ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ହିମାଚଳ ଦିବସରେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

ପୋଷ୍ଟ କରାଯିବା ଦିନାଙ୍କ: 15 APR 2025 11:09AM by PIB Bhubaneswar

 

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ହିମାଚଳ ଦିବସରେ ହିମାଚଳ ପ୍ରଦେଶର ଲୋକମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

ଏକ୍ସରେ ଏକ ପୋଷ୍ଟରେ ସେ କହିଛନ୍ତି:

“ହିମାଚଳ ଦିବସ ଅବସରରେ ସମସ୍ତ ରାଜ୍ୟବାସୀଙ୍କୁ ଅନେକ ଶୁଭକାମନା । ଗୌରବମୟ ସଂସ୍କୃତି ପାଇଁ ପ୍ରସିଦ୍ଧ ଏହି ପ୍ରଦେଶର ମୋର ଭାଇ-ଭଉଣୀମାନ ନିଜର ପରିଶ୍ରମ, ପ୍ରତିଭା ଏବଂ ପରାକ୍ରମ ପାଇଁ ବେଶ୍ ଲୋକପ୍ରିୟ । ଏହି ସ୍ୱତନ୍ତ୍ର ଦିବସରେ ଆପଣମାନଙ୍କ ଜୀବନରେ ସୁଖ, ସମୃଦ୍ଧି ଏବଂ ଆରୋଗ୍ୟ ଆସିବା ସହ ଆମ ଦେବଭୂମି ପ୍ରଗତି ପଥରେ ଅଗ୍ରସର ହେଉ, ଏହା ହିଁ ମୋର କାମନା ।”

 

SR


(ରିଲିଜ ଆଡି: 2121986) ପରିଦର୍ଶକ କାଉଣ୍ଟର : 60