ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ପରମ ପୂଜ୍ୟ ଶ୍ରୀ ଶ୍ରୀ ଶ୍ରୀ ଶିବକୁମାର ସ୍ୱାମୀଗଲୁଙ୍କ ଜୟନ୍ତୀରେ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ପ୍ରଧାନମନ୍ତ୍ରୀ

प्रविष्टि तिथि: 01 APR 2025 9:05AM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ପରମ ପୂଜ୍ୟ ଡକ୍ଟର ଶ୍ରୀ ଶ୍ରୀ ଶ୍ରୀ ଶିବକୁମାର ସ୍ୱାମୀଗଲୁଙ୍କ ଜୟନ୍ତୀର ବିଶେଷ ଅବସରରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ତାଙ୍କର ଅସାଧାରଣ ପ୍ରୟାସକୁ ପ୍ରଶଂସା କରି ଶ୍ରୀ ମୋଦୀ ତାଙ୍କୁ କରୁଣା ଏବଂ ଅକ୍ଳାନ୍ତ ସେବାର ପ୍ରତୀକ ଭାବରେ ପ୍ରଶଂସା କରିଛନ୍ତି, ଯିଏ ଦେଖାଇଥିଲେ ଯେ, କିପରି ନିଃସ୍ୱାର୍ଥପର କାର୍ଯ୍ୟ ସମାଜକୁ ପରିବର୍ତ୍ତନ କରିପାରିବ ।

ଏକ୍ସରେ ପୃଥକ ପୃଥକ ପୋଷ୍ଟରେ ସେ ଲେଖିଛନ୍ତି:

“ପରିମ ପୂଜ୍ୟ ଡକ୍ଟର ଶ୍ରୀ ଶ୍ରୀ ଶ୍ରୀ ଶିବକୁମାର ସ୍ୱାମୀଗଲୁଙ୍କ ଜୟନ୍ତୀର ବିଶେଷ ଅବସରରେ ତାଙ୍କୁ ହାର୍ଦ୍ଦିକ ଶ୍ରଦ୍ଧାଞ୍ଜଳି । ତାଙ୍କୁ କରୁଣା ଏବଂ ଅକ୍ଳାନ୍ତ ସେବାର ପ୍ରତୀକ ଭାବରେ ସ୍ମରଣ କରାଯାଇଥାଏ । ସେ ଦେଖାଇଥିଲେ ଯେ କିପରି ନିଃସ୍ୱାର୍ଥପର ସେବା ସମାଜକୁ ପରିବର୍ତ୍ତନ କରିପାରିବ । ବିଭିନ୍ନ କ୍ଷେତ୍ରରେ ତାଙ୍କର ଅସାଧାରଣ ପ୍ରୟାସ ପିଢ଼ିମାନଙ୍କୁ ପ୍ରେରଣା ଦେଇ ଚାଲିଛି ।”

 

SR


(रिलीज़ आईडी: 2117224) आगंतुक पटल : 26
इस विज्ञप्ति को इन भाषाओं में पढ़ें: English , Urdu , Marathi , हिन्दी , Assamese , Bengali , Manipuri , Punjabi , Gujarati , Tamil , Telugu , Kannada , Malayalam