁ ଲୋକଙ୍କ ପାଖରେ ପହଂଚାଇବାକୁ ଉଭୟ ଜାକ୍କି ସେ ଚେଷ୍ଟା ଜାରି ରଖିବେ ବୋଲି ରକୁଲ କହିଛନ୍ତି ଯୋଗ କରିବା ଲାଗି କୌଣସି ଫ୍ୟାନ୍ସି ଜିମର ଆବଶ୍ୟକତା ନାହିଁ ବରଂ ଘରେ ରହି ବି ଜଣେ ଯୋଗାଭ୍ୟାସ କରିପାରିବ ବୋଲି ରକୁଲ କହିଛନ୍ତି

ଉଭୟ କଲଟ ଫିଟ ଫିଟ ଇଣ୍ଡିଆ ପକ୍ଷରୁ ଆରମ୍ଭ କରାଯାଇଥିବା ଏହି ଅଭିଯାନ ଲୋକଙ୍କ ଭିତରେ ଜାଗରୁକତା ସୃଷ୍ଟି କରି ଏକତ୍ ଭାବ ପ୍ରତିଷ୍ଠା କରୁଛି କଲଟ ଫିଟର ପ୍ରାୟ ଶହେଟି କେନ୍ଦ୍ରରେ ପ୍ରାୟ ଏକ କୋଟି ସୂର୍ଯ୍ୟ ନମସ୍କାର କରାଯାଇଥିଲା ଫିଟ ଇଣ୍ଡିଆ କଲଟ ଯୋଗାଥନ ଯୋଗ ସଙ୍ଗମ ପରି ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ଆୟୂଷ କ୍ରୀଡା ମନ୍ତ୍ରଣାଳୟ ପକ୍ଷରୁ ଲୋକଙ୍କ ପାଖରେ ଯୋଗକୁ ପହଂଚାଇବାକୁ ଉଦ୍ୟମ କରାଯାଇଥିବାରୁ ପଦ୍ମଶ୍ରୀ ବିଜେତା ରାଣୀ ରାମପାଲ ସରକାରଙ୍କୁ ଧନ୍ୟବାଦ ଜଣାଇଥିଲେ ପ୍ରକାଶ ଥାଉ କି, ୨୦୧୮ରେ ଜାକର୍ତାଠାରେ ଭାରତୀୟ ହକି ଟିମକୁ ରୌପ୍ୟ ପଦକ ଦେବାରେ ୨୦୧୬ ଏସିଆନ ଚାମ୍ପିଆନ୍ସ ଟ୍ରଫିରେ ସ୍ୱର୍ଣ୍ଣ ପଦକ ଦେବାରେ ରାଣୀ ରାମପାଲ ଅଗ୍ରଣୀ ଭୂମିକା ନିଭାଇଥିଲେ

କେବଳ କ୍ରୀଡା ପ୍ରେମୀ କାହିଁକି ସମସ୍ତେ ନିଜ ଦୈନନ୍ଦିନ ଜୀବନରେ ଯୋଗାଭ୍ୟାସ କରିବା ଉଚିତ ଏକ ସୁସ୍ଥ ଭାରତ ହିଁ ଏକ ବିକଶିତ ଭାରତ ନିର୍ମାଣ କରିପାରିବ ବୋଲି ପ୍ରଧାନମନ୍ତ୍ରୀ ମୋଦୀ ଏକଦା କହିଥିଲେ ଯେତେ ବେଳେ ନିଜ ବ୍ୟସ୍ତତା ଭିତରୁ ସମୟ ବାହାର କରି ଖୋଦ ମନ୍ତ୍ରୀ ସାଇକେଲ ଚଢି ସଚେତନତାର ବାର୍ତୀ ବାଂଟୁଛନ୍ତି ସେତେ ବେଳେ ଦେଶର ପ୍ରତି ନାଗରିକ ତାହା ବି କରିବା ଉଚିତ ଏକ ବିଶ୍, ଏକ ସ୍ୱାସ୍ଥ୍ୟ ଚଳିତ ଯୋଗାଥନର ବାର୍ତା ମନ୍ତ୍ର ଆମ ସମସ୍ତଙ୍କର ସ୍ୱାସ୍ଥ୍ୟ ହିଁ ଆମର ମୂଲ୍ୟ ସମ୍ପଦ ବୋଲି ହକି ଖେଳାଳି ରାଣୀ ରାମପାଲ ବର୍ଣ୍ଣନା କରିଥିଲେ

ସେହିପରି ଅଲିମ୍ପିକରେ ରେସ ବାକିଂରେ ଚର୍ଚ୍ଚାରେ ରହିଥିବା ପ୍ରିୟଙ୍କା ଗୋସ୍ୱାମୀ ସମସ୍ତେ ଯୋଗ କରି ଫିଟ ରହିବାକୁ ପରାମର୍ଶ ଦେଇଥିଲେ ଏଗାରତମ ଆନ୍ତର୍ଜାତିକ ଯୋଗ ଦିବସରେ ଉଭୟ ଶାରୀରିକ ମାନସିକ ସୁସ୍ଥତା ଲାଗି ଯୋଗ ହିଁ ଏକମାତ୍ର ମାଧ୍ୟମ ବୋଲି ସେ ଅବତାରଣା କରିଥିଲେ ୩୦-୩୫ କିଲୋମିଟର ଚାଲିବା କୌଣସି କ୍ରୀଡା ପ୍ରେମୀ ପାଇଁ ସହଜ କଥା ନୁହେଁ କିଲୋମିଟରଟିଏ ଚାଲିବା ପରେ ମନ ଅସ୍ଥିର ହୁଏ ସେହି ମନରେ ସ୍ଥିରତା ଆଣିବା ଲାଗି ଯୋଗର ପ୍ରମୁଖ ଭୂମିକା ରହିଛି ବୋଲି ପ୍ରିୟଙ୍କା ବର୍ଣ୍ଣନା କରି କହିଥିଲେ ତେଣୁ ମୁଁ ପ୍ରତିଦିନ ଯୋଗାଭ୍ୟାସ କରି ମନକୁ ନିୟନ୍ତ୍ରିତ କରିଥାଏ ବୋଲି ସେ କହିଥିଲେ ଶାରୀରିକ ବ୍ୟାୟାମ, ସୁସ୍ଥ ଖାଦ୍ୟ, ନିଶା ବାରଣ ପରି କିଛି ପଦକ୍ଷେପ ନିଆଗଲେ ଆମ ଭାରବ୍ର୍ ଏକ ସବଳ ସଶକ୍ତ ଦେଶ ଭାବରେ ଦଣ୍ଡାୟମାନ ହୋଇପାରିବ

PBD


(रिलीज़ आईडी: 2138700) आगंतुक पटल : 7
इस विज्ञप्ति को इन भाषाओं में पढ़ें: Malayalam , Tamil , English , Urdu , हिन्दी , Gujarati